ସିଲ୍‌ ହେଲା ପଟିଆସ୍ଥିତ ବିଗ୍‌ ବଜାର ବିଲ୍ଡିଂ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପ୍ଲାନର ଉଲ୍ଲଂଘନ କରିବାକୁ ନେଇ ଗୁରୁବାର ପଟିଆସ୍ଥିତ ବିଗ୍‌ ବଜାର ବିଲ୍ଡିଂକୁ ସିଲ୍‌ କରାଯାଇଛି। ବିଏମ୍‌ସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଶପିଂ ମଲ୍‌ ଥିବା ବିଲ୍ଡିଂ ସିଲ୍‌ ହୋଇଛି। ତେବେ ମଲ୍‌ ଚାଲିଥିବା ବିଲ୍ଡିଂରେ ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ନ ଥିବା ଓ ପାର୍କି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଥିଲା। ପରେ ବିଏମ୍‌ସି ଅଧିକାରୀମାନେ ସେଠାରେ ପହଞ୍ଚି ମୋବାଇଲ୍‌ କୋର୍ଟ ଜରିଆରେ ବିଲ୍ଡିଂ ସିଲ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଲ୍ଡିର ମାଲିକ ଜିତେନ୍ଦ୍ର ପ୍ରସାଦ ସିଂଙ୍କ ନାମରେ ନୋଟିସ ଜାରି କରାଯାଇଛି। ଅପରପକ୍ଷେ ଉକ୍ତ ବିଲ୍ଡିଂରେ ଥିବା ପାର୍କି ସ୍ଥଳକୁ ଗୋଦାମ ଭାବେ ବ୍ୟବହାର କରାଯାଉଥିଲା। ଏପରିକି ସେଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବା ଜଣାପଡ଼ିଥିଲା। ଏସବୁ ଜଣାପଡ଼ିବା ପରେ ଅଧିକାରୀମାନେ ତାକୁ ସିଲ୍‌ କରିଥିବା ଜଣାପଡ଼ିଛି।


All Right Reserved By Dharitri.Com

ଶରୀରଦାନ ସତ୍ୟପାଠ କ୍ଷେତ୍ରରେ ନୂଆ ରେକର୍ଡ

କଟକ ଅଫିସ, ୨ା୧୧: ଏସ୍‌ସିବି ମେଡିକାଲ କଲେଜଠାରେ ଶରୀର ତତ୍ତ୍ବ ବିଭାଗକୁ ଶୁକ୍ରବାର ଭାରତ ଶରୀର ଓ ଅଙ୍ଗଦାନ ସମିତି(ବଡି) ପକ୍ଷରୁ ୭୫୦ଟି ଶରୀର ଦାନ...

ଅନ୍ତର୍ଜାତୀୟ ଧଳାବାଡ଼ି ଦିବସ:ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ସରଳୀକରଣ ହେବ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):ରାଜ୍ୟର ୩୦ଟି ଯାକ ଜିଲାରେ ସମନ୍ବିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ସରଳୀକରଣ କରାଯିବ। ଅନ୍ତର୍ଜାତୀୟ...

ବେଢ଼ାମଜୁରୀ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ

ପୁରୀ ଅଫିସ, ୧୨।୬: ଜୁଲାଇ ୪ ତାରିଖରେ ରଥଯାତ୍ରା। ଏଥିପାଇଁ ରଥ ଖଳାରେ ୩ ରଥର ନିର୍ମାଣ କାମ ଜାରିରହିଛି। ରଥଯାତ୍ରାକୁ ଆଉ ମାତ୍ର ୨୨...

ମୟୂର, ହରିଣ, ବାର୍‌ହା ପାଇଁ ଟ୍ରାଫିକ ଜାମ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ମୟୂର ଓ ହରିଣ ପାଇଁ ରାଜଧାନୀରେ ସୃଷ୍ଟି ହେଉଛି ଟ୍ରାଫିକ ଜାମ୍‌। ଭରତପୁର-ଡମପଡ଼ା ଅଭୟାରଣ୍ୟକୁ ଲାଗି ରହିଥିବା ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ...

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଡିପୋଜିଟ ଘଟଣା: ‘ଚିଟ୍‌ଫଣ୍ଡ ଭଳି ମହାପ୍ରଭୁଙ୍କ ଟଙ୍କା ବୁଡ଼ିବ’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଥିକ ସ୍ଥିତି ବିପିଏଲ ତଳକୁ ଖସାଇ ଦେଲେଣି। ଠାକୁର ଖାଇ ଖଟୁଲି ଖାଇବାକୁ ବସିଛନ୍ତି। କାଳିଆ ନଁାରେ ବହୁ...

ସଂସାର ଉଜାଡ଼ିଲା ସ୍ବାମୀ:ମେଡିକାଲ ଯିବା ପୂର୍ବରୁ ସ୍ତ୍ରୀଙ୍କୁ ହତ୍ୟା

ରାସୋଳ,୨୦ା୮(ଡି.ଏନ.ଏ.)କିଡ୍‌ନୀ ରୋଗରେ ପୀଡ଼ିତ ସ୍ବାମୀଙ୍କୁ ବଞ୍ଚାଇବାକୁ ଟଙ୍କା ଯୋଗାଡ଼ କରୁଥିବା ସ୍ତ୍ରୀକୁ ହାଣି ହତ୍ୟା କରିଛି ସ୍ବାମୀ। ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳରେ ସୋମବାର...

ମହାପ୍ରଭୁଙ୍କ ଜମି ହିସାବ ବାଉଳା

ପୁରୀ ଅଫିସ,୨୬ା୨: ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମି ହିସାବକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ସମୁଦାୟ ଜମି କେତେ, କେଉଁ କେଉଁ ଜାଗାରେ ରହିଛି,...

ଟୋକନ୍‌ ସମସ୍ୟା, ଚାଷୀ ହନ୍ତସନ୍ତ

ସୋନପୁର,୧୨।୨(ନି.ପ୍ର.) – ଅନଲାଇନ ଟୋକନ ବ୍ୟବସ୍ଥାରେ ସମସ୍ୟା ଯୋଗୁଁ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲାରେ ଧାନ ସଂଗ୍ରହ କ୍ଷେତ୍ରରେ ଚରମ ବିଶୃଙ୍ଖଳା ସୃଷ୍ଟି ହୋଇଛି। ନଭେମ୍ବର...

Leave a comment

Your email address will not be published. Required fields are marked *