ଦୈନିକ ପରିବା ବଜାର ପିଣ୍ଡି ତିଆର କରିବା ଘଟଣା : ଉଚ୍ଛେଦ ବେଳେ ଉତ୍ତେଜନା

ଦେବଗଡ଼, ୧୯।୨(ଡ଼ି.ଏନ୍‌.ଏ.) – ଦେବଗଡ଼ ସହରର ଦୈନିକ ପରିବା ବଜାରରେ ପିଣ୍ଡି ତିଆରି କରିବା ଘଟଣା କ୍ରମଶଃ ଜଟିଳ ହେଉଛି। ପରିବା ବ୍ୟବସାୟୀଙ୍କ ଦାବି ପୂରଣ ନ ହେଲେ ସେମାନେ ଉଠିବେ ନାହିଁ ବୋଲି ଜିଦରେ ଅଟଳ ଥିବାରୁ ଜିଲା ପ୍ରଶାସନ -ପରିବା ବ୍ୟବସାୟୀ ମୁହାମୁହଁି ହୋଇଛନ୍ତି। ଏପରିକି ମଙ୍ଗଳବାର ପରିବା ବ୍ୟବସାୟୀଙ୍କୁ ଉଚ୍ଛେଦ ଲାଗି ଆସିଥିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଦୀର୍ଘ ୨ଘଣ୍ଟା ଉତ୍ତେଜନା ଲାଗି ରହିବା ଫଳରେ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଥିଲା।
ପ୍ରକାଶ ଯେ, ଦୈନିକ ପରିବା ବଜାରରେ ପିଣ୍ଡି ତିଆରି କରିବା ପାଇଁ ଗୋହୀରା ବନ୍ଧ ନିକଟକୁ ଉଠା ଦୋକାନୀମାନଙ୍କୁ ବସାଇବାକୁ ପ୍ରଶାସନ ଉଦ୍ୟମ କରୁଛି। ଦୈନିକ ପରିବା ବ୍ୟବସାୟୀମାନଙ୍କୁ ଜିଲା ପ୍ରଶାସନ ଏନେଇ ଗତ ଜାନୁୟାରୀ ୨ ଓ ୧୦ ତାରିଖରେ ନୋଟିସ କରିଥିଲେ। ବ୍ୟବସାୟୀମାନେ ନିକଟସ୍ଥ ଗୋହିରୀ ବନ୍ଧ ପାଖରେ ବସିବା ପାଇଁ ନୋଟିସ ହୋଇଥିଲା। କିନ୍ତୁ ବ୍ୟବସାୟୀମାନେ ବାରମ୍ବାର ଦାବି କରିଆସୁଛନ୍ତି ଯେ, ପିଣ୍ଡିସହ ଖରାବର୍ଷାରୁ ରକ୍ଷାପାଇବା ପାଇଁ ଆଜ୍‌ବେଷ୍ଟସ ଛାଉଣୀ ବ୍ୟବସ୍ଥା କରାଯାଉ। ଉକ୍ତ ସ୍ଥାନରେ ପାନୀୟ ଜଳ ଯୋଗାଣ ତଥା ପରିଶ୍ରାଗାର ବ୍ୟବସ୍ଥା କରାଯାଉ। ବର୍ଷାପାଣିର ନିଷ୍କାସନ ପାଇଁ ଡ଼୍ରେନେଜ୍‌ ବ୍ୟବସ୍ଥା କରାଯାଉ। ଏହି ଦାବି ନେଇ ପରିବା ବ୍ୟବସାୟୀମାନେ ଜିଲାପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରିଆସୁଥିଲେ ମଧ୍ୟ ପ୍ରଶାସନ କାହାରି କଥା ଶୁଣୁନାହିଁ। ବ୍ୟବସାୟୀମାନଙ୍କ କହିବା କଥା ଉପରୋକ୍ତ ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେଲେ ସେମାନେ ଗୋହିରା ବନ୍ଧ ନିକଟକୁ ଉଠିଯିବେ। ପ୍ରଶାସନ କେବଳ ପିଣ୍ଡି ତିଆରି ଲାଗି ସେମାନଙ୍କୁ ଉଚ୍ଛେଦ କରୁଥିବାରୁ ସେମାନେ ରାଜି ହେଉନାହାନ୍ତି। ଫଳରେ ପ୍ରଶାସନକୁ ବାରମ୍ବାର ଦାବି ଜଣାଇଆସୁଛନ୍ତି। ମାତ୍ର ପ୍ରଶାସନ କିଛି ନ ଶୁଣି ବାରମ୍ବାର ଧମକ ଚମକ କରିବା ସହ ଦାଦାଗିରି କରୁଥିବା ଅଭିଯୋଗ ହେଉଛି ା ନିରାଶ ହୋଇ ବ୍ୟବସାୟୀମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡ଼ବ୍ଲ୍ୟୁପି(ସି) ନଂ.୧୪୨୦/୨୦୨୦ରେ ରହିତାଦେଶ ଥିଲେ ମଧ୍ୟ ପ୍ରଶାସନ ଏହାକୁ ଅବମାନନା କରିବା ସହ ବ୍ୟବସାୟୀମାନଙ୍କର ଅଭିଯୋଗକୁ ବିଚାର ନ କରିବାରୁ ବାଧ୍ୟ ହୋଇ ବ୍ୟବସାୟୀମାନେ ଆଉ ଥରେ ହାଇକୋର୍ଟ ଦ୍ୱାରସ୍ଥ ହୋଇ ଜିଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ଦାୟର କରିଥିଲେ। ଫଳରେ ଆଡଭୋକେଟ ଜେନେରାଲଙ୍କ ପତ୍ର ଅନୁଯାୟୀ ଜିଲାପାଳଙ୍କୁ ରିପୋର୍ଟ ତଲବ କରାଯାଇଥିବା ଜଣାପଡିଛି। ଏହା ସତ୍ତ୍ୱେ ମଙ୍ଗଳବାର ପୌରପରିଷଦର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନ, ମାଜିଷ୍ଟ୍ରେଟ ଦାୟୀତ୍ୱରେ ଆସିଥିବା ସହକାରୀ ଜିଲାପାଳ କୈବଲ୍ୟ କର ପୋଲିସ ଉପସ୍ଥିତିରେ ଜେସିବି ମେଶିନ ସାହାଯ୍ୟରେ ଦୈନିକ ପରିବା ବଜାର ପରିସରରେ ଭାଙ୍ଗିବା ସମୟରେ ଉତ୍ତେଜନା ହୋଇଥିଲା। ପରିବା ବ୍ୟବସାୟୀମାନେ ତାଙ୍କ ଦାବିରେ ଜିଦଧରି ବସିଲେ। ଆମ ଦାବି ପୂରଣ ନ ହେଲେ ମରିବୁ ପଛେ ଛାଡିବୁ ନାହିଁ। ପାଖାପାଖି ଦୁଇ ଘଣ୍ଟା ଧରି ଉତ୍ତେଜନା ହୋଇଥିଲା। ପରେ ଉଚ୍ଛେଦ କାମକୁ ବନ୍ଦ କରି ଫେରିଯାଇଥିଲେ। ବୁଧବାର ଜିଲାପାଳଙ୍କ ସହ ଆଲୋଚନା ପରେ ବିଚାର କରାଯିବ ବୋଲି ଜଣାପଡିଛି। ବ୍ୟବସାୟୀମାନେ ସେମାନଙ୍କ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ଆରଡିସିଙ୍କୁ ମଧ୍ୟ ମେଲ ଜରିଆରେ ଦେଇଥିବା ଜଣାପଡିଛି। ଠିକ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ସମସ୍ତ ପରିବା ବ୍ୟବସାୟୀ ଚେତାବନୀ ଦେଇଛନ୍ତି।


All Right Reserved By Dharitri.Com

ବାଲିକୁଦା ପଞ୍ଚାୟତ ସମିତି ସପ୍ତମ ସାଧାରଣ ବୈଠକ: ପାନୀୟ ଜଳ, ପରିମଳ ଉପରେ ଗୁରୁତ୍ୱାରୋପ

ବାଲିକୁଦା,୧୨ା୧୨(ସ୍ବ.ପ୍ର.): ବାଲିକୁଦା ପଞ୍ଚାୟତ ସମିତି ସଭାଗୃହରେ ବୁଧବାର ସମିତିର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ...

ବନ୍ଧରେ ବୁଡି ୨ ଶିଶୁ କନ୍ୟା ମୃତ

ସୋନପୁର,୧୨।୧୨(ନି.ପ୍ର.) :ସୁବର୍ଣ୍ଣପୁର ଜିଲା ସୋନପୁର ଥାନା ମିକମୁଣ୍ଡା ଗ୍ରାମ ପୁଟକି ବନ୍ଧରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମଧ୍ୟାହ୍ନରେ ଏହି ଘଟଣା...

ଟ୍ରକରେ ପିଟିହେଲା ଆରୋହୀ ବାଇକ୍‌ ମୃତ

ବାଲେଶ୍ୱର ଅଫିସ,୨।୭-ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନ ୧୬ନଂ. ଜାତୀୟ ରାଜପଥର ରେମୁଣା ଗୋଲେଇ ରାସ୍ତା ପାର୍ଶ୍ୱରେ ମଙ୍ଗଳବାର ଛିଡ଼ା ହୋଇଥିବା ଏକ ଟ୍ରକରେ ବାଇକ୍‌ ପିଟି...

ଆଞ୍ଚଳିକ ନିଦାନ କେନ୍ଦ୍ରରେ ରୋଗୀଙ୍କୁ ଶୋଷଣ ଅଭିଯୋଗରେ ବିକ୍ଷୋଭ: ଅଧ୍ୟକ୍ଷଙ୍କୁ ଦାବିପତ୍ର

ବ୍ରହ୍ମପୁର ଅଫିସ୍‌,୨୦।୫: ବ୍ରହ୍ମପୁର ବଡ଼ ମେଡ଼ିକାଲ ପରିସରରେ ଥିବା ଆଞ୍ଚଳିକ ନିଦାନ କେନ୍ଦ୍ର(ଆର୍‌ଡିସି)ରେ ରୋଗୀଙ୍କୁ ଶୋଷଣ ଏବଂ ଦୁର୍ବ୍ୟବହାର କରାଯାଉ ଥିବା ନେଇ ସୋମବାର ଅଭିଯୋଗ...

କୋର୍ଟରୁ ମାମଲା ଉଠାଇବାକୁ ଧମକ: ଜଣେ ଗିରଫ

ହିଞ୍ଜିଳିକାଟୁ,୧୫ା୬(ଡ଼ି.ଏନ୍‌.ଏ.)-କୋର୍ଟରୁ ଏକ ମାମଲା ଉଠାଇବା ପାଇଁ ଧମକ ଦେବା ଅଭିଯୋଗରେ ଶୁକ୍ରବାର ହିଞ୍ଜିଳି ପୋଲିସ ଶିକିରି ଗ୍ରାମର ଜଣଙ୍କୁ ଗିରଫ କରିଛି। ସେ ହେଲେ ପ୍ରୀତିସୁନ୍ଦର...

ସବୁଜ ସୁନ୍ଦର କୋରାପୁଟ ପାଇଁ ପରିବାର ପିଛା ୨ ଚାରା ବାଣ୍ଟୁଛି ବନ ବିଭାଗ

ସେମିଳିଗୁଡ଼ା,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରଥମ ପଦକ୍ଷେପ ଭାବେ ପ୍ରତି ପରିବାରକୁ ମାଗଣାରେ ୨ଟି ଲେଖାଏଁ ଚାରା ବଣ୍ଟାଯାଉଛି। କୋରାପୁଟ ବନ...

ଚିକିତ୍ସା ଲାଗି ଟଁକା ବାଧକ୍‌: ଜୀବନ୍‌ ମରନ୍‌ ସଂଗେ ଯୁଝୁଛନ୍‌ ଚିନ୍ମୟୀ

କେସିଙ୍ଗା, ୧୦।୭ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ଓ୍ବାର୍ଡ ନଂ.୩ର ବାସିନ୍‌ଦା ହେଉଛନ୍‌ ବିନୋଦ ବିଶି(୨୬)। ପରିବାର କହେଲେ ମାଏକିନା ପିରବତୀ ବିଶି(୨୩) ଆର...

ସରକାରୀ ଯୋଜନା ବାଟବଣା: ବିଧବା,ବୃଦ୍ଧାବୃଦ୍ଧଙ୍କୁ ମିଳୁନି ସାମାଜିକ ନିରାପତ୍ତା

ରସୁଲପୁର,୮।୩(ଡି.ଏନ୍‌.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳମାଳ ଯୋଜନା କରିଛନ୍ତି। ଏସବୁ ଯୋଜନାରୁ ଅଧିକାଂଶ ଗରୀବ, ଖଟିଖିଆ, ଦିନମଜୁରିଆଙ୍କୁ ସମାଜର ମୁଖ୍ୟସ୍ରୋତରେ...

Leave a comment

Your email address will not be published. Required fields are marked *