ମହାଶିବରାତ୍ରିରେ ଅଘଟଣ: ଜଟିଆ ବାବା ପାହାଡ଼ରୁ ଖସିଲା ପଥର, ୨୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ

ରାଉରକେଲା ଅଫିସ/କୁଆଁରମୁଣ୍ଡା,୨୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ପୁଟୁରିଖମଣ ପଞ୍ଚାୟତ ସୀମାନ୍ତବର୍ତ୍ତୀ ଜଟିଆବାବା ମନ୍ଦିରରେ ଶୁକ୍ରବାର ଏକ ଅଘଟଣ ଘଟିଛି। ମହାଶିବରାତ୍ରି ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କ ସମାଗମ ସମୟରେ ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ପାହାଡ଼ ଉପରୁ ଏକ ପଥର ଖସିପଡ଼ିଥିଲା। ଫଳରେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ମହିଳାଙ୍କ ସହ କେତେଜଣ ଶିଶୁ ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ଆହତମାନଙ୍କ ମଧ୍ୟରୁ ୮ଜଣ ଗୁରୁତର ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ପହଞ୍ଚି ଆହତଙ୍କ ସ୍ବାସ୍ଥାବସ୍ଥା ପଚାରି ବୁଝିଛନ୍ତି। ତେବେ ମନ୍ଦିର ଥିବା ପାହାଡ଼ ଉପରକୁ ଯାଇ ସେଲଫି ନେବା ବେଳେ କୌଣସି କାରଣରୁ ଏକ ପଥର ଖସିପଡ଼ିଥିବା ଚର୍ଚ୍ଚା ହେଉଛି।


All Right Reserved By Dharitri.Com

ପରିବାର ଲୋକେ ଘରେ ପୂରାଇଲେନି

ସମ୍ବଲପୁର,୧୬।୫ (ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସରକାର ଯେତେ ସଚେତନ ଓ ସୁବିଧା କଲେ ମଧ୍ୟ ସୁଫଳ...

କରୋନା ସହାୟତା: ନିରାଶ୍ରୟଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପ୍ରଦାନ କଲା ଗୋପାଳପୁର ପୋର୍ଟ

ଛତ୍ରପୁର, ୨୯।୪(ଡି.ଏନ୍‌.ଏ.): କରୋନା ସହାୟତା ନେଇ ଗଞ୍ଜାମ ଜିଲା ଗୋପାଳପୁର ପୋର୍ଟ ପକ୍ଷରୁ ୨୦୦ ଖାଦ୍ୟ ପ୍ୟାକେଟ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନଙ୍କୁ ପ୍ରଦାନ କରାଯାଇଛି।...

୫-ଟି ସଚିବଙ୍କୁ ଭେଟିଲେ ଆଥଲେଟ ଜଉନା ମୁର୍ମୁ

ବାରିପଦା ଅଫିସ,୨ା୧୧- ୨୦୨୦ରେ ଟୋକିଓରେ ହେବାକୁ ଥିବା ଅଲିମ୍ପିକ ପାଇଁ ପ୍ରସ୍ତୁତ ହେବାକୁ ଆନ୍ତର୍ଜାତୀୟସ୍ତରୀୟ ଆଥଲେଟ ତଥା ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅନ୍ତର୍ଗତ ବଡକୁମରୁମ...

ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ଅଚାନକ ଚଢ଼ାଉ: ଧରାପଡ଼ିଲେ ୮ ଅଣଛାତ୍ର

କଟକ ଅଫିସ,୨୯।୮: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ବୁଧବାର ରାତି ପ୍ରାୟ ୧୦ଟାରେ କୁଳପତି ପ୍ରଫେସର ଈଶାନ କୁମାର ପାତ୍ର ଅଚାନକ ଚଢ଼ାଉ କରିଛନ୍ତି। ଏହି ସମୟରେ ବିଶ୍ୱବିଦ୍ୟାଳୟ...

ସମବାୟ ମନ୍ତ୍ରୀଙ୍କ ଅଚାନକ ଗସ୍ତ:କୋଅପରେଟିଭ ୟୁନିୟନ, ଓପୋଲଫେଡ୍‌ କାର୍ଯ୍ୟାଳୟରେ ଅଧା କର୍ମଚାରୀ ଅନୁପସ୍ଥିତ

ଭୁବନେଶ୍ୱର,୧୭-୯(ବ୍ୟୁରୋ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର ଅପରାହ୍ନରେ ଓଡ଼ିଶା ରାଜ୍ୟ କୋଅପରେଟିଭି ୟୁନିୟନକୁ ଅଚାନକ ପରିଦର୍ଶନ...

୮ ଫୁଟର ଅଜଗର ଉଦ୍ଧାର

କୁକୁଡ଼ାଖଣ୍ଡି,୨୫।୬(ଡି.ଏନ.ଏ.)- ଆଙ୍କୁଶପୁର ସଦରଥାନା ସାମ୍ନା ଏକ ହୋଟେଲ ନିକଟରେ ୮ ଫୁଟର ଅଜଗର ସୋମବାର ମଧ୍ୟରାତ୍ରରେ ଉଦ୍ଧାର ହୋଇଛି। ଉଦ୍ଧାର ପରେ ଏହାକୁ ନିକଟସ୍ଥ ଟାମଣା...

ପ୍ରଦୂଷଣକୁ ନେଇ ତାତିଲେ ଗ୍ରାମବାସୀ

କେନ୍ଦୁଝର,୧୩ା୫(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଫୁଲଝର ଗ୍ରାମରେ ଥିବା ଏକ ପିଲେଟ କାରଖାନା ବିରୋଧରେ ଅସନ୍ତୋଷ ତେଜିଛି। ବୁଧବାର ମଲଦା ପଞ୍ଚାୟତର ଗ୍ରାମବାସୀ ପ୍ରଦୂଷଣ ରୋକିବା ସହ କମ୍ପାନୀ...

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କଲେ ତୁର୍ଲାର ଯୁବଗୋଷ୍ଠୀ

ଖପ୍ରାଖୋଲ, ୭ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ୩୧ ଜଣ ଯୁବକ ନିଜ ଉଦ୍ୟମରେ ୩୨୫୧ ଟଙ୍କା ମୁଖ୍ୟମନ୍ତ୍ରୀ...

Leave a comment

Your email address will not be published. Required fields are marked *