Posted inଜାତୀୟ

ଧରା ପଡ଼ିଲା ଟ୍ରମ୍ପ୍‌ଙ୍କ ମିଛ

ନୂଆଦିଲ୍ଲୀ, ୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଟ୍ରମ୍ପ୍‌ ୨ ଦିନରେ କହିଥିବା ୨ଟି ବଡ଼ ମିଛ ଧରାପଡ଼ିଛି। ପ୍ରଥମେ ଫେବୃୟାରୀ ୧୫ରେ ଟ୍ରମ୍ପ୍‌ କହିଥିଲେ ଫେସବୁକ୍‌ରେ ସେ ପ୍ରଥମ ସ୍ଥାନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରକୃତରେ ମୋଦି ପ୍ରଥମ ସ୍ଥାନରେ ଥିବାବେଳେ ଟ୍ରମ୍ପ୍‌ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଫେସବୁକ୍‌ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୪ କୋଟି ୪୩ ଲକ୍ଷ ଥିବାବେଳେ ଟ୍ରମ୍ପ୍‌ଙ୍କର ୨କୋଟି ୭୫ ଲକ୍ଷ ଫଲୋଅର୍ସ ରହିଛନ୍ତି। ସେହିପରି ଫେବୃୟାରୀ ୧୬ରେ ଟ୍ରମ୍ପ୍‌ କହିଥିଲେ ଯେ, ଭାରତ ଗସ୍ତ ସମୟରେ ତାଙ୍କୁ ୭୦ ଲକ୍ଷ ଲୋକ ସ୍ବାଗତ କରିବେ। ମାତ୍ର ଅହମଦାବାଦ୍‌ ନଗର ନିଗମ କମିଶନର ବିଜୟ ନେହେରାଙ୍କ ଅନୁସାରେ ଟ୍ରମ୍ପ୍‌ଙ୍କ ୨୨ କିମି ରୋଡ୍‌ ଶୋରେ ପ୍ରାୟ ଏକ ଲକ୍ଷ ଲୋକ ରହିବେ। ଫଳରେ ଟ୍ରମ୍ପ୍‌ ମିଛ କହିଥିବା ଧରାପଡ଼ିଛି। ସୂଚନାଯୋଗ୍ୟ, ଅହମଦାବାଦ୍‌ ସହରର ଜନସଂଖ୍ୟା ୭୦ରୁ୮୦ ଲକ୍ଷ ମଧ୍ୟରେ। ଏତେ ସଂଖ୍ୟକ ଲୋକ ରୋଡ୍‌ ଶୋରେ ସାମିଲ ହେଲେ ସ୍ଥିତିକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବ ବୋଲି କୁହାଯାଉଛି।


All Right Reserved By Dharitri.Com

ଚାଇନା ସହ ଉତ୍ତେଜନା ପରିସ୍ଥିତି ମଧ୍ୟରେ ଲେହ ପହଞ୍ଚିଲେ ସେନା ମୁଖ୍ୟ

ଲେହ,୨୩।୫: ଚାଇନା ସହ ଲଦାଖର ୩ଟି ସ୍ଥାନରେ ଉତ୍ତେଜନା ଜାରି ରହିଥିବା ମଧ୍ୟରେ ସେନା ମୁଖ୍ୟ ଏମ୍‌ଏମ୍‌ ନରାଓ୍ବଣେ ଶନିବାର ଲେହରେ ପହଞ୍ଚିଛନ୍ତି। ଏହି ସମୟରେ...

କାଗଜବିହୀନ ହେବ ଲୋକ ସଭା

ନୂଆଦିଲ୍ଲୀ,୧ା୮(ପି.ଟି.): ଆଗାମୀ ଅଧିବେଶନରୁ ଲୋକ ସଭା କାଗଜବିହୀନ ହେବ ବୋଲି ବାଚସ୍ପତି ଓମ୍‌ ବିର୍ଲା ବୁଧବାର ଘୋଷଣା କରିଛନ୍ତି। ଏହାଦ୍ୱାରା ବହୁକୋଟି ଟଙ୍କାର ରାଜସ୍ବ ସଞ୍ଚୟ...

ଡାମନ୍‌-ଡିୟୁ ଏବଂ ଦାଦର-ନଗର ହବେଲିର ହୋଇପାରେ ମିଶ୍ରଣ: ମୋଦି ସରକାରଙ୍କ ନୂଆ ଯୋଜନା !

ନୂଆଦିଲ୍ଲୀ,୨୩।୧୧: ଜମ୍ମୁ-କଶ୍ମୀର ଏବଂ ଲଦାଖକୁ ଦୁଇ ଭିନ୍ନ ଭିନ୍ନ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଡାମନ୍‌-ଡିୟୁ ଏବଂ...

ଶାନ୍ତି ଆଶାରେ କଶ୍ମୀରବାସୀ: ମହିଳା ସୁରକ୍ଷାକର୍ମୀଙ୍କ ସହ ହାତ ମିଳାଇଲେ କଶ୍ମୀର ବାଳକ, ଫଟୋ ଭାଇରାଲ

ଶ୍ରୀନଗର,୯।୮: ଜମ୍ମୁ କଶ୍ମୀରରେ ଧାରା ୩୭୦କୁ ଅଚଳ କରିଦିଆଯିବା ପୂର୍ବରୁ ହିଁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜମ୍ମୁ ଓ ଶ୍ରୀନଗରରେ ଧାରା ୧୪୪...

କଶ୍ମୀର ନୁହେଁ, ଏବେ କେବଳ ପିଓକେ: ପାକିସ୍ତାନକୁ ରାଜନାଥଙ୍କ ଚରମବାଣୀ

କାଲ୍‌କା, ୧୯ା୮(ପି.ଟି./ଆଇଏଏନ୍‌ଏସ୍‌) :ଆତଙ୍କବାଦ ଉପରେ ଲଗାମ ନ ଲଗାଇବା ଯାଏ ପାକିସ୍ତାନ ସହ ଆଲୋଚନା ସମ୍ଭବ ନୁହେଁ। ଯଦି ଆଗକୁ କଥାବାର୍ତ୍ତା ହୁଏ ତାହା କେବଳ...

କାଠଗଡାରେ ଚିଦାମ୍ବରମ

ନୂଆଦିଲ୍ଲୀ,୨୨।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ଗୁରୁବାର କୋର୍ଟରେ ହାଜର ହୋଇଛନ୍ତି। ଦୀର୍ଘ ୩ ଘଣ୍ଟାର ଜେରା ପରେ ସେ କୋର୍ଟରେ ହାଜର...

ରାସ୍ତାରେ ଛେପ ପକାଇଲେ ଶହେ ଟଙ୍କା ଜରିମାନା: ୧୦ ହଜାର ଲୋକଙ୍କ ଉପରେ ହେଲାଣି କାର୍ଯ୍ୟାନୁଷ୍ଠାନ

ଅହମ୍ମଦାବାଦ୍‌,୨୮।୪: ଗୁଜରାଟରେ ରାସ୍ତାରେ ଛେପ ପକାଉଥିବା ଲୋକଙ୍କ ପାଇଁ କରାଯାଇଛି କଡ଼ା ଆଇନ। ସହରକୁ ପରିଷ୍କାର ରଖିବା ଲାଗି ଅହମ୍ମଦାବାଦ୍‌ ମହାନଗର ପାଳିକା ପକ୍ଷରୁ ଏଭଳି...

ପାଓ୍ବାର, ଉଦ୍ଧବଙ୍କୁ ଜଣାଇଲେ ଏନ୍‌ସିପି ବିଧାୟକ: ମନ୍ତ୍ରୀପଦ ଯାଚୁଛନ୍ତି ଅଜିତ

ମୁମ୍ବାଇ,୨୫ା୧୧: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଓ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ରବିବାର ଏନ୍‌ସିପି ବିଧାୟକମାନଙ୍କୁ ମୁମ୍ବାଇର ନେରେସାଁ ହୋଟେଲରେ ସାକ୍ଷାତ କରିଛନ୍ତି। ବର୍ତ୍ତମାନର...

Leave a comment

Your email address will not be published. Required fields are marked *