୩୦ଥର ଦଣ୍ଡ ବୈଠକ କଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ,୨୧।୨: ୧୦ଟଙ୍କାର ପ୍ଲାଟଫର୍ମ ଟିକେଟକୁ ମାଗଣାରେ ନେବାକୁ ଚାହୁଁଛନ୍ତି। ଯଦି ହଁ ତେବେ ଆପଣଙ୍କୁ ଏଥିପାଇଁ କିଛି ସର୍ତ୍ତ ପୁରା କରିବାକୁ ପଡ଼ିବ। ଆଉ ଏହି ସର୍ତ୍ତ ମଧ୍ୟ ଶରୀର ପାଇଁ ଲାଭଦାୟକ। କଥାଟି ଟିକେ ଅଡ଼ୁଆ ଲାଗୁଛି ହେଲେ ସତ। ବ୍ୟସ୍ତ ହୁଅନ୍ତୁ ନାହିଁ, ଆଉ ବେଶୀ ସମୟ ସସ୍‌ପେନ୍ସ ଭିତରେ ନ ରଖି ଘଟଣାଟି କ’ଣ କହୁଛୁ। କଥାଟି ହେଲା, ଯଦି ପ୍ଲାଟଫର୍ମ ଟିକେଟ ମାଗଣାରେ ଦରକାର ତେବେ ଏଥିପାଇଁ ଆପଣଙ୍କୁ ୩୦ଥର ଦଣ୍ଡ ବୈଠକ କରିବାକୁ ପଡ଼ିବ। ଏହି ସୁବିଧା ଏବେ ଦିଲ୍ଲୀର ଆନନ୍ଦ ବିହାର ରେଲଓ୍ବେ ଷ୍ଟେଶନରେ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଆନନ୍ଦ ବିହାର ରେଲଓ୍ବେ ଷ୍ଟେଶନରେ ଏଭଳି ଏକ ମେସିନ୍‌ ଲାଗିଛି ଯାହାର ସାମ୍ନାରେ ୧୮୦ ସେକେଣ୍ଡରେ ୩୦ଥର ଦଣ୍ଡ ବୈଠକ ଲଗାଇଲେ ମାଗଣାରେ ପ୍ଲାଟଫର୍ମ ଟିକେଟ ମିଳିପାରିବ। ଶୁକ୍ରବାର ଏହି ମେସିନ୍‌ର ଉଦ୍‌ଘାଟନ କରାଯାଇଥିବା ବେଳେ ଏହା ଭାରତର ପ୍ରଥମ ଦଣ୍ଡ ବୈଠକ ମେସିନ। ଏହାକୁ ‘ଫିଟ୍‌ ଇଣ୍ଡିଆ ଦଣ୍ଡ ବୈଠକ ମେସିନ୍‌’ ନାମରେ ନାମିତ କରାଯାଇଛି। ଉକ୍ତ ମେସିନ୍‌ରେ ଲାଗିଥିବା ଡିସ୍‌ପ୍ଲେରେ ପଏଣ୍ଟ ଦେଖାଯିବ। ଗୋଟିଏ ବୈଠକ ପାଇଁ ୧ ପଏଣ୍ଟ ମିଳିବ। ସେହିପରି ଯଦି ଜଣେ ୩୦ପଏଣ୍ଟ କରିବେ ତେବେ ତାଙ୍କୁ ପ୍ଲାଟଫର୍ମ ଟିକେଟ ମିଳିପାରିବ।


All Right Reserved By Dharitri.Com

ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ

ନୂଆଦିଲ୍ଲୀ,୨୨।୮: ଅଜୟ କୁମାର ଭଲ୍ଲା ନୂଆ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୮୪ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଶେଷ...

ପ୍ରଥମ ଧାଡ଼ି ପଢ଼ି ବହି ବିଷୟରେ ସମ୍ପୂର୍ଣ୍ଣ କହି ଦିଅନ୍ତି…

ଓ୍ବାଶିଂଟନ, ୧୫।୧: କୁହାଯାଏ ବଣ ମଲ୍ଲୀର ବାସରେ ଚଉଦିଗ ସୁବାସିତ ହୋଇଯାଇଥାଏ। ସେହିପରି ପ୍ରତିଭା ଦିନେ ନା ଦିନେ ଲୋକଲୋଚନକୁ ଆସିପାରିଥାଏ। ଆମେରିକାର ଜଣେ ୧୪...

ଏହି ସବୁ କାରଣରୁ ଅଟକି ରହିଥାଏ ଆପଣଙ୍କ ସଫଳତା, ଆଉ ପିଛା ଛାଡିନଥାଏ ଦୁର୍ଭାଗ୍ୟ

ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି କରିବା ସତ୍ତ୍ବେ ମଧ୍ୟ ସଫଳତା ପାଇ ନ ଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର...

ଆତଙ୍କବାଦୀଙ୍କ ସହଯୋଗୀଙ୍କ ପାଖରେ ଚାଇନିଜ୍‌ ଗ୍ରେନେଡ୍‌

ଶ୍ରୀନଗର,୧।୩: ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ଗନ୍ଦରବାଲ ଏବଂ ବଡ଼ଗାଓ୍ବଁରେ ମିଳିତ ସର୍ଚ୍ଚ ଅପରେଶନ ସମୟରେ ଆତଙ୍କବାଦୀଙ୍କ ୫ ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ...

ପୁଣିଥରେ ଜମ୍ମୁ-କଶ୍ମୀରରେ ବନ୍ଦ ହେଲା ୨ଜି ମୋବାଇଲ ନେଟଓ୍ବର୍କ ସେବା

ନୂଆଦିଲ୍ଲୀ,୨୬।୧: ସାରା ଦେଶରେ ରବିବାର ପାଳନ କରାଯାଉଛି ୭୧ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀଠାରୁ ପଲ୍ଲୀ ସବୁଠି ଉତ୍ସବ ମୁଖର। ଏହାକୁ ନେଇ ସାରା ଦେଶରେ ସୁରକ୍ଷା...

ରାସ୍ତା ମଝିରେ ଭୋ-ଭୋ ହୋଇ କାନ୍ଦିଲେ ପ୍ରାର୍ଥୀ

ଲକ୍ଷ୍ନୌ,୧୧।୧୦: ଉତ୍ତର ପ୍ରଦେଶର ଘୋସି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାବେଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ଗାଡିକୁ...

ଭାରତ ବିଶ୍ୱକପ ଜିତିଲେ ଖେଳାଳିଙ୍କ ମା’, ସ୍ତ୍ରୀଙ୍କୁ ଦିଆଯିବ ଏହି ସ୍ବତନ୍ତ୍ର ଉପହାର

ଲକ୍ଷ୍ନୌ, ୯।୭:ଆଇସିସି ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଚଳିତଥର ଯଦି ଭାରତ ବିଶ୍ୱବିଜୟୀ ହୁଏ, ତେବେ ବନାରସର ଶାଢୀ ବ୍ୟବସାୟୀ...

ମନରେ ସକାରାତ୍ମକ ଚିନ୍ତାଧାରା ପାଇଁ କରନ୍ତୁ ଏପରି…

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକାରାତ୍ମକ ଚିନ୍ତା ମନକୁ ଆନ୍ଦୋଳିତ କରିଥାଏ । ତେବେ...

Leave a comment

Your email address will not be published. Required fields are marked *