ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା: ଓଡ଼ିଶା ଦଳରେ ବାଲେଶ୍ୱର ଖେଳାଳି

ବାଲେଶ୍ୱର ଅଫିସ,୧୮।୨-ଆସନ୍ତା ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଜୟପୁରଠାରେ ଅନୁଷ୍ଠିତ ହେବ ଜାତୀୟ ବରିଷ୍ଠ ପୁରୁଷ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଏଥିପାଇଁ ଓଡ଼ିଶା ପୁରୁଷ ଦଳ ଘୋଷିତ ହୋଇଯାଇଛି। ପ୍ରଥମଥର ଲାଗି ବାଲେଶ୍ୱରର ଖେଳାଳି ଜୟପ୍ରକାଶ ସିଂ ଓ ଗୋଲାମ ଅଲ୍ଲିଖଁା ଉକ୍ତ ବିଭାଗରେ ଓଡ଼ିଶା ଦଳ ପକ୍ଷରୁ ଚୟନ ହୋଇ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି।

ବାଲେଶ୍ୱର ଜିଲାର ପ୍ରମୁଖ ବ୍ୟାଡମିଣ୍ଟନ ଖେଳାଳି ଜୟପ୍ରକାଶ ଏକମାତ୍ର ଖେଳାଳି ଭାବେ ୨ଟି ବିଭାଗରେ ଅଂଶଗ୍ରହଣ ପାଇଁ ଚୟନ ହୋଇଛନ୍ତି। ଜୟପ୍ରକାଶ ୩୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ସିଙ୍ଗଲ୍ସ ଓ ୩୫ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ବିଭାଗରେ ଗୋଲାମ ଅଲ୍ଲିଖଁାଙ୍କୁ ସାଥୀ କରି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ୫୫ ବର୍ଷରୁ ଊର୍ଦ୍ଧ୍ୱ ଡବଲ୍ସ ବିଭାଗରେ ବାଲେଶ୍ୱରର ବିନୟ ସାହ ଓ ଅଜୟ ଦୋଷୀ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ଜିଲାର ସମସ୍ତ ବ୍ୟାଡମିଣ୍ଟନ ଖେଳାଳିଙ୍କ ତରଫରୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯାଉଥିବା ବାଲେଶ୍ୱରର ଖେଳାଳିମାନଙ୍କ ସଫଳତା କାମନା କରାଯାଇଛି। ଜିଲାରେ ବ୍ୟାଡମିଣ୍ଟନ ଖେଳିବା ପାଇଁ ସେପରି କିଛି ବଳିଷ୍ଠ ଭିତ୍ତିଭୂମି ନ ଥିବାବେଳେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଖେଳାଳିମାନେ ସାମର୍ଥ୍ୟ ରଖିଛନ୍ତି। ଏହି ଖେଳ ପାଇଁ ଏକ ଉନ୍ନତମାନର ଇନ୍‌ଡୋର ଷ୍ଟାଡିୟମ କରାଯାଇପାରିଲେ ବହୁ ଖେଳାଳି ଉପକୃତ ହେବା ସହ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିବାରେ ସହାୟକ ହୋଇପାରିବେ ବୋଲି ବ୍ୟାଡ୍‌ମିଣ୍ଟନ ଖେଳାଳି ଜୟପ୍ରକାଶ ଦାବି କରିଛନ୍ତି।


All Right Reserved By Dharitri.Com

ଭୁଶୁଡ଼ିଲା କାନ୍ଥ, ଭଙ୍ଗାଘରେ ପରିବାର

ଖଜୁରିପଡ଼ା,(ଡି.ଏନ.ଏ.)/ ବଲସକୁମ୍ପା,୨୧ା୩ ଖଜୁରିପଡ଼ା ବ୍ଲକ ବଲସକୁମ୍ପା ପଞ୍ଚାୟତ ସୁନ୍ଦରଗଡ଼ ଗ୍ରାମର ଅନିରୁଦ୍ଧ ଦିଗାଲଙ୍କ ଘର ଗତ ୧୬ରେ ଘରର କାନ୍ଥ ଭୁଶୁଡ଼ି ପଡ଼ଛି। ଫଳରେ ତାଙ୍କ...

ଅନ୍‌ଲାଇନ୍‌ରେ ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ, ୭।୫(ପି.ଟି.): ହକି ଇଣ୍ଡିଆର ସ୍ବତନ୍ତ୍ର ଅଧିବେଶନ ମେ ୧୩ ତାରିଖରେ ଅନୁଷ୍ଠିତ ହେବ। ଏହା ଅନ୍‌ଲାଇନ୍‌ରେ ଜରିଆରେ ହେବ। ଏଥିରେ ଉଭୟ ପୁରୁଷ ଓ...

ଦୁଇ ଛାତ୍ରୀଙ୍କୁ ଏସିଡ୍‌ ମାଡ଼: ଯୁବକ ଅଟକ

ଭଦ୍ରକ ଅଫିସ,୨୮।୧୧: ଭଦ୍ରକ ଜିଲା ବନ୍ତ ଥାନା ଅଧିନସ୍ଥ କଣ୍ଟାପଡ଼ା ଗ୍ରାମର ଜଣେ ଯୁବକ ବାଙ୍ଗୁରପଦି ଗ୍ରାମର ଦୁଇ ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି।...

କାଠଚୋରଙ୍କୁ ଧରିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ : ବାପ ଗିରଫ, ପୁଅ ଫେରାର

ଦେବଗଡ, ୬ା୧୧(ଡି.ଏନ.ଏ.) : ଜଙ୍ଗଲରୁ ବେଆଇନ ଗଛ କାଟି ଆଣିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରି ୨ ଭାଇ ଫେରାର ହୋଇଯାଇଥିବା ବେଳେ ବେଆଇନ...

ଆଦିବାସୀ ହସ୍ତଶିଳ୍ପ କଳାର ବଢୁଛି ଆଦୃତି

ବାଲେଶ୍ୱର ଅଫିସ, ୨।୩ (ମାନସ ବିଶ୍ୱାଳ)-ଜଙ୍ଗଲ ସହିତ ଆଦିବାସୀଙ୍କ ସଂସ୍କୃତି, ଜୀବନଜୀବିକା ଜଡ଼ିତ। ବନଜାତ ସାମଗ୍ରୀକୁ ନେଇ ସେମାନେ ସୁନ୍ଦର ହସ୍ତକଳା ପ୍ରଦର୍ଶନ କରି ଆସୁଛନ୍ତି।...

ଉନ୍ନତି, ଉପକୃତଙ୍କ ସମ୍ପର୍କରେ ମାଗିଲେ ରିପୋର୍ଟ

ଅନୁଗୋଳ ଅଫିସ/କଣିହଁ।, ୧୧।୧ – ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ...

ଋଷିକୂଲ୍ୟା ମୁହାଣ ବେଳାଭୂମିରେ ମଲା କଇଁଛ

ଗଞ୍ଜାମ,୨୯ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷୁକୁଲ୍ୟା ବେଳାଭୂମିରେ ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଜାରି ରହିଥିବା ବେଳେ ସେଠାରେ...

ଶୂନ୍ୟରେ ଆଉଟ୍‌ ହେବାରେ ଆଫ୍ରିଦୀଙ୍କ ଶତକ

ଢାକା,୧୪।୧୨- ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଏବେ ବିଶ୍ୱର ବିଭିନ୍ନ ଲିଗ୍‌ରେ ଖେଳୁଛନ୍ତି। ମାତ୍ର ଏହି ଅବସରରେ ସେ...

Leave a comment

Your email address will not be published. Required fields are marked *