Posted inଜାତୀୟ

‘ହୁନର ହାଟ’ରେ ବିହାରର ସ୍ବାଦିଷ୍ଟ ବ୍ୟଞ୍ଜନ ‘ଲିଟି-ଚୋଖା’ର ମଜା ନେଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସମୟରେ ନିଆରା କାର୍ଯ୍ୟ କରି ସମସ୍ତଙ୍କୁ ଚକିତ କରିଦେଇଥାନ୍ତି। ଯାହାକୁ ନେଇ ପରବର୍ତ୍ତୀ ସମୟରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ତେବେ ବୁଧବାର ମଧ୍ୟ କିଛି ଏଭଳି ଘଟିଛି। ବୁଧବାର ଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟ ରାଜପଥରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହୋଇଥିବା ହସ୍ତଶିଳ୍ପ ମେଳା ‘ହୁନର ହାଟ’ରେ ହଠାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଥିଲେ। ଏହାପରେ ମୋଦି ବିଭିନ୍ନ ଷ୍ଟଲ ବୁଲି ଦେଖିଥିଲେ। ହସ୍ତଶିଳ୍ପ କାରିଗରମାନଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କର ବିଭିନ୍ନ ଅଭାବ ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ପରେ ମେଳାରେ ଲାଗିଥିବା ଏକ ଷ୍ଟଲରୁ ବିହାର ପ୍ରସିଦ୍ଧ ଓ ସ୍ବାଦିଷ୍ଟ ବ୍ୟଞ୍ଜନ ଲିଟି-ଚୋଖା ଖାଇଥିଲେ ଏବଂ ମାଟିର ପାତ୍ରରେ ଚା’ ପିଇଥିଲେ।

ବିଶେଷ କଥା ହେଲା ଏଥିପାଇଁ ମୋଦି ନିଜ ପକେଟ୍‌ରୁ ଟଙ୍କା ଦେଇଥିଲେ। ସେଠାରେ ସେ ୫୦ ମିନିଟ ବିତାଇଥିଲେ। ଏହାର କିଛି ଫଟୋକୁ ମୋଦି ସୋସିଆଲ ମିଡିଆରେ ଶେୟାର କରିଥିବା ବେଳେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ମୋଦିଙ୍କ ଏହି ଗସ୍ତ ନେଇ କୌଣସି କାର୍ଯ୍ୟସୂଚୀ ପୂର୍ବରୁ ନିର୍ଦ୍ଧାରିତ ହୋଇ ନ ଥିଲା। ତେବେ ମୋଦିଙ୍କର ଏହି ହଠାତ୍‌ ଗସ୍ତକୁ ଦେଖି ସମସ୍ତେ ଚକିତ ହୋଇପଡ଼ିଥିଲେ। ଏହାପରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭୀ ମଧ୍ୟ ସେଠାରେ ପହଞ୍ଚିଥିଲେ।


All Right Reserved By Dharitri.Com

୧୯୪୭ରୁ ୭୨୦ ଅପରାଧୀ ପାଇଲେଣି ମୃତ୍ୟୁଦଣ୍ଡ: ପାଖାପାଖି ଅଧା ଉତ୍ତରପ୍ରଦେଶର

ନୂଆଦିଲ୍ଲୀ, ୨୧ା୩: ସ୍ବାଧୀନତା ପରଠାରୁ ଭାରତରେ ମୋଟ ୭୨୦ ଅପରାଧୀ ଫାଶୀ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ପାଖାପାଖି ଅଧା ଉତ୍ତରପ୍ରଦେଶର। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଏକ...

ରାସ୍ତା ବନ୍ଦ କରିପାରିବେନି ବିକ୍ଷୋଭକାରୀ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଆନ୍ଦୋଳନ କରିବା ଅଧିକାର ଜନସାଧାରଣଙ୍କର ରହିଛି। ତେବେ ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନ ଓ ରାସ୍ତାକୁ ଅବରୋଧ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର...

୪ ରାଜ୍ୟରେ ବିଧାନସଭା ଉପନିର୍ବାଚନ: ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୨୫।୮: ସେପ୍ଟେମ୍ବର ୨୩ରେ ୪ ରାଜ୍ୟର ବିଧାନସଭା ଉପନିର୍ବାଚନ ହେବ। ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଛତିଶଗଡ଼ର ଦନ୍ତଓ୍ବାଡ଼ା,...

କଂଗ୍ରେସ, ଭାଜପା ଉପରେ ବର୍ଷିଲେ ମାୟାବତୀ

ଲକ୍ଷ୍ନୌ, ୧୦ା୨(ପି.ଟି.): କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବାରାଣସୀ ଗସ୍ତକରି ଗୁରୁ ରବିଦାସଙ୍କ ଜୟନ୍ତୀ ଅବସରରେ ମନ୍ଦିର ଯାଇ ପ୍ରାର୍ଥନା କରିଥିବାବେଳେ ଏହାକୁ...

କମଲ ହାସନଙ୍କୁ ମିଳିଲା ଆଗୁଆ ଜାମିନ

ଚେନ୍ନାଇ,୨୦।୫: ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନ କିଛିଦିନ ହେବ ବିବାଦ ଘେରରେ ରହିଛନ୍ତି। ମାହତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ...

ସୋନଭଦ୍ର ମୃତକଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା

ସୋନଭଦ୍ର(ୟୁପି),୧୪ା୮(ପି.ଟି.): କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ସୋନଭଦ୍ର ଜିଲାର ଉମ୍ଭା ଗଁା ଗସ୍ତକରି ଗଣହତ୍ୟାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ମାସେ...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧, ସୁସ୍ଥ ହେଲେ ୯୯

ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୦୭୧ରେ।...

ଟ୍ରଷ୍ଟରୁ ବାଦ୍‌ ପଡ଼ିବାରୁ ନୃତ୍ୟଗୋପାଳ କ୍ଷୁବ୍ଧ

ଅଯୋଧ୍ୟା,୮ା୨(ପି.ଟି.): ରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ନବଗଠିତ ରାମମନ୍ଦିର ଟ୍ରଷ୍ଟରୁ ବାଦ୍‌ ପଡ଼ିବା ପରେ କ୍ଷୁବ୍ଧ ହୋଇଛନ୍ତି। ତାଙ୍କୁ ମନାଇବା ପାଇଁ...

Leave a comment

Your email address will not be published. Required fields are marked *