କେବଳ ନେତା ନୁହେଁ, ଭଲ ଅଭିନେତା ମଧ୍ୟ: ଏହିସବୁ ଫିଲ୍ମରେ ଅଭିନୟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଫେବ୍ରୁୟାରୀ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଗୁଜରାଟର ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଆପଣ ଜାଣନ୍ତି କି ଟ୍ରମ୍ପ କେବଳ ଜଣେ ନେତା ନୁହଁନ୍ତି, ଭଲ ଅଭିନେତା ମଧ୍ୟ। ସେ ହଲିଉଡ୍‌ର ଅନେକ ଫିଲ୍ମ ଏବଂ ଟିଭି ସିରିଜ୍‌ରେ ନଜର ଆସିସାରିଛନ୍ତି। ୧୯୯୭ରେ ଏକ ଟିଭି ଶୋ’ରେ ଜଣେ ବ୍ୟବସାୟୀ ଭୂମିକାରେ ସେ ନଜର ଆସିଥିଲେ। ୧୯୯୯ରେ ଟିଭି ଶୋ’ ‘ସେକ୍ସ ଆଣ୍ଡ୍‌ ଦ ସିଟି’ର ଦ୍ୱିତୀୟ ସିଜିନରେ ଟ୍ରମ୍ପ ଅଭିନୟ କରିଥିଲେ। ୧୯୯୬ରେ ଆସିଥିବା ଏକ କମେଡି ଫିଲ୍ମ ଦ ଆସୋସିଟରେ ମଧ୍ୟ ସେ ଅଭିନୟ କରିଥିଲେ। ଏହାସହ ସେ ଘୋଷ୍ଟଟ୍ସ କାଣ୍ଟ୍‌ ଦ ଇଟ୍‌, ଆକ୍ରସ ଦ ସି ଅଫ୍‌ ଟାଇମ୍‌, ଏଡି, ସେଲିବ୍ରିଟି, ଜୁଲ୍ୟାଣ୍ଡରରେ ଟ୍ରମ୍ପ ଅଭିନୟ କରିଥିଲେ।


All Right Reserved By Dharitri.Com

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଲଗା ହୋଇଯାଇଥିବା ୨ ଭଉଣୀ ୭୮ ବର୍ଷ ପରେ ହେଲେ ଏକାଠି

ମସ୍କୋ, ୮।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରସ୍ପରଠାରୁ ଅଲଗା ହୋଇଯାଇଥିବା ୨ ଭଉଣୀ ଦୀର୍ଘ ୭୮ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ଏନେଇ ସେମାନେ...

ଆହତ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଓଲଟା ଟ୍ରେନ୍‌ ଚଳାଇଲେ ଲୋକୋ ପାଇଲଟ

ମୁମ୍ବାଇ,୭।୨: ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଲୋକୋ ପାଇଲଟ ଓଲଟା ଟ୍ରେନ୍‌ ଚଳାଇଥିବା ଦେଖିବାକୁ ମିଳିଛି। ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଲୋକୋ ପାଇଲଟ...

ଟ୍ରେନ୍‌ର ଭ୍ରମ ସୃଷ୍ଟି କରୁଛି ଏହି ସ୍କୁଲ, ଷ୍ଟେଶନ ପରି ସଜେଇ ହୋଇଛି ପାରିପାର୍ଶ୍ୱ

ରେଲ୍‌ଓ୍ବେ ଷ୍ଟେଶନ ତ ଦେଖିଥିବେ ନିଶ୍ଚିତ। କିନ୍ତୁ ଏମିତି ଏକ ସ୍କୁଲ ରହିଛି ଯାହା ଦେଖିବାକୁ ଅବିକଳ ରେଲ୍‌ଓ୍ବେ ଷ୍ଟେଶନ ପରି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ...

ପ୍ରାଚୀନ ତୀର୍ଥସ୍ଥଳ ଚିତ୍ରକୂଟ ଧାମ: କେବେ ଓ କେମିତି ଯିବେ; କ’ଣ ଦେଖିବେ

ଚିତ୍ରକୂଟ ଧାମ ମନ୍ଦାକିନୀ ନଦୀ ତଟଦେଶରେ ଅବସ୍ଥିତ ଭାରତର ଏକ ପ୍ରାଚୀନ ତୀର୍ଥସ୍ଥଳ ଭାବେ ପରିଚିତ। ଏହା ହେଉଛି ସେହି ସ୍ଥାନ, ଯେଉଁଠାରେ ପ୍ରଭୁ ଶ୍ରୀରାମ...

ଯୁବକଙ୍କ ବାଇକ୍‌ କିଣିବା ନିଶା, ମା’-ବାପାଙ୍କ ଅସ୍ଥି ବିକିବାକୁ ଖୋଳିଲେ କବର

ଆଜିକାଲି ଲୋକେ ଟଙ୍କା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି। ମେଜାମ୍ବିକ୍ୟୁରେ ଜଣେ...

୧୪ ମହଲା ବିଲ୍ଡିଂରେ ରହିଛି ଛୋଟ ସହର…

ଆମେରିକାର ଉତ୍ତରରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଲ୍ଡିଂ ରହିଛି। ଏହି ବିଲ୍ଡିଂ ଏକ ଛୋଟ ସହର ସହିତ ସମାନ। ଏଠାରେ ୨ଶହ...

୧୯ ବର୍ଷ ପୂର୍ବର ପେଣ୍ଟିଂ, ବିକ୍ରି ହେଲା ୧୭୭ କୋଟିରେ

ଜାପାନର ଜଣେ ଲୋକପ୍ରିୟ ଚିତ୍ରକାର ୟୋଶୋତୋମୋ ୨୦୦୦ ମସିହାରେ ଏକ କାର୍ଟୁନ ଗର୍ଲ ପେଣ୍ଟିଂ(ଫଟୋଚିତ୍ର) ତିଆରି କରିଥିଲେ। ନିକଟରେ ହଂକଂର ମଡେନଷ୍ଟିକ୍‌ କନ୍‌ଭେନ୍‌ଶନ ସେଣ୍ଟରରେ ଏହା...

ବଜାରରେ ମିଳୁଥିବା ଜିରା ଅସଲି ନା ନକଲି ଜାଣନ୍ତୁ ଏପରି…

ଏବେ ବଜାରରେ ନକଲି ଜିରା ମିଳୁଛି। ଏହା ଫୁଲଝାଡୁ, ପଥରଗୁଣ୍ଡ ଏବଂ ଗୁଡ଼ରୁ ପ୍ରସ୍ତୁତ ହେଉଛି। ଅସଲି ଜିରା ଦାମ କିଲୋପ୍ରତି ୪ଶହ ଟଙ୍କା ଥିବାବେଳେ...

Leave a comment

Your email address will not be published. Required fields are marked *