ଫାର୍ମହାଉସରେ ବନବିଭାଗର ଚଢାଉ: ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମ.ରାମପୁର ରେଞ୍ଜ ବୁରାଟ ଗାଁରେ ଏକ ଫାର୍ମହାଉସ୍‌ ଭିତରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ବନ ବିଭାଗ ଜବତ କରିଛି। ଏହି ଘଟଣାରେ ଫାର୍ମହାଉସ ମାଲିକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି। ୧୦୦ ଖଣ୍ଡ ଶାଗୁଆନ କାଠପଟା ଓ ୫ ଖଣ୍ଡ ଗଣ୍ଡି ବନବିଭାଗ ଜବତ କରିଥିବା ଜଣାପଡ଼ିଛି।
ଉକ୍ତ ଫାର୍ମହାଉସରୁ ବାହାରକୁ ଚୋରା କାଠପଟା ଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲା। ଏ ନେଇ କଳାହାଣ୍ଡି ଡିଏଫ୍‌ଓ ନିତେଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍‌ ବଂଶୀଧର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ମ.ରାମପୁର ବନ ବିଭାଗ ରେଞ୍ଜର କେଶବ ମାଝି ସଦଳବଳ ଚଢାଉ କରିଥିବା ରାଜ୍ୟ ଅଣଗେଜେଟେଡ୍‌ ବନସେବା ସଂଘ ଉପସଭାପତି ଭବାନୀଶଙ୍କର ପରିଚ୍ଛା କହିଛନ୍ତି।


All Right Reserved By Dharitri.Com

ଚରଚାରେ ଦିବ୍ୟାଙ୍ଗ ଛାତ୍ର ଜଗନ୍ନାଥ: ମନ୍‌ବଲ ଆଘେ ହାରମାନିଛେ ଅକ୍ଷମତା

ପାଇକମାଲ,୩।୨(ଡି.ଏନ.ଏ)-  କଥାରେ ଅଛେ ମନ୍‌ବଲ ଥିଲେ ସବୁ ସମ୍‌ଭବ। ଏହେଦେ ଏନ୍‌ତା ଝନେ ଦିବ୍ୟାଙ୍ଗ ଛାତ୍ର ନିଜର ମଜବୁତ୍‌ ମନ୍‌ବଲ ଲାଗି ଏହେଦେ ଚରଚାରେ ରହିଛନ୍‌।...

ଡକାୟତି ଯୋଜନା ବିଫଳ : ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବାଲେଶ୍ୱର ଅଫିସ, ୩।୮: ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅଧୀନ ଗଳାପୋଲ ନିକଟସ୍ଥ ଭଟ୍ଟରମିଲ୍‌ ପରିସରରେ ଶୁକ୍ରବାର ମଧ୍ୟରାତ୍ରିରେ ୮ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ଏକାଠି ହୋଇ...

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜମନକିରା, ୨୭।୯(ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ କୁଇଲାରିଯୋର ରାଜରାସ୍ତା ୨୦୦ କଡ଼ରୁ ଶନିବାର ଭୋର୍‌ ସମୟରେ ଜଣେ ଯୁବକଙ୍କ ମୃତଦେହକୁ...

ଅସହାୟ ମନ୍ମଥଙ୍କୁ ମିଳିଲା ପକ୍କାଘର

ବନ୍ତ, ୨୭।୬(ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ପଞ୍ଚାୟତ ବାଲିଗଢିଆ ଗ୍ରାମର ଅସହାୟ ଭିନ୍ନକ୍ଷମ ମନ୍ମଥ ବିଶ୍ୱାଳଙ୍କ ଗୁହାରି ଶେଷରେ ପ୍ରଶାସନ...

ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର

ରାୟଗଡ଼ା ଅଫିସ,୨୨।୧: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ଏକ ଦାବିପତ୍ର ବୁଧବାର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ସହରର କସ୍ତୁରୀ ନଗରସ୍ଥିତ...

‘ଆଗେ ଜମି ଦିଅ, ପରେ ଉଚ୍ଛେଦ’

ବାଲେଶ୍ୱର ଅଫିସ,୨୬।୮- ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ, କରଞ୍ଜିଆ, ଆଇଟିଆଇ ପମ୍ପହାଉସ ନିକଟବର୍ତ୍ତୀ ଅଞ୍ଚଳରେ ସରକାରୀ ଜମିରେ ଦୀର୍ଘଦିନ ଧରି ଗଢ଼ି ଉଠିଥିବା ସ୍ଥାୟୀ ବାସିନ୍ଦାଙ୍କୁ ଉଚ୍ଛେଦ...

ଦୁଇବର୍ଷର ଶିଶୁପୁତ୍ରକୁ ଶେଯରେ ଶୁଆଇ ଜୀବନ ହାରିଲେ ଶିକ୍ଷୟିତ୍ରୀ

କେନ୍ଦୁଝର,୧୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ଓସ୍ତପଙ୍ଗା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ରହୁଥିବା ଭଡ଼ା ଘରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା...

ନନ୍ଦନକାନନ ପାଇଁ ଅଡ଼ୁଆ ସାଜିଛି ବାଉଁଶ ଗଛ

ବାରଙ୍ଗ,୩୧।୭(ଡି.ଏନ୍‌.ଏ.): ବାତ୍ୟା ପ୍ରକୋପରେ ଅର୍ଦ୍ଧାଧିକ ନଷ୍ଟ ହୋଇଥିବା ନନ୍ଦନକାନନ ଚତୁଃପାର୍ଶ୍ୱକୁ ଧୀରେ ଧୀରେ ସଜଡା ଯାଉଥିବାବେଳେ ଏବେ ଅଡୁଆ ସାଜିଛି ବାଉଁଶ ଗଛ। ଏହି ବାଉଁଶ...

Leave a comment

Your email address will not be published. Required fields are marked *