ବାଙ୍କୀ ଡବଲ୍‌ ମର୍ଡର ଘଟଣା: ଅଭିଯୁକ୍ତ ଜିତେନ୍ଦ୍ର ଗିରଫ

କଟକ ଅଫିସ/ବାଙ୍କୀ(ସ୍ବ.ପ୍ର)୨୧।୨: ବହୁ ଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ସ୍ଥାନୀୟ ପୋଲିସ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ କଟକ ଜିଲା ବୈଦେଶ୍ୱର ଥାନା ଅଧୀନ ଖଜୁରିପଦା ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ସ୍ବାଇଁ (୨୩)। ଜିତେନ୍ଦ୍ରଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାଙ୍କୀ ଉପଖଣ୍ଡ ଉପକାରାଗାରକୁ ପଠାଇ ଦିଆଯାଇଛି। ପୂର୍ବରୁ ଏହି ଘଟଣାରେ ଉକ୍ତ ଗ୍ରାମର ବଳିଆ ଓରଫ ବଳଭଦ୍ର ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା କାଳିଆ ଓରଫ ସୁଶାନ୍ତ ପ୍ରଧାନ(୪୦) ଓ ଅନ୍ୟଜଣେ ଅଭିଯୁକ୍ତ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଅଁାଶ ଗ୍ରାମର ହିମାଂଶୁ ଭୂଷଣ ରାଉତରାୟ(୩୯)ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। ସୁଶାନ୍ତଙ୍କ ନିକଟରୁ ଅନ୍ୟ ୧୦ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ତଥ୍ୟ ପାଇଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଗୁରୁବାର କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ପାଣିଗ୍ରାହୀଙ୍କ କହିବାନୁଯାୟୀ, କ୍ଷମତା ଲୋଭକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଥିବା ନୂଆଗଁା ସରପଞ୍ଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ଏକ ଓ୍ବେବ୍‌ ଚ୍ୟାନେଲର ଖବରଦାତା ଆଦିତ୍ୟ କୁମାର ରଣସିଂଙ୍କ ସହିତ ଅଭିଯୁକ୍ତମାନଙ୍କର ଦୀର୍ଘଦିନ ହେବ ଶତ୍ରୁତା ଲାଗି ରହିଥିଲା। ବିଭିନ୍ନ ସମୟରେ ଛୋଟ କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଅଶାନ୍ତି ଉପୁଜୁଥିଲା। ଆଦିତ୍ୟ ଓ ଭଗବାନଙ୍କୁ ଆକ୍ରମଣ କରିବା ପାଇଁ ଏକ ମାସ ପୂର୍ବରୁ ଅଭିଯୁକ୍ତମାନେ ଯୋଜନା କରିଥିଲେ। ଗତ ୧୫ ତାରିଖ ଅପରାହ୍ନରେ ଆଦିତ୍ୟ, ଭଗବାନ ଓ ଅନ୍ୟଜଣେ ଯୁବକ ମାନସ ରଞ୍ଜନ ସିଂ ବାଇକ୍‌ରେ ବାଙ୍କୀରୁ ଖଜୁରୀପଦା ଗ୍ରାମକୁ ଫେରୁଥିଲେ। ଏହି ସମୟରେ ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ଜୋକଲାଞ୍ଜି ଜଳସେଚନ ପ୍ରକଳ୍ପ ନିକଟ ରାସ୍ତାରେ ସରୁ ଜିଆଇ ତାର ବାନ୍ଧି ଅଭିଯୁକ୍ତମାନେ ଲୁଚି ରହିଥିଲେ। ବାଇକ୍‌ ଜିଆଇ ତାରରେ ଛନ୍ଦି ହୋଇଯିବାରୁ ସେମାନେ ତଳେ ପଡିଯାଇଥିଲେ। ଏହି ସମୟରେ ସେମାନଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। କୌଶଳକ୍ରମେ ମାନସ ଘଟଣାସ୍ଥଳରୁ ପଳାଇ ଯାଇଥିବାବେଳେ ଆଦିତ୍ୟ ଓ ଭଗବାନଙ୍କୁ ଅଭିଯୁକ୍ତମାନେ ଗୋଡାଇ ଗୋଡାଇ ହାଣିଥିଲେ। ଆଦିତ୍ୟଙ୍କ ଶରୀରରୁ ଗୋଡକୁ ଅଲଗା କରିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଭଗବାନଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଭଗବାନଙ୍କୁ ଆମ୍ବୁଲାନ୍ସରେ କଟକ ନେବା ବାଟରେ ସେ ୯ ଜଣ ଅଭିଯୁକ୍ତଙ୍କ ନାମ କହିଥିଲେ। ଆମ୍ବୁଲାନ୍ସ ଭିତରେ ଥିବା ଜଣେ ଯୁବକ ଏହାକୁ ରେକର୍ଡିଂ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଭିଡିଓ ଭାଇରାଲ ହୋଇଥିଲା, ଯାହା ପୋଲିସର ତଦନ୍ତରେ ସହାୟକ ହୋଇଥିଲା। ଘଟଣା ସମ୍ପର୍କରେ ମାନସ ବାଙ୍କୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦଫା ୩୦୨, ୧୪୭, ୧୪୮, ୧୨୦(ବି) ଏବଂ ୧୪୯ ଅନୁଯାୟୀ ଏକ ମାମଲା(ନଂ.୩୯/୨୦) ରୁଜୁ କରିଛି। ଅନ୍ୟପକ୍ଷରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଏକ କମିଟି ଗୁରୁବାର ଖଜୁରୀପଦା ଗ୍ରାମକୁ ଯାଇ ମୃତକଙ୍କୁ ପରିବାରକୁ ଭେଟିଥିଲେ।
ଆଟୁରେ ଲୁଚିଥିଲେ ଜିତେନ୍ଦ୍ର
ହତ୍ୟାକାଣ୍ଡ ପରେ ଜିତେନ୍ଦ୍ର ଫେରାର ହୋଇଯାଇଥିଲେ। ପରେ ଗାଁକୁ ଫେରି ନିଜ ଘରେ କିଛିଦିନ ହେବ ଲୁଚି ରହିଥିଲେ। ଖବରପାଇ ପୋଲିସ ପହଞ୍ଚି ତାଙ୍କ ଘରକୁ ଘେରି ଯାଇଥିଲା। ଏହି ସମୟରେ ଜିତେନ୍ଦ୍ର ତାଙ୍କ ଚାଳ ଘରର ଆଟୁରେ ଲୁଚି ଥିବାବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।


All Right Reserved By Dharitri.Com

କରୋନାକୁ ନେଇ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ବାହାରକୁ ଖେଳିବାକୁ ଯାଅ ନାହିଁ, ପରିବାରଲୋକଙ୍କୁ କଟକଣା ମାନିବାକୁ କୁହ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଓଡ଼ିଶାରେ ୬୮ହଜାର ୭୧୭ଟି ସ୍କୁଲ ରହିଛି। ସେଥିରେ ୩୬ ଲକ୍ଷ ୫ ହଜାର ୫୩୯ଜଣ ଛାତ୍ରୀଛାତ୍ର ପ୍ରାଥମିକ ବିଦ୍ୟାଳୟ ଏବଂ ୨୧ଲକ୍ଷ ୨୭ହଜାର ୪୩ଜଣ...

ଶହେ ଲିଟର ଦେଶୀମଦ ଜବତ, ୨ ଗିରଫ

ଧରାକୋଟ,୨୮ା୪(ଡି.ଏନ.ଏ.)- ଧରାକୋଟ ଥାନା ଚମ୍ପାପଲ୍ଲି ଗ୍ରାମରେ ବ୍ୟାପକ ଚୋରାମଦ ପ୍ରସ୍ତୁତି ଚାଲିଥିବାବେଳେ ବାରମ୍ବାର ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଛି। ମାତ୍ର ମଦ...

ଜରୁରୀ ରୋଗୀ ସେବା ପାଇଁ ୧୦ଅଟୋକୁ ଅନୁମତି

ଦାରିଙ୍ଗବାଡ଼ି,୧୬।୪(ଡି.ଏନ.ଏ.): କରୋନା ମୁକାବିଲା ପାଇଁ ଏବେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିପାଇଁ ଜରୁରୀକାଳିନ ସେବା ମିଳିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ତେବେ ଲୋକଙ୍କ...

ଟ୍ରକ ଧକ୍କାରେ ଡାକ୍ତରଖାନା ପାଚେରି ଭାଙ୍ଗିଲା

ତାଳଚେର, ୮ା୪(ନି.ପ୍ର.)-  କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନଲେୋଡ କରି ତାଳଚେର ଅଭିମୁଖେ ଯାଉଥିବା  ଏକ ଟ୍ରକ୍ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ...

ଛାତ୍ର କଂଗ୍ରେସ କଲା ଟୁଇଟ୍‌

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ କଟକଣା ଉଲ୍ଲଂଘନ କରି ଡିସ୍‌ ସଫେଇ ବାହାନାରେ ଅନୁଗୋଳ କଳାକେନ୍ଦ୍ରରେ ବୁଧବାର ପୌରପାଳିକାର କେତେଜଣ କର୍ମଚାରୀ ଭୋଜିର ଆୟୋଜନ...

ଖରା ଦିନେ କୁହୁଡି

କେନ୍ଦୁଝର, ୧୨।୫(ସ୍ବ.ପ୍ର.): ପ୍ରବଳ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବା ବେଳେ ଅନେକ ସମୟରେ ଅପରାହ୍ନ ଓ ରାତିରେ କାଳ ବୈଶାଖୀ ଯୋଗୁ ବ୍ୟାପକ ଧନଜୀବନ...

ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଅନୁରୋଧ

ଭୁବନେଶ୍ୱର, ୨୧ା୪(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୋମବାର ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସାମ୍ପ୍ରତିକ ସ୍ଥିତିରେ କରୋନା ବ୍ୟତୀତ...

୧୪,୭୨୫ ଚାଷୀ ବିକିଲେଣି ୯,୮୨,୭୯୦ କୁଇଣ୍ଟାଲ ଧାନ

ଭୁବନେଶ୍ୱର,୩୦ା୧୧ (ବ୍ୟୁରୋ): ୨୦୧୯-୨୦ ବର୍ଷ ଲାଗି ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି। ଚଳିତ ମାସରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଦ୍ୱାରା ଏଯାବତ୍‌ ୯,୮୨,୭୯୦...

Leave a comment

Your email address will not be published. Required fields are marked *