ପୋଲ ଗାର୍ଡଓ୍ବାଲ ଉପରେ ଚଢିଗଲା ବସ୍‌

ପାଟପୁର,୧୯ା୨: ଗଞ୍ଜାମ-ଗଜପତି ସୀମାନ୍ତ ଟି.ଗୋବିନ୍ଦପୁର ପଞ୍ଚାୟତ ଖେମୁଣ୍ଡିଖୋଲ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାରେ ଏକ ଯାତ୍ରିବାହୀ ବସ୍‌ ପୋଲ ଗାର୍ଡଓ୍ବାଲ୍‌ ଉପରକୁ ଚଢିଯାଇଥିଲା। ବସ୍‌ଟି ତଳକୁ ନ ଖସି ଲାଗି ରହିଯିବାରୁ ଏଥିରେ ଥିବା ୫୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ପ୍ରକାଶ ଯେ, ଗଜପତି ଜିଲା ଜିରାଙ୍ଗରୁ ବ୍ରହ୍ମପୁର ଅଭିମୁଖେ ‘ବିକ୍ରାନ୍ତ’ ନାମକ ଏକ ଘରୋଇ ବସ ୫୫ ଜଣ ଯାତ୍ରୀଙ୍କୁ ନେଇ ଆସୁଥିଲା। ଖେମୁଣ୍ଡିଖୋଲ ନିକଟ ବୁଲାଣୀରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକକୁ ସାଇଡ୍‌ ଦେବାକୁ ଯାଇ ବସ୍‌ଟି ପୋଲ ଗାର୍ଡଓ୍ବାଲ୍‌ ଉପରକୁ ଚଢିଯାଇଥିଲା। ତେବେ ବସ୍‌ଟି ପୋଲ ତଳକୁ ନ ଖସି ପାର୍ଶ୍ୱରେ ଅଟକି ରହିଯାଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଉକ୍ତ ପୋଲଟି ରାଜପଥଠାରୁ ଅତି ସଂକୀର୍ଣ୍ଣ ଥିବାରୁ ସେଠାରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଖବର ପାଇ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ, ପାଟପୁର ପୋଲିସ, ସାନଖେମୁଣ୍ଡି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ସୁରକ୍ଷିତ ଭାବରେ ଯାତ୍ରୀମାନଙ୍କୁ ଉଦ୍ଧାର କରିଛି।


All Right Reserved By Dharitri.Com

ବର୍ଷା ପବନରେ ବିଦ୍ୟୁତ୍‌ ସେବା ବ୍ୟାହତ

ଭଞ୍ଜନଗର, ୧୪।୬ (ଡି.ଏନ.ଏ)- ଭଞ୍ଜନଗର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏଥିରେ ଏକାଧିକ ବିଦ୍ୟୁତ୍‌୍‌ ଖୁଣ୍ଟ ଭାଙ୍ଗିଯାଇଥିବାରୁ ଭଞ୍ଜନଗର...

ଭଗବାନ ଭରସାରେ କ୍ୟାନସର ପୀଡ଼ିତ୍‌ ଧର୍ମରାଜ: ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

ଜାମଟିକ୍ରା, ୬ା୧(ଡି.ଏନ୍‌.ଏ.)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକୁ ମାହାଲିଆ ସୁଆସ୍‌ତିଅ ସେବା ଯୁଗେଇ ଦେବାର ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌।...

ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ରୋଗୀଙ୍କୁ ଭାରରେ ବୋହିଲେ ପରିବାର ଲୋକେ

ରାୟଗଡା ଅଫିସ, ୨୬।୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ଟାମକଶିଳା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ...

ହାଟଡ଼ିହୀ ବ୍ଲକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ହାଟଡ଼ିହୀ,୧୩।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶାଳଣିଆ ପଞ୍ଚାୟତ ଏଲକଣିଆ ଗ୍ରାମରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସେ ହେଲେ ମୋହନ ବେହେରାଙ୍କ ପୁଅ...

ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ

ଖଲ୍ଲିକୋଟ,୧୮ା୧୨ (ଡି.ଏନ.ଏ.)-ଏକ ହତ୍ୟା ମାମଲାର ବିଚାର କରି ଖଲ୍ଲିକୋଟ ଏଡିଜେ (ଆଡିସନାଲ ଡିଷ୍ଟ୍ରିକ୍ଟ ଜଜ୍‌) ଶ୍ରୀନିବାସ ପ୍ରତିହାରୀ ମଙ୍ଗଳବାର ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ୫ହଜାର...

ବିଗୁଡ଼ୁଛି ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି: ସଙ୍କଟରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା; ଉଦ୍‌ବେଗ ପ୍ରକାଶ କଲେ ବୁଦ୍ଧିଜୀବୀ

ପୁରୀ ଅଫିସ,୬।୩: ୟେସ୍‌ ବ୍ୟାଙ୍କ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚିଛି। ଏହି ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କାର ଜମାପାଣ୍ଠି ରହିଥିବାରୁ ଏହି ଟଙ୍କାର...

ଭୀମକୁଣ୍ଡରେ ବୁଡି ଯାଇ ପର୍ଯ୍ୟଟକ ନିଖୋଜ

ପାଟଣା/ଠାକୁରମୁଣ୍ଡା, ୨୫।୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ବୁଧବାର ଅପରାହ୍ନରେ ଜଣେ ପର୍ଯ୍ୟଟକ ପ୍ରଥମ କୁଣ୍ଡରେ ଗାଧୋଉଥିବା ବେଳେ ଭାସି ଯାଇ ନିଖୋଜ...

୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜୋର୍‌ ଧରିଲା: ନିର୍ଭୁଲ ମାର୍କିଂ ପାଇଁ ଡିଜିପିଏସ୍‌ ସର୍ଭେ;ଖୋଲିଲା କଣ୍ଟ୍ରୋଲ ରୁମ୍‌, ସିଧା ସଳଖ କଥା ହେବେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୧୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ଥିବା ମଠ, ହୋଟେଲ, ଲଜିଂ, ଧର୍ମଶାଳା, ଦୋକାନ...

Leave a comment

Your email address will not be published. Required fields are marked *