ଦିନକୁ ୧୦ଥର ଗାଧୋଇବା ସହ ନୋଟ୍‌ ଧୋଉଥିଲେ ମହିଳା, ତାଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ସ୍ବାମୀ

ମହୀଶୁର, ୨୦।୨: କର୍ନାଟକର ମହୀଶୁରରେ ଏକ ଅଭାବାନୀୟ ଘଟଣା ଘଟିଛି। ଦିନରେ ୧୦ଥର ଗାଧୋଇବା ସହ ନୋଟ୍‌ ଧୋଉଥିବା ମହିଳାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି ସ୍ବାମୀ। ଶାନ୍ତମୂର୍ତ୍ତୀ(୪୦) ଓ ପୁତ୍ତମନୀ(୩୮)ଙ୍କ ବିବାହ ୧୫ ବର୍ଷ ପୂର୍ବରୁ ହୋଇଥିଲା। ପୁତ୍ତମନୀ ଜଣେ ଅନ୍ଧବିଶ୍ୱାସୀ ମହିଳା ଥିଲେ ବୋଲି ତାଙ୍କ ପଡୋଶୀ କହିଛନ୍ତି। ସେ ଦିନକୁ ୧୦ ଥର ଗାଧୋଇବା ସହ ନୋଟ୍‌ ଧୋଇଥାନ୍ତି। ଏହାସହ ନିଜ ପିଲାଙ୍କୁ ମଧ୍ୟ ବାରମ୍ବାର ଗାଧୋଇ ଦେଇଥାନ୍ତି। ଏହି କାରଣରୁ ପିଲାମାନଙ୍କ ଶରୀର ଅସୁସ୍ଥ ରହୁଥିଲା। ଏହାକୁ ନେଇ ଶାନ୍ତମୂର୍ତ୍ତୀ ସ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ଲାଗୁଥିଲା। ଦିନେ ବେଶୀ ଝଗଡା ଲାଗିବାରୁ ଶାନ୍ତମୂର୍ତ୍ତୀ ରାଗିକି ସ୍ତ୍ରୀଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିଲେ। ସ୍କୁଲରୁ ଫେରିବା ପରେ ତାଙ୍କ ଦୁଇ ପିଲାଙ୍କ ମାତାପିତାଙ୍କୁ ମୃତାବସ୍ଥାରେ ଦେଖି ପାଖ ପଡୋଶୀଙ୍କୁ ଜଣାଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ପରପାରିରେ ଶିଲା ଦୀକ୍ଷିତ

ନୂଆଦିଲ୍ଲୀ, ୨୦।୭: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶିଲା ଦୀକ୍ଷିତଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।...

ମୋଦିଙ୍କ ମାନବିକତା ଗଲା କୁଆଡ଼େ ପ୍ରଶ୍ନ କଲେ ମେହବୁବା

ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଜଣା ଆତଙ୍କ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି।...

ଭାଜପା କାର୍ଯ୍ୟାଳୟ ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୨୩।୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନକୁ ନେଇ ବିଭିନ୍ନ ଦଳ ଆଶା ଆଶଙ୍କାରେ ରହିଥିବା ବେଳେ ଅନ୍ୟପଟେ ଦିଲ୍ଲୀର ଭାଜପା କାର୍ଯ୍ୟାଳୟରେ କଡା ସୁରକ୍ଷା...

୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ବିମାନ ୩୭ ବର୍ଷ ପରେ କରିଥିଲା ଅବତରଣ

କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। କିନ୍ତୁ ୯୨ ଯାତ୍ରୀଙ୍କୁ ନେଇ ଉଡିଥିବା ଏକ ବିମାନ ପ୍ରାୟ ୩୭ ବର୍ଷ ପରେ ଅବତରଣ କରିଥିବା କୁହାଯାଏ। ସାଣ୍ଟିଆଗୋ...

ଆସାମରେ ଏକାଧିକ ଭୂସ୍ଖଳନ: ମାଟିତଳେ ଚାପିହୋଇ ୨୦ ଲୋକଙ୍କ ଜୀବନ ଗଲା

ଗୁଆହାଟି, ୨।୬: ଲଗାତାର ବର୍ଷା ଯୋଗୁ ଆସାମର ଏକାଧିକ ସ୍ଥାନରେ ମଙ୍ଗଳବାର ଭୂସ୍ଖଳନ ଘଟିଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କେତେକ ଆହତ ହୋଇଛନ୍ତି।...

କରୋନା ପାଇଁ କୁନି ଝିଅର ପ୍ରସ୍ତୁତି

ନଏଡ଼ା : କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଏମିତିକି କିଛି ରାଜ୍ୟରେ କେତେକ...

ଜମ୍ମୁ-କଶ୍ମୀରରେ ସନ୍ଦିଗ୍ଧଙ୍କୁ ଦେଖି ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର,୨।୧୦: ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଭାରତରେ ଅନୁପ୍ରବେଶ ଲାଗି ଉଦ୍ୟମ ଚଳାଇଛି ପାକିସ୍ତାନ। ବୁଧବାର ଉଧମପୁର ଅଞ୍ଚଳରେ କିଛି ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି।...

ବର୍ଷରେ ୮ ମାସ ପାଣିରେ ବୁଡ଼ି ରହେ ଗାଁ: ବୋଟ୍‌ ସ୍କୁଲରେ ପଢ଼ନ୍ତି ଛାତ୍ରୀଛାତ୍ର

ଢ଼ାକା,୨୪।୨: ଉତ୍ତରପୂର୍ବ ବାଂଲାଦେଶରେ ରହିଛି ହାଉର ଗାଁ। ଏହି ଗାଁଟି ବର୍ଷରେ ୮ମାସ ପାଣିରେ ବୁଡ଼ି ରୁହେ। ତେଣୁ ପିଲାଙ୍କ ପଢ଼ିବା ପାଇଁ ବୋଟ୍‌ରେ ସ୍କୁଲର...

Leave a comment

Your email address will not be published. Required fields are marked *