Posted inଜାତୀୟ

ଘୁଞ୍ଚି ଘୁଞ୍ଚି ଯାଉଛି ଫାଶୀ ଦଉଡ଼ି: ସୁପ୍ରିମ୍‌କୋର୍ଟ ପରେ ଏବେ ନିର୍ବାଚନ କମିଶନଙ୍କୁ ଆବେଦନ

ନୂଆଦିଲ୍ଲୀ,୨୦।୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି। ଇତିମଧ୍ୟରେ ୩ ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ତେବେ ଦୋଷୀ ଫାଶୀରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଆଇନଗତ ବିକଳ୍ପର ସାହାରା ନେବାରେ ଲାଗିଛନ୍ତି। ଅକ୍ଷୟ ସିଂ ଠାକୁର, ମୁକେଶ ସିଂ, ପଓ୍ବନ କୁମାର ଗୁପ୍ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ତେବେ ବିନୟ କୁମାର ଶର୍ମାଙ୍କ ପାଖରେ ରାଜକ୍ଷମା ଏବଂ କ୍ୟୁରେଟିଭ୍‌ ପିଟିଶନ ବିକଳ୍ପ ରହିଛି। ବିନୟ ଶର୍ମା ସୁପ୍ରିମ୍‌କୋର୍ଟ ପରେ ଏବେ ନିର୍ବାଚନ କମିଶନଙ୍କୁ ଆବେଦନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଖାରଜ ହୋଇଥିବା ତାଙ୍କର ରାଜକ୍ଷମା ସମ୍ପୂର୍ଣ୍ଣ ଅଣ-ସାମ୍ବିଧାନିକ। ରାଜକ୍ଷମା ଖାରଜ ପାଇଁ ୨୯ ଜାନୁୟାରୀରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କ ଦ୍ୱାରା ଏକ ଆବେଦନ ଦାଖଲ ହୋଇଥିଲା। ସେ ସମୟରେ ସତ୍ୟେନ୍ଦ୍ର ନା ମନ୍ତ୍ରୀ ପଦରେ ଥିଲେ ଅବା ବିଧାୟକ ଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଭଳି ସେ ରାଷ୍ଟ୍ରପତିଙ୍କ ନିକଟରେ ଏଭଳି ଆବେଦନ କରିପାରିବେ ନାହିଁ। ବିନୟଙ୍କ ଆବେଦନ ଆଇନଜୀବୀ ଏ.ପି. ସିଂ ନିର୍ବାଚନ କମିଶନଙ୍କ ନିକଟରେ କରିଛନ୍ତି। ଏହାର ବିଚାର କରିବା ପାଇଁ ସେ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛନ୍ତି।


All Right Reserved By Dharitri.Com

ଲିପ୍‌ଷ୍ଟିକ୍‌ରୁ ବାହାରିବ ଗୁଳି: ରୋଡ୍‌ ସାଇଡ୍‌ ରୋମିଓ ପାଇବେ ପାନେ !

ବାରାଣସୀ,୯।୧: ଏବେ ରୋଡ୍‌ ସାଇଡ୍‌ ରୋମିଓଙ୍କୁ ପାନେ ମିଳିବ। ବାରାଣସୀର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ପ୍ରକାରର ଲିପ୍‌ ଷ୍ଟିକ୍‌ ତିଆରି...

୩ ଭାଜପା ନେତାଙ୍କ ବିରୋଧରେ ଏଫ୍‌ଆଇଆର୍‌ କର: ହାଇକୋର୍ଟ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଯେଉଁ ୩ ଭାଜପା ନେତାଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଯୋଗୁ ସିଏଏ ହିଂସା ଜୋରଦାର ହେଲା ବୋଲି କୁହାଯାଉଛି, ସେମାନଙ୍କ ବିରୋଧରେ କ’ଣ ପାଇଁ ଏତଲା...

ଜମ୍ମୁ-କଶ୍ମୀର ବାଦଲ ଫଟା ବର୍ଷା: ବିଦ୍ୟୁତ ଓ ପାଣି ସେବା ପ୍ରଭାବିତ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ତ୍ରାଲରେ ଶନିବାର ବାଦଲ ଫଟା ବର୍ଷା ହୋଇଛି। ଫଳରେ ଉକ୍ତ ଅଞ୍ଚଳର ଘର ଓ ସ୍କୁଲଗୁଡ଼ିକରେ ପାଣି ପଶିଯାଇଥିବାରୁ ବିଦ୍ୟୁତ୍‌ ସରବରାହ ଓ...

ବିବାହ ନିମନ୍ତ୍ରଣ କାର୍ଡରେ ନିଶା ନିବାରଣ ପାଇଁ ସଚେତନତା ବାର୍ତ୍ତା

ଜୟପୁର,୨।୭: ନିଶା ନିବାରଣ ପାଇଁ ସରକାର ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦେଶରେ ନାନା ଅଭିଯାନ ଜାରି ରହିଛି। ତେବେ ରାଜସ୍ଥାନର ଭିୟାଡ୍‌ ଗାଁ ଏହି...

ମେହବୁବା, ଓମାର ଗୃହବନ୍ଦୀ

ଶ୍ରୀନଗର,୫ା୮: ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାର ଓ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ମୁହାଁମୁହିଁ ଅବସ୍ଥାରେ ପହଞ୍ଚତ୍ଛନ୍ତି। ଶ୍ରୀନଗରରେ ସର୍ବଦଳୀୟ ବୈଠକରେ ସମ୍ବିଧାନର...

ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟିଂ:ହାର୍ଡ କୌରଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଲକ୍ଷ୍ନୌ,୨୧।୬:ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ ଗାୟକ ତାରଣ...

ଜମ୍ମୁ-କଶ୍ମୀରରେ ଦୁର୍ଗାପୂଜା ପାଳିଲେ ବେଙ୍ଗଲି ସମ୍ପ୍ରଦାୟର ଲୋକେ

ଜମ୍ମୁ,୬।୧୦: ସାରା ଦେଶରେ ନବରାତ୍ରୀ ଅବସରରେ ଦୁର୍ଗା ମା’ଙ୍କ ପୂଜା ଖୁବ୍‌ ଆଡମ୍ବର ସହକାରେ ପାଳନ କରାଯାଉଛି। ହେଲେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ...

୨୪୩ ଯାତ୍ରୀଙ୍କ ସହ ଜାହାଜ ନିଖୋଜ

ନୂଆଦିଲ୍ଲୀ,୨୨ା୬ : କେରଳର ଏର୍ନାକୁଲମ୍‌ ଜିଲାର ଏକ ବନ୍ଦରରୁ ଯାତ୍ରାରମ୍ଭ କରିଥିବା ଏକ ଯାତ୍ରୀବାହୀ ଜାହାଜ ନିଖୋଜ ହୋଇଯାଇଛି। ଏଥିରେ ୨୪୩ ଯାତ୍ରୀ ଥିଲେ। ପ୍ରଶାନ୍ତ...

Leave a comment

Your email address will not be published. Required fields are marked *