ଅଧିକ ଅଣ୍ଡା ଖାଇବା ଶରୀର ପାଇଁ ହାନିକାରକ

ପ୍ରୋଟିନ ଭରପୂର ଅଣ୍ଡା ସମସ୍ତେ ଖାଇବା ସ୍ବାସ୍ଥ୍ୟ ନିମନ୍ତେ ହିତକାରୀ। ୧୮ ମାସ କାନାଡାର ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି, ଅଧିକ ପରିମାଣରେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ବିପଦ। ପ୍ରତିଦିନ ସକାଳ ଜଳଖିଆରେ ଗୋଟିଏ ଅଣ୍ଡା ଖାଇଲେ ତାହା ଶରୀରକୁ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଗୋଟିଏରୁ ଅଧିକ ଅଣ୍ଡା ଖାଇଲେ ତାହାର କୁପ୍ରଭାବ ପଡ଼ିଥାଏ।
୫ହଜାର ଲୋକଙ୍କୁ ସାମିଲ କରି କାନାଡାର ଗବେଷକଦଳ କରିଥିବା ଗବେଷଣାରେ ଜଣାପଡ଼ିଥିଲା ଯେ, ୭୦ପ୍ରତିଶତ ଲୋକ ନିୟମିତ ଗୋଟିଏ ଲେଖାଏଁ ଅଣ୍ଡା ଖାଇବା ସତ୍ତ୍ବେ ସେମାନଙ୍କର କୋଲେଷ୍ଟୋରଲ ସ୍ତର ବଢ଼ି ନ ଥିଲା। ଅନ୍ୟ ୩୦ପ୍ରତିଶତ ବ୍ୟକ୍ତି ଦୈନିକ ୨-୩ଟି ଅଣ୍ଡା ଖାଇବା କାରଣରୁ ସେମାନଙ୍କର ବିଭିନ୍ନ ଶାରୀରିକ ଅସୁବିଧା ଉପୁଜିଥିଲା। ଅଣ୍ଡାର ଅଧିକ ସେବନ ଦ୍ୱାରା ପ୍ରୋଷ୍ଟେଟ୍‌ କ୍ୟାନ୍‌ସର ପରି ରୋଗର ମଧ୍ୟ ବିପଦରେ ପକାଇଥାଏ। ଦିନକୁ ୨ କିମ୍ବା ୩ଟିରୁ ଅଧିକ ଅଣ୍ଡା ଖାଇବା ଦ୍ୱାରା ଏହି ରୋଗ ହେବାର ସମ୍ଭାବନା ଥାଏ। ଉଚ୍ଚ ରକ୍ତଚାପ, ଡ଼ାଇବେଟିସ୍‌ କିମ୍ବା ହୃଦୟରୋଗୀମାନେ ଅଣ୍ଡାର ହଳଦିଆ ଅଂଶକୁ ଖାଇବା ଉଚିତ୍‌ ନୁହେଁ। ଏଥିରେ କୋଲେଷ୍ଟ୍ରୋଲ୍‌ ମାତ୍ରା ଅଧିକ ହେବା କାରଣରୁ ଆପଣଙ୍କ ପାଇଁ ହାନିକାରକ ମଧ୍ୟ ହୋଇପାରେ।


All Right Reserved By Dharitri.Com

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ କଲରା

କଲରା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଶରୀର ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। କଲରାରେ ଆଇରନ୍‌, ମାଗ୍ନେସିୟମ ଏବଂ ଭିଟାମିନ୍‌-ସି ଭଳି ପୋଷକ ତତ୍ତ୍ୱ...

କଟା ପିଆଜ ଫ୍ରିଜ୍‌ରେ ରଖିବା ହାନିକାରକ

ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ...

ଦୂରାନ୍ତୁ ଝାଳ ଗନ୍ଧ…

ଗୃହିଣୀ ହୁଅନ୍ତୁ ଅବା କର୍ମଜୀବୀ, ବିଭିନ୍ନ କାର୍ଯ୍ୟର ଚାପ ଏବଂ ଅବିରତ ପରିଶ୍ରମ ଯୋଗୁ ଅଧିକାଂଶ ମହିଳାଙ୍କଠାରେ ଝାଳ ବୋହିବା ଏକ ସାଧାରଣ କଥା। ହେଲେ...

ମ୍ୟାଗି ପକୋଡା

ଆବଶ୍ୟକ ସାମଗ୍ରୀ: ନୁଡଲ୍ସ-୧୫୦ଗ୍ରାମ୍‌, ଲୁଣ ଅଧାଚାମଚ, ଲଙ୍କା ପାଉଡର ଦୁଇ ଚାମଚ, କର୍ନଫ୍ଲୋର-ଦୁଇ ଚାମଚ, ଚିଜ୍‌ କ୍ୟୁବ୍‌-ଅଧା କପ, ଶିମ୍‌ଲା ମିର୍ଚ୍ଚି-ଅଧାଚାମଚ, ରିଫାଇନ୍‌ଡ ଅଏଲ ଦୁଇ...

ଆପଲ୍‌ ଆଣ୍ଡ ମେୟୋନିଜ୍‌ ସାଣ୍ଡ୍‌ଓ୍ବିଚ୍‌

ଆବଶ୍ୟକ ସାମଗ୍ରୀ:ଏକ କପ୍‌ ଗ୍ରୀନ୍‌ ଆପଲ୍‌, ବ୍ରେଡ୍‌ ସ୍ଲାଇସ୍‌ – ୬ ଟି, ୨ ବଡ଼ ଚାମଚ ବଟର, ୧ ଚାମଚ ମେୟୋନିଜ୍‌, ୧ ଚାମଚ...

ଅଧିକ ଅଣ୍ଡା ଖାଉଥିଲେ ସାବଧାନ

ଅଣ୍ଡାରୁ ଆବଶ୍ୟକ ଭିଟାମିନ୍‌ ମିଳେ। ସେଥିପାଇଁ ଅଣ୍ଡାକୁ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ...

ସ୍ନାୟୁରୋଗରୁ ଦୂରେଇ ରହିବା ପାଇଁ ସପ୍ତାହରେ ୨ ଥର ୧୫ ମିନିଟ୍‌ କରନ୍ତୁ ଏହି ଆସନ…

ସିଂହାସନ ଆସନର ନାମ ଅନୁସାରେ ଏହାକୁ ସେଭଳି କରିବାକୁ ମଧ୍ୟ ପଡିଥାଏ। ଏହି ଆସନରେ ସିଂହ ଭଳି ବସିବାକୁ ପଡିଥାଏ। ସିଂହାସନ କରିବା ଦ୍ୱାରା ଆଖି,ମୁହଁ...

ସକାରାତ୍ମକ ମାନସିକତା ଓ କାର୍ଯ୍ୟଦକ୍ଷତା

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜର ମାନସିକତାକୁ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି କେତେକେ ଏଥିପ୍ରତି ସଚେତନ ଥିବା ବେଳେ ଅଧିକାଂଶ ଟେନ୍‌ସନ ଏବଂ ଅବସାଦରୁ...

Leave a comment

Your email address will not be published. Required fields are marked *