କରୋନା ସଂକ୍ରମଣ କମୁଛି

ବେଜିଂ,୨୧।୨(ପି.ଟି./ ଆଇଏଏନ୍‌ଏସ୍‌): ଚାଇନାରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୨,୧୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ୭୪, ୫୭୬ରେ ପହଞ୍ଚିଛି। ବୁଧବାର ୧୧୪ ଜଣଙ୍କ ମୃତ୍ୟୁ ହୋଇଛି। ହେଲେ ନୂଆ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଜଣାପଡ଼ିଛି। ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ କୁହାଯାଇଛି ଯେ, ନୂଆ ସଂକ୍ରମିତଙ୍କ ସଂଖ୍ୟା କମି ୩୯୪କୁ ଚାଲିଆସିଛି। ଗତ ଡିସେମ୍ବରଠାରୁ କରୋନା ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏବେ ପ୍ରଥମ ଥର ଲାଗି ନୂଆ ସଂକ୍ରମଣକାରୀଙ୍କ ସଂଖ୍ୟା କମିବା ଆରମ୍ଭ କରିଛି। ତଥାପି ଏବେ ୪,୯୨୨ ଜଣ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଉହାନ ସହର ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ବୁଧବାର ୧,୭୭୯ ବ୍ୟକ୍ତି ରୋଗମୁକ୍ତ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ମୋଟ ୧୬,୧୫୫ ବ୍ୟକ୍ତି ଅଦ୍ୟାବଧି କରୋନା କବଳରୁ ମୁକୁଳିଥିବା ଜଣାପଡ଼ିଛି। ହଂକଂରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ସଂକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୬୫ ସଂକ୍ରମଣର ଶିକାର ହୋଇଛନ୍ତି। ତାଇଓ୍ବାନ୍‌ରେ ୨୪, ମାକାଉରେ ୧୦ ବ୍ୟକ୍ତି କରୋନା ସଂକ୍ରମିତ ଥିବା ପ୍ରକାଶ।


All Right Reserved By Dharitri.Com

ମଲାଲା ଆକ୍ରମଣକାରୀ ଜେଲ୍‌ରୁ ଚମ୍ପଟ

ଇସ୍‌ଲାମାବାଦ,୭-୨(ଆଇଏଏନ୍‌ଏସ୍‌):ନାରୀ ଶିକ୍ଷାର ପ୍ରସାର ପାଇଁ ପାକିସ୍ତାନରେ ସଚେତନତା ସୃଷ୍ଟି କରୁଥିବା ମଲାଲା ୟୁସୁଫଜାଇ ଏବଂ ପେଶାଓ୍ବର ସେନା ସ୍କୁଲରେ ଆକ୍ରମଣ କରିଥିବା ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି)ର...

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଗୃହୀତ

ଓ୍ବାଶିଂଟନ, ୨୦।୧୨(ପି.ଟି.):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବୁଧବାର ପ୍ରତିନିଧି ସଭାରେ ଗୃହୀତ ହୋଇଛି। ଫଳରେ ତାଙ୍କୁ ସିନେଟରେ ବିଚାରର ସମ୍ମୁଖୀନ ହେବାକୁ ପଡିବ।...

ଦିନେ ଭୁଟାନର ବୈଜ୍ଞାନିକ ବି ନିର୍ମାଣ କରିବେ ଉପଗ୍ରହ: ମୋଦି

ଥିମ୍ପୁ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଯାଇ ସ୍ଥାନୀୟ ରୟାଲ ୟୁନିଭର୍ସିଟିର ଶିକ୍ଷାର୍ଥୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଦିନେ...

ଉହାନରେ ପୁଣିଥରେ କାମ ଆରମ୍ଭ କରିବାକୁ ଅନୁମତି ଦେଲେ ସରକାର

ବେଜିଂ,୧୧।୩: କରୋନା ଭାଇରସ ଯୋଗୁ ଚାଇନାର ଉହାନ ସହର ବିଶେଷ ପ୍ରଭାବିତ ହୋଇଥିବା ବେଳେ ଏହାକୁ ଏକ ପ୍ରକାର ବନ୍ଦ କରି ଦିଆଯାଇଥିଲା। ଏବେ କରୋନା...

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପ୍ରସ୍ତାବ

ଓ୍ବାଶିଂଟନ,୨୩ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ପ୍ରସ୍ତାବ ଦେଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ପାକ୍‌...

ଭୂତାଣୁ ନୁହେଁ, କେନିୟାରେ ମାରକ ହେବ ଦୁର୍ବଳ ସ୍ବାସ୍ଥ୍ୟସେବା

ନାଇରୋବି,୨୨।୩: କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଏବେ ଅଚଳାବସ୍ଥା ସୃଷ୍ଟି କରିଛି। ୟୁରୋପୀୟ ଦେଶଗୁଡ଼ିକର ଏବେ ପ୍ରମୁଖ ଧ୍ୟେୟ ହୋଇଛି, କିପରି ଲୋକରୁ...

କରୋନା ରୋଗୀଙ୍କୁ ଖାଦ୍ୟ, ଔଷଧ ଦେଉଛି ରୋବୋଟ

ନୂଆଦିଲ୍ଲୀ,୧୦।୨: ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି।...

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶରଫ

ଇସ୍‌ଲାମାବାଦ,୩।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ସେ ପୁଣିଥରେ ଦୁବଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା...

Leave a comment

Your email address will not be published. Required fields are marked *