Posted inଫୁରସତ

ଦେଶର ପ୍ରଥମ ବରଫ କାଫେ

ମନାଲି: ଲେହ-ମନାଲି ଜାତୀୟ ରାଜପଥରେ ୧୪ ହଜାର ଫୁଟର ବରଫ କାଫେ ତିଆରି କରାଯାଇଛି। ଏହା ଦେଶର ପ୍ରଥମ ବରଫ କାଫେ। ଏଠାରେ ମସଲା ଚା’, ବଟର ଟି ଏବଂ ମସଲା ମ୍ୟାଗି ଉପଲବ୍ଧ ହେବ। ଏହାକୁ ସ୍ଥାନୀୟ ୪ ଯୁବକ ମିଶି ତିଆରି କରିଛନ୍ତି। ଲଦାଖର ମିରୁ ଗାଁ ନିକଟରେ କାଫେଟି ଥିବା ବେଳେ ଏହାକୁ ତିଆରି କରିବାର ଆଇଡିଆ ଦେଇଥିଲେ ମେକାନିକାଲ ଇଞ୍ଜିନିୟର ସୋନମ୍‌ ଓ୍ବାଙ୍ଗ୍‌ଚୁକ୍‌। ବରଫ କାଫେରେ ପାଇପ ବ୍ୟବହାର କରାଯାଇଛି। ଉଚ୍ଚରୁ ଆସୁଥିବା ପାଣି ଯେପରି ସହଜରେ ନିଷ୍କାସନ ହୋଇପାରିବ।

ଏହାକୁ କୋନ୍‌ ଆକାରର ନିର୍ମାଣ କରାଯାଇଛି। ଏହା ଭିତରେ ବସିବା ପାଇଁ ଯଥେଷ୍ଟ ସ୍ଥାନ ରହିଥିବା ବେଳେ ଆରାମରେ ଚଲାବୁଲା ମଧ୍ୟ କରିହେବ। ସର୍ବସାଧାରଣଙ୍କ ନିମନ୍ତେ ୨୦୨୦ ମେ ପର୍ଯ୍ୟନ୍ତ ଏହା ରହିବ। ପରେ ତରଳିବା ଆରମ୍ଭ ହେବ। ପାଣି ଯେମିତି ଅଯଥାରେ ନଷ୍ଟ ହେବ ନାହିଁ ତା’ର ସୁବ୍ୟବସ୍ଥା ମଧ୍ୟ କରାଯାଇଛି।

ବରଫ ତରଳିଲେ ପାଣି ଯେପରି ସଂରକ୍ଷିତ ହୋଇରହିବ ସେନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି। କାଫେରେ ଗରମ ଗରମ ଖାଦ୍ୟ ମିଳିବ। ଏଠାରେ ମେନୁ ବେଶୀ ପ୍ରକାରର ନୁହେଁ। କିନ୍ତୁ ଏମିତି ଖାଦ୍ୟ ମିଳିବ ଯାହା ମନକୁ ତାଜା କରିଦେବ। ଯେପିରିକି ମସଲା ଚା’ ଏବଂ ମସଲା ମ୍ୟାଗି। ଥଣ୍ଡାରେ ବସି ଗରମ ଗରମ ପାନୀୟ ପିଇବା ମଜା ନିଆରା ଲାଗିବ।


All Right Reserved By Dharitri.Com

ପାରଦର୍ଶୀ ଜଙ୍ଗଲ: ହିଂସ୍ର ପ୍ରାଣୀଙ୍କୁ ସହଜରେ ହୁଏ ଦେଖି

ବ୍ୟାଙ୍କକ,୧।୨: ଜଙ୍ଗଲ ପୁଣି ପାରଦର୍ଶୀ। ମାନେ ଏପଟୁ ଦେଖିଲେ ସେପଟେ ଯାହା ଥିବ ସବୁ ଦେଖାଯିବ। ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ...

୫୦୦୦ ବର୍ଷ ପୁରୁଣା କୁକୁର ଲକେଟ ମିଳିଲା: ଦାମ୍‌ ୨୭ କୋଟି

ଲଣ୍ଡନ,୩୦।୧: ବ୍ରିଟେନ୍‌ର ସମରସେଟ୍‌ରୁ ୫୦୦୦ ବର୍ଷ ପୁରୁଣା ରତ୍ନପଥରରେ ତିଆରି କୁକୁର ଲକେଟ ମିଳିଛି। ଏହାର ଦାମ ୨୭ କୋଟି ଟଙ୍କା ହେବ ବୋଲି ଅନୁମାନ...

ଭାଇରାଲ ହେଉଛି ୯୩ ବର୍ଷୀୟା ମହିଳାଙ୍କ ଫଟୋଶୁଟ୍‌

ବୟସ ବଢିଲେ ଧୀରେ ଧୀରେ ଶରୀର ଅବସ ହୋଇଯାଇଥାଏ। ଲୋକେ ଆଉ କାମଧନ୍ଦା କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ବିଶେଷ ଭାବେ ଏମାନେ ଅନ୍ୟ...

ଧନ ପ୍ରାପ୍ତି ପାଇଁ ଧନତେରାସ୍‌ରେ କରନ୍ତୁ ଏହି ଉପାୟ

ଦୀପାବଳି ଅମାବାସ୍ୟା ପୂର୍ବରୁ ପଡୁଥିବା ତ୍ରୟୋଦଶୀକୁ ଧନତେରାସ୍‌ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୁ ଧ୍ୱନନ୍ତରୀ ଜନ୍ମଗ୍ରହଣ କରିଥିବାରୁ ଏହାକୁ ଧନ୍ବନ୍ତରୀ ଜୟନ୍ତୀ ମଧ୍ୟ...

ଅଭିଶପ୍ତ: ଯେତେ ଖୋଜିଲେ ବି ଯାହାର ଉତ୍ତର ମିଳେନା

ତାର ଆକର୍ଷଣରୁ କେହି କେବେ ନିଜକୁ ରୋକି ପାରେନା। ଆପେ ଟାଣି ହୋଇ ଚାଲିଯାଏ ତା’ ପାଖକୁ। କହିବାକୁଗଲେ ସେ ନିଜ ଆକର୍ଷଣର ମାୟାଜାଲରେ ସମସ୍ତଙ୍କୁ...

ଜଣେ ରୋଗୀ ମୋତେ କନ୍ଦାଇ ଦେଇଥିଲେ

ମାନସିକ ରୋଗ ଚିକିତ୍ସା କ୍ଷେତ୍ରରେ ଯୁବ ବୟସରେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି ଡା. ସମ୍ରାଟ କର। ଭାରତର ଆଗଧାଡ଼ିର ଡାକ୍ତରମାନଙ୍କ ମଧ୍ୟରେ ସେ ଅନ୍ୟତମ।...

ଭୋଟର ପରିଚୟ ପତ୍ରରେ କୁକୁର ଫଟୋ

କୋଲକାତା,୫।୩ : ଭୋଟର ପରିଚୟ ପତ୍ରରେ ସମ୍ପୃକ୍ତ ଭୋଟରଙ୍କ ଫଟୋ ରହିଥାଏ। ତେବେ ପଶ୍ଚିମବଙ୍ଗରେ ଜଣେ ଲୋକଙ୍କ ଭୋଟର ପରିଚୟ ପତ୍ରରେ ତାଙ୍କ ନିଜ ଫଟୋ...

କମ୍‌ ତାପମାତ୍ରା ଜୋନ୍‌ରେ ଅସମ୍ଭାଳ ତାତି, ରାସ୍ତାରେ କରାଯାଇଛି ଓ୍ବାଟର ଫଲ୍‌, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା

ସମଗ୍ର ୟୁରୋପରେ ବର୍ତ୍ତମାନ ଅସମ୍ଭାଳ ତାତି। ଜୁନ୍‌ ଶେଷ ସପ୍ତାହରେ ମଧ୍ୟ ଏଠାକାର ତାପମାତ୍ରା ୪୫ଡିଗ୍ରୀ ଉପରେ ଥିବା ରେକର୍ଡ କରାଯାଇଛି। ଶୁକ୍ରବାର ଏଠାରେ ତାପମାତ୍ରା...

Leave a comment

Your email address will not be published. Required fields are marked *