ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଗୋଷ୍ଠୀ ସଂଘର୍ଷ ଘଟଣା: ୩ ଗିରଫ

ପୁରୀ ଅଫିସ, ୧୮ା୨: ପୁରୀ ଜିଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ମଙ୍ଗଳବାର କୁମ୍ଭାରପଡ଼ା ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିସାହିର ଆନନ୍ଦ ସାହୁ (୨୫), କାଳିକାଦେବୀ ସାହିର ଆଲୋକ ସାହୁ (୨୫) ଏବଂ ରାଜା ସ୍ବାଇଁ (୨୫)। ଛାତ୍ର କଂଗ୍ରେସ ନେତା ସ୍ବପ୍ନଜିତ ରାୟଙ୍କ ଅଭିଯୋଗ କ୍ରମେ ପୋଲିସ ଏକ କେସ୍‌ (ନଂ. ୫୫/୨୦) ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ସୋମବାର ପୁରୀ ଜିଲାର ସାଙ୍ଗଠନିକ କାର୍ଯକ୍ରମ ସମ୍ପର୍କରେ ଆଲୋଚନା ଲାଗି ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ଯୋଗଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ସମ୍ପାଦକ ରୁଦ୍ର ରାଜୁ, ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ପ୍ରମୁଖ ଶୋଭାଯାତ୍ରାରେ ଇନ୍ଦିରା ଭବନକୁ ପ୍ରବେଶ କରୁଥିଲେ। ଏହି ସମୟରେ ଭବନ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଯୁବନେତା ଆଲୋକ ଦାଶ, ଛାତ୍ରନେତା ଆଶୁତୋଷ ମିଶ୍ର ଓ ସ୍ପପ୍ନଜିତ ରାୟ ଗୁରୁତର ଆହତ ହୋଇଥିଲେ।


All Right Reserved By Dharitri.Com

ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ: ସେବାୟତ-ପ୍ରଶାସନ ମୁହାଁମୁହିଁ, ୩୦ ମିନିଟ ଦର୍ଶନ ବନ୍ଦ

ସାକ୍ଷୀଗୋପାଳ, ୫।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ପ୍ରସିଦ୍ଧ ଅଁଳାନବମୀ ଉପଲକ୍ଷେ ରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଲାଗିଛି। ରାତ୍ର ୧ଟାରୁ ଦ୍ୱାର...

କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଚଢ଼ାଉ

ବାଲେଶ୍ୱର ଅଫିସ,୧।୬: ବାଲେଶ୍ୱର ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଶନିବାର ପୂର୍ବାହ୍ନରେ ଫାୟାର ସେଫ୍ଟି ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।...

ନଦୀପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଦିଗପହଣ୍ଡି,୧୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମ ନିକଟ କଣ୍ଟେଇଯୋଡ଼ି ନଦୀପଠାରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ...

ଶ୍ରୀନଗର ବିମାନବନ୍ଦରରେ ୟେଚୁରୀ, ଡି.ରାଜାଙ୍କୁ ଅଟକ ପ୍ରସଙ୍ଗ: ଓଡ଼ିଶା ରାଜ୍ୟ କମିଟିର ପ୍ରତିବାଦ

ଭୁବନେଶ୍ୱର,୯।୮(ବ୍ୟୁରୋ): ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜାଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖିବାକୁ ବିରୋଧ କରିଛି ଦଳର ଓଡ଼ିଶା...

ରେଡ୍‌ ଜୋନ୍‌ରୁ ଚୌଦ୍ୱାର ଫେରିଥିଲେ: ପୌରପାଳିକା ତରଫରୁ ଘରେ ଲାଗିଲା ହୋମ୍‌ କ୍ୱାରାଣ୍ଟାଇନ ସୂଚନା ଫଳକ

ଚୌଦ୍ୱାର,୨ା୫(ଡି.ଏନ୍‌.ଏ.): କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଟକ ଜିଲା ଚୌଦ୍ୱାର ପୌରପାଳିକା ତରଫରୁ ଗାନ୍ଧିଛକସ୍ଥିତ ପୌର ଟାଉନ ହଲରେ କ୍ୱାରାଣ୍ଟାଇନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।...

୨ କରୋନା ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିିର

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଓଡ଼ିଶାରେ ଏବେବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ରହିଛି। ଆଉ କୌଣସି ନୂଆ ପଜିଟିଭ୍‌ ଚିହ୍ନଟ ହୋଇନାହିଁ। ବୁଧବାର ୧୨ଟା ସୁଦ୍ଧା ଓଡ଼ିଶାରେ ୧୩୩ଟି...

ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, କନଷ୍ଟେବଳ ଗିରଫ

ଭୁବନେଶ୍ୱର,୫-୨(ବ୍ୟୁରୋ):ବିବାହ ଆଳରେ ଯୁବତୀଙ୍କୁ ବଳାତ୍କାର କରି ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ଜଣେ ଯବାନ ସୋମବାର ଗିରଫ ହୋଇଥିଲେ। ମଙ୍ଗଳବାର ଆଉ ଏକ ଘଟଣା ପଦାକୁ ଆସିଛି। ପୋଲିସ...

ସ୍ଲୁଇସ ଗେଟ୍‌ରେ ନାହିଁ ଲକ: କ୍ଷତିଗ୍ରସ୍ତ ହେଉଛନ୍ତି ଧାନଚାଷୀ

ଏରସମା,୧୯ା୮(ସ୍ବ.ପ୍ର.): ଏରସମା ବ୍ଲକ ଗଡ଼ବିଶୁନିପୁର ପଞ୍ଚାୟତସ୍ଥିତ ଆନନ୍ଦପୁର ସ୍ଲୁଇସ ଗେଟ୍‌କୁ ନେଇ ଗୋଷ୍ଠୀ ବିବାଦ ଦେଖାଦେଇଛି। ଏହି ସ୍ଲୁଇସ ଗେଟ୍‌ରେ ଥିବା ୫ଟି ଗେଟ୍‌ରେ ଲକ୍‌...

Leave a comment

Your email address will not be published. Required fields are marked *