Posted inଫୁରସତ

ଏହି ସ୍ଥାନରେ ରହିଛି ଆସ୍ଥା ବ୍ୟାଙ୍କ: ଏଠାରେ ଜମା ହୁଏ ‘ଓମ୍‌ ନମଃ ଶିବାୟ’

ବ୍ୟାଙ୍କର ନାଁ ଆସିଲେ ସାଧାରଣତଃ ଆମ ମନରେ ଟଙ୍କା ନେଣ ଦେଣ କଥା ଆସିଥାଏ। କିନ୍ତୁ ଏଭଳି ଏକ ବ୍ୟାଙ୍କ ଅଛି ଯେଉଁଠାରେ ଟଙ୍କା ନୁହେଁ ବରଂ ଆସ୍ଥା ଜମା ହୋଇଥାଏ। ଉତ୍ତରପ୍ରଦେଶ ବାରାଣସୀରେ ଏଭଳି ଏକ ନିଆରା ବ୍ୟାଙ୍କ ରହିଛି। ବାବା ବିଶ୍ୱନାଥଙ୍କ ସହର ବାରାଣସୀରେ ବିଶ୍ୱନାଥ ଗଳିରେ ଏଭଳି ଏକ ବ୍ୟାଙ୍କ ରହିଛି। ଯାହା ‘ଓମ୍‌ ନମଃ ଶିବାୟ’ ବ୍ୟାଙ୍କ ନାମରେ ନାମିତ ହୋଇଛି।

ଏଠାରେ କର୍ମଚାରୀ ମଧ୍ୟ ରହିଥିବା ବେଳେ ସେମାନେ ସବୁ ହିସାବ ନିକାଶ ରଖିଥାନ୍ତି। ହେଲେ ପାର୍ଥକ୍ୟ ଏତିକି ଯେ ଏଠାରେ ଟଙ୍କା ନୁହେଁ ବରଂ ଶିବଙ୍କ ପଞ୍ଚାକ୍ଷର ମନ୍ତ୍ର ‘ଓମ୍‌ ନମଃ ଶିବାୟ’ ଲେଖା ହୋଇ ଜମା ହୋଇଥାଏ। ଏହି ବ୍ୟାଙ୍କରେ ଗୋଟିଏ ଜନ୍ମର ଜମା ପୁଞ୍ଜି ଆର ଜନ୍ମକୁ ସୁଧ ସହ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଭକ୍ତମାନେ ଏଠାକୁ ଆସି ନିଜର ଖାତା ଖୋଲିଥାନ୍ତି, ଏହା ବଦଳରେ ତାଙ୍କୁ ଏକ ବୁକଲେଟ୍‌ ମିଳିଥାଏ। ଯେଉଁଥିରେ ସେମାନେ ଶିବଙ୍କ ପଞ୍ଚାକ୍ଷର ମନ୍ତ୍ରକୁ ଲେଖି ସେଠାରେ ଜମା କରିଥାନ୍ତି। ବିଶେଷ କଥା ହେଲା ଖାତା ଖୋଲିବା ହେଉ କି ବାକି ଅନ୍ୟ ସବୁ ପ୍ରକ୍ରିୟା ପାଇଁ ଏଠାରେ କୌଣସି ପଇସା ଲାଗେ ନାହିଁ। ଏହା ସବୁ ମାଗଣାରେ ହୋଇଥାଏ।

ଏଭଳି କଲେ ଭକ୍ତଙ୍କୁ କେବଳ ଶାନ୍ତି ନୁହେଁ ବରଂ ପୁଣ୍ୟ ମିଳିଥାଏ। ଏଥିସହ ଭଗବାନ ଭୋଳାନାଥ ଭକ୍ତଙ୍କ ଦୁଃଖ, ଦାରିଦ୍ର୍ୟ ଦୂର କରିବା ସହ ମନସ୍କାମନା ମଧ୍ୟ ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ସୂଚନାଯୋଗ୍ୟ, ଏହି ବ୍ୟାଙ୍କର ସ୍ଥାପନା ୨୦୦୨ରେ ବାବା ବିଶ୍ୱନାଥ ମନ୍ଦିରର ୧୧ଜଣ ବ୍ରାହ୍ମଣ କରିଥିଲେ। ସେବେଠାରୁ ଆଜି ଯାଏଁ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ବ୍ୟାଙ୍କ ଖୋଲା ହୋଇଥାଏ। ଭଗବାନ ଶିବଙ୍କ ପୂଜାର୍ଚ୍ଚନାରୁ ଏହି ଲେଖା ଆରମ୍ଭ ହେଉଥିବା ବେଳେ ଏପର୍ଯ୍ୟନ୍ତ ୧୩୬ କୋଟିରୁ ଊର୍ଦ୍ଧ୍ୱ ପଞ୍ଚାକ୍ଷର ମନ୍ତ୍ର ଏଠାରେ ଜମା ହୋଇସାରିଛି।


All Right Reserved By Dharitri.Com

ଚୋରି ହୋଇଥିବା ପୋଷାକୁକୁରକୁ ଖୋଜିବା ପାଇଁ ବିମାନ ବୁକ୍‌ କଲେ ମହିଳା

ଓ୍ବାଶିଂଟନ୍‌: ମଣିଷ ଏବଂ ପଶୁପକ୍ଷୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେଥିମଧ୍ୟରୁ ଏକ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି।...

ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି

ସାଧାରଣତଃ ପିଲା ଜନ୍ମ ଦେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ...

କାହିଁକି ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହାର ହୁଏ ବେଶ୍ୟାଳୟର ମାଟି

କୁହାଯାଏ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ। ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋମୟ, ଗୋମୂତ୍ର ଓ ବେଶ୍ୟାଳୟର ମାଟି।...

ସଫା କରିବା ପାଇଁ ନଗର ନିଗମକୁ ସୂଚନା ଦେବ ସ୍ମାର୍ଟ ଡଷ୍ଟବିନ୍‌

ହାଇଦ୍ରାବାଦର ୧୨ ବର୍ଷ ବୟସର ବାଳକ ମହମ୍ମଦ ହାସନ । ୮ମ ଶ୍ରେଣୀର ଛାତ୍ର। ଏତେ କମ୍‌ ବୟସରେ ବି ହାସନ ମେକାନିକାଲ ଓ ଇଲେକ୍ଟ୍ରିକାଲ...

ବିଶ୍ୱର ସବୁଠାରୁ ଖୁସିର ଦେଶ ଡେନମାର୍କ

କୋପେନହାଗେନ,୨୩।୪: ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ ୨୦୧୮ର ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ବିଶ୍ୱର ୩ଟି ଖୁସି ଦେଶ ମଧ୍ୟରୁ ଡେନମାର୍କ ହେଉଛି ଅନ୍ୟତମ। ସବୁଠାରୁ ଖୁସି...

ବିଶ୍ୱର ସବୁଠୁ ଦାମୀ କେକ୍‌, ଯାହା ଦେଖିବାକୁ ସୁନ୍ଦରୀ ଯୁବତୀ ସଦୃଶ

ବିଭିନ୍ନ ପ୍ରକାରର କେକ୍‌ ଦେଖିଥିବେ। କିନ୍ତୁ ସୁନ୍ଦରୀ ଯୁବତୀ ବା ସେଲିବ୍ରିଟି ଆକାରର କେକ୍‌ କେବେ ଦେଖିଛନ୍ତି କି? ଯଦି ନା ତେବେ ଏମିତି ଏକ...

ଆଜିର ଆହ୍ବାନ ଜନସଂଖ୍ୟା ନିୟନ୍ତ୍ରଣ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଗର୍ଭନିରୋଧ ପ୍ରତି ଲୋକମାନଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ପାଳନ କରାଯାଉଛି ଗର୍ଭ ନିରୋଧକ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର...

ଗରମରୁ ବଞ୍ଚିବା ପାଇଁ କାରରେ ଗୋବର ବୋଳିଲେ ମାଲିକ

ମେ’ମାସ ଶେଷ ହେବାକୁ ଆସୁଥିବା ବେଳେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ତେବେ ଏହି ଭୀଷଣ ଗରମ ପାଇଁ ପଶ୍ଚିମ ଓ ଉତ୍ତର ଭାରତରେ...

Leave a comment

Your email address will not be published. Required fields are marked *