‘ଜାତୀୟ ମୁଣ୍ଡ ପିଛା ଆୟ ସହ ସମକକ୍ଷ ହେବା ଓଡ଼ିଶାର ଲକ୍ଷ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ୨୦୨୦-୨୧ ବଜେଟ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆସ୍ତରକୁ ନେବାକୁ ପର୍ଯ୍ୟଟନ କ୍ଷେତ୍ରରେ ଅର୍ଥ ବରାଦକୁ ଦୁଇଗୁଣା କରାଯାଇଛି। ସେହିଭଳି ଶିଳ୍ପକ୍ଷେତ୍ରରେ ବିକାଶ ନିମନ୍ତେ ବ୍ୟୟବରାଦକୁ ବୃଦ୍ଧି କରାଯାଇଛି। ପ୍ରତି ବିଭାଗରେ ହେବାକୁ ଥିବା ଖର୍ଚ୍ଚକୁ ବିସ୍ତୃତଭାବେ ବର୍ଣ୍ଣନା କରାଯାଇଛି। ଏହି ଷ୍ଟ୍ରାଟେଜିକ୍‌ ବଜେଟିଂ ଦ୍ୱାରା ବିଭାଗଗୁଡ଼ିକ କେଉଁ ଯୋଜନାରେ କେତେ ଅର୍ଥ ବ୍ୟୟ କରିବେ ତାହାର ସମ୍ପୂର୍ଣ୍ଣ ଚିତ୍ର ପାଇପାରିବେ ବୋଲି ଅର୍ଥ ବିଭାଗ ସଚିବ ଅଶୋକ ମୀନା କହିଛନ୍ତି। ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ଇକୋନୋମିକ୍ସ ଆସୋସିଏଶନ ଓ ବିଶ୍ୱବିଦ୍ୟାଳୟ ଆନାଲିଟିକାଲ ଏବଂ ଆପ୍ଲାଏଡ୍‌ ଇକୋନୋମିକ୍ସ ବିଭାଗ ପକ୍ଷରୁ ମିଳିତଭାବେ ଆୟୋଜିତ ‘ଓଡ଼ିଶା ବଜେଟ୍‌ ୨୦୨୦-୨୧’ ଶୀର୍ଷକ ଆଲୋଚନାଚକ୍ରରେ ସଚିବ ମୀନା ବଜେଟ୍‌ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ରାଜ୍ୟ ସରକାର ଚଳିତ ବଜେଟ୍‌ରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦେଇଛନ୍ତି। କଟକ ଏସ୍‌ସିବି ମେଡିକାଲ କଲେଜକୁ ଏମ୍‌ସ ପ୍ଲସ୍‌ ଷ୍ଟାଟ୍‌ସକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଅଧିକ ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫ୍‌ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରାଯାଇଛି। ରାଜ୍ୟରେ ଏବେ ଛାତ୍ର-ଶିକ୍ଷକ ଅନୁପାତ ଭଲ ଥିବାବେଳେ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ଅର୍ଥ କମିଶନ ଦେଇଥିବା ଟାର୍ଗେଟ୍‌ ଭିତରେ ରାଜ୍ୟର ଋଣ ପରିମାଣ ରହିଛି। ହେଲେ ଜାତୀୟ ମୁଣ୍ଡପିଛା ଆୟ ସହ ସମକକ୍ଷ ହେବାକୁ ଏବେ ରାଜ୍ୟ ଅଧିକ ଋଣର ଆବଶ୍ୟକତା କରୁଥିବା ମୀନା କହିଥିଲେ। ରାଜ୍ୟର ବ୍ୟୟ ତୁଳନାରେ ଆୟ ଅଧିକ ହେଉଥିବାରୁ ସେହି ଅଧିକ ଅର୍ଥକୁ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବାକୁ ଉପସ୍ଥିତ ବକ୍ତାମାନେ ପରାମର୍ଶ ଦେଇଥିଲେ। ବିଶେଷକରି ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ସେମାନେ କହିଥିଲେ। ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ପ୍ରତି ୧୦୦ ଟଙ୍କାରୁ ୭୪ ଟଙ୍କା ସାଧାରଣ ଲୋକଙ୍କ ପକେଟରୁ ଯାଉଥିବାବେଳେ ମାତ୍ର ୨୬ ଟଙ୍କା ସରକାର ବହନ କରୁଛନ୍ତି। ଏଭଳିସ୍ଥଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶା ସ୍ବାସ୍ଥ୍ୟକ୍ଷେତ୍ରରେ ଅଧିକ ଅନୁଦାନ ଆବଶ୍ୟକତା କରୁଥିବା ଉପସ୍ଥିତ ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଥିଲେ।
ଅନ୍ୟପକ୍ଷରେ ବଜେଟ୍‌ର ଅଧିକାଂଶ ଅର୍ଥ ରାଜ୍ୟ ସରକାର ଖଣି ଶିଳ୍ପରୁ ଆଦାୟ କରିବାକୁ ଥିବାବେଳେ ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଥିଲେ। ପରିବେଶ ଉପରେ ମଧ୍ୟ ଏହାର କୁପ୍ରଭାବ ରହିଛି। ଏହାସହ ତାହା ଅନିଶ୍ଚିତ ଶିଳ୍ପ ହୋଇଥିବାରୁ ଏଥିରୁ କେତେ ଅର୍ଥ ଆସିବ ତାହା କହିବା ସମ୍ଭବ ନୁହେଁ। ଏନେଇ ଉତ୍ତର ଦେଇ ଅର୍ଥ ସଚିବ ସରକାରଙ୍କର ଜରୁରିକାଳୀନ ପାଣ୍ଠିରେ ଯଥେଷ୍ଟ ଟଙ୍କା ରହିଥିବା କହିଥିଲେ। ଆବଶ୍ୟକସ୍ଥଳେ ଏହି ଅର୍ଥକୁ କାମରେ ଲଗାଯାଇପାରିବ ବୋଲି ସେ କହିଥିଲେ। ଓଡ଼ିଶା ଇକୋନୋମିକ୍ସ ଆସୋସିଏଶନର ସମ୍ପାଦକ ଡ. ଅମରେନ୍ଦ୍ର ଦାସ ପ୍ରାରମ୍ଭରେ ବଜେଟ୍‌ର ବିସ୍ତୃତ ବିବରଣୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଏନ୍‌ସିଡିଏସ୍‌ ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ୍‌ ମିଶ୍ର, ପ୍ରଫେସର ସତ୍ୟକାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ମିତାଲି ଚିନାରା ସ୍ବାଗତଭାଷଣ ଦେଇଥିଲେ।


All Right Reserved By Dharitri.Com

ଫଳକ ଲଗା କାନ୍ଥ ଭୁଶୁଡ଼ିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ

ପୁରୁଷୋତ୍ତମପୁର, ୧୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଙ୍ଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ...

ମଲ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଶପିଂ ମଲ୍‌ଗୁଡିକୁ ବନ୍ଦ କରାଯାଇଛି। ହେଲେ ମଲ୍‌ ଭିତରେ ରହିଥିବା ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ...

ଷ୍ଟାର୍ଟଅପ୍‌ରେ ଓଡ଼ିଶା ଶ୍ରେଷ୍ଠ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମର ସଫଳତା ଦେଖିବାକୁ ମିଳୁଛି। ୨୦୧୮ରେ ଓଡ଼ିଶା ଜାତୀୟ ସ୍ତରରେ ଷ୍ଟାର୍ଟଅପ୍‌ ପାଇଁ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି। ୨୦୧୫-୧୬ରେ...

ନିଲାମ ବନ୍ଦ ପରେ ଲଗାମ ଢିଲା: ବଢୁଛି ବଉଳମାଳ ପଥର ଚୋରା ଚାଲାଣ

ଖୋର୍ଦ୍ଧା ଅଫିସ,୧୨।୧୦: ଖୋର୍ଦ୍ଧା ତହସିଲର ନରଣଗଡ଼ ଅଞ୍ଚଳରେ ଥିବା ବଉଳମାଳ ପଥର ଖଣିର ନିଲାମ ପ୍ରାୟ ୬ ବର୍ଷ ଧରି ବନ୍ଦ ରହିଛି। ହେଲେ ବେଆଇନ...

କଳାଗ୍ରାମ ‘କୁଞ୍ଜବନଗଡ’ ଲୋକାର୍ପିତ

ଦଶପଲ୍ଲା,୩ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲାର କୁଞ୍ଜବନଗଡକୁ ରାଜ୍ୟ ସରକାର ଲୋକକଳା ଗ୍ରାମର ମାନ୍ୟତା ଦେବା ପରେ ବୁଧବାର ଏକ ଉତ୍ସବରେ ଏହା ଆନୁଷ୍ଠାନିକ ଭାବେ...

ଖାରବେଳନଗର ଥାନା ଅଧିକାରୀଙ୍କ ଅନୁଭୂତି: ଆଖି ଆଗରେ ଧ୍ୱଂସ ହୋଇଥିଲା ପୋଲିସ ଗାଡ଼ି

ପୋଲିସର କାର୍ଯ୍ୟ ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ। ଅନେକ ସମୟରେ ମାଓବାଦୀ ଏବଂ ଅପରାଧୀଙ୍କ ସହ ବଣଜଙ୍ଗଲରେ ସଂଘର୍ଷ କରିବାକୁ ପଢ଼େ। ଏଥିରେ ପୋଲିସ କର୍ମଚାରୀ ଓ ଅଧିକାରୀମାନେ...

ପୋଖରୀରେ ପଡ଼ି ଶିଶୁକନ୍ୟାଙ୍କ ଗଲା ଜୀବନ

ବାସୁଦେବପୁର, ୩୦।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ପଞ୍ଚାୟତ ଅଧୀନ ଗଦେଇବିନ୍ଧା ଗ୍ରାମରେ ବୁଧବାର ଅପରାହ୍ନରେ ପୋଖରୀରେ ପଡ଼ି ବନ୍ଦନା କାଣ୍ଡି ନାମ୍ନୀ ୩...

୩ ଦିନ ଧରି ହେବ ସାତକୋଶିଆରେ କୁମ୍ଭୀର ଗଣନା

ଗଣିଆ,୯ା୧(ଡି.ଏନ.ଏ.): ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ନୟାଗଡ ଓ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପ୍ରତିବର୍ଷ ପରି ଚଳିତ ବର୍ଷ ଆସନ୍ତା ୯ ତାରିଖରୁ କୁମ୍ଭୀର ଗଣନା...

Leave a comment

Your email address will not be published. Required fields are marked *