ପାନ ତାତି: ଶ୍ରୀମନ୍ଦିରରେ ସହାୟକଙ୍କୁ ଧକ୍କା ମାରିଲେ ସେବାୟତ

ପୁରୀ ଅଫିସ, ୧୮ା୨: ଶ୍ରୀମନ୍ଦିର ଭିତରକୁ କେହି ପାନ, ଗୁଟ୍‌ଖା ଖାଇ ଯାଇପାରିବେ ନାହିଁ। ଏହା ଉପରେ କଟକଣା ଲଗାଇଛି ମନ୍ଦିର ପ୍ରଶାସନ। ଅବମାନନା କଲେ ଜରିମାନା ଆଦାୟର ବ୍ୟବସ୍ଥା ହୋଇଛି। ଏହାସତ୍ତ୍ବେ କେତେଜଣ ସେବାୟତ, କର୍ମଚାରୀ ଏବଂ ଯାତ୍ରୀ ଗୁମାସ୍ତା ଏହାକୁ ମାନୁନାହାନ୍ତି। ବାରମ୍ବାର କହିବା ସତ୍ତ୍ବେ ପାନ ଖାଇ ମନ୍ଦିରକୁ ଆସୁଛନ୍ତି। ଜଣେ ସହାୟକ ମଙ୍ଗଳବାର ସେବାୟତଙ୍କ ଆକ୍ରୋଶର ସମ୍ମୁଖୀନ ହେବା ଘଟଣା ଏହାକୁ ସ୍ପଷ୍ଟ କରିଛି। ସହାୟକ ଜଣକ ମନ୍ଦିର ଭିତରେ ପାନ କାହିଁକି ଖାଉଛ ବୋଲି ପଚାରିବାରୁ ତାଙ୍କୁ ଜଣେ ସେବାୟତ ଧକ୍କା ମାରିଥିବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସକାଳେ ଜଣେ ଯାତ୍ରୀ ଗୁମାସ୍ତା ପାନ ଖାଉଥିଲେ। ତାଙ୍କୁ ଜଣେ ସହାୟକ ମନ୍ଦିର ଭିତରେ ପାନ, ଗୁଟ୍‌ଖା ଖାଇବା ଉପରେ କଟକଣା ଅଛି, କାହିଁକି ପାନ ଖାଉଛ ବୋଲି ପଚାରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ସେବାୟତ ସମ୍ପୃକ୍ତ ସହାୟକଙ୍କୁ ଠେଲି ଦେଇଥିଲେ। ଫଳରେ ଏହାକୁ ନେଇ କିଛି ସମୟ ମନ୍ଦିର ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ପରେ ସହାୟକ ଜଣଙ୍କ ଲିଖିତ ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି।


All Right Reserved By Dharitri.Com

ବୁଧବାରଠୁ ମାଟ୍ରିକ ପରୀକ୍ଷା: କପି ରୋକିବାକୁ ୧୦୦୦ କେନ୍ଦ୍ରରେ ସିସିଟିଭି କ୍ୟାମେରା, ୪ସ୍ତରୀୟ ସ୍କ୍ବାଡ୍‌ ବ୍ୟବସ୍ଥା

କଟକ ଅଫିସ,୧୮ା୨- ବୁଧବାରଠାରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଓ...

୪ ହଜାର ଘରବାହୁଡ଼ାଙ୍କ ଲାଗି ୯୫ କ୍ୱାରାଣ୍ଟାଇନ୍‌ ସେଣ୍ଟର: ପଞ୍ଜୀକରଣ କଲେଣି ୩୭୪୨ ଜଣ

ନିଶ୍ଚିନ୍ତକୋଇଲି,୨୯ା୪(ସ୍ବ.ପ୍ର.): ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସହାନୁଭୂତି ଦେଖାଇଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ରେ ୧୪...

ପୁଣି ବଢ଼ିଲା ପିଆଜ ଦର

ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ): ରାଜ୍ୟରେ ପୁଣି ପିଆଜ ଦର ବଢ଼ିଲା। ପାଖାପାଖି ଦୁଇମାସ ଧରି ପିଆଜ ଦର ଆକାଶଛୁଆଁ ରହିଥିବାବେଳେ କିଛିଦିନ ହେବ ଦର ହ୍ରାସ ପାଇଥିଲା।...

ଭାଙ୍ଗିଲା ସ୍କୁଲର ଛାତ: ବର୍ତ୍ତିଲେ ଛାତ୍ରୀଛାତ୍ର

ଦେବଗଡ଼,୨୪।୮(ଡି.ଏନ.ଏ): ତିଲେଇବଣି ବ୍ଲକ ଅଧିନ କଲଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ଏକ ଅଘଟଣ ଘଟିଛି। ଶନିବାର ସକାଳୁଆ ସ୍କୁଲ ଥିବାରୁ ଶ୍ରେଣୀ ଗୃହରେ ପାଠପଢ଼ା...

ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ

ମହାକାଳପଡ଼ା,୫।୫(ଡି.ଏନ.ଏ.)-ପାରିବାରିକ କଳହ ଯୋଗୁ ନଦୀକୁ ଡେଇଁ ପଡ଼ିଲେ ଯୁବକ। ପରେ ସ୍ଥାନୀୟ ଲୋକ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉକ୍ତ ଯୁବକଙ୍କୁ ଉଦ୍ଧାର କରି...

ସାମାଜିକ ବାସଁଦ୍‌ ଲାଗି ଅଟ୍‌କିଛେ ବାପର ଶୁଧିକାଯ୍‌

ବିନିକା, ୫।୨ (ଡି.ଏନ୍‌.ଏ)- ଆଏଜ୍‌କାର ବୈଜ୍ଞାନିକ୍‌ ଯୁଗ୍‌ରେ ମୁନୁଷ୍‌ ପୃଥିବୀରୁ ଯାଇ ଚନ୍ଦ୍ରରେ ପାଦ୍‌ ଥାପି ସାଏଲାନ। ହେଲେ ବି ଆମର ସମାଜରେ ଅନେକ୍‌ ଲୋକ୍‌...

ଖଣ୍ଡଗିରି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ପୁରୀ ପରେ ଭୁବନେଶ୍ୱରରେ ଲଜ୍ଜା। ଖଣ୍ଡଗିରି ଥାନାଞ୍ଚଳରେ ଜଣେ ଯୁବତୀଙ୍କୁ ହୋଇଛି ବଳାତ୍କାର। ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ...

ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ଶ୍ରମ ମନ୍ତ୍ରଣାଳୟ

ଭୁବନେଶ୍ୱର,୨୪।୩:(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ବହୁ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତାହାର ପ୍ରଭାବରେ ବଡ଼ବଡ଼ କମ୍ପାନୀଠାରୁ ଆରମ୍ଭ କରି ଛୋଟ ବ୍ୟବସାୟୀଙ୍କ...

Leave a comment

Your email address will not be published. Required fields are marked *