ପରୀକ୍ଷା ଫି’ ବୃଦ୍ଧିକୁ ନେଇ ବୈସିଙ୍ଗା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି: ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା

ବୈସିଙ୍ଗା, ୧୮।୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବୈସିଙ୍ଗା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟରେ ଯୁକ୍ତ ୩ କଳା ଓ ବିଜ୍ଞାନ ପାଠ୍ୟକ୍ରମ ଶେଷ ବର୍ଷ ବା ଷଷ୍ଠ ସେମିଷ୍ଟର ପରୀକ୍ଷା ନିମନ୍ତେ ୨୧ ତାରିଖ ଫର୍ମପୂରଣର ଶେଷଦିନ ରହିଛି। ହେଲେ ପରୀକ୍ଷା ଫି’ ଅଧିକ ବୃଦ୍ଧି କରାଯାଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଏପରି କି ସେମାନେ ଫର୍ମ ପୂରଣ ବର୍ଜନ କରିବା ସଙ୍ଗେସଙ୍ଗେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଛାତ୍ରନେତାଙ୍କର ଏକ ଦଳ ଅସନ୍ତୋଷ ନେଇ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପରେ ଦୁଇଶହ ଟଙ୍କା ରିହାତି ଦେବା ନିମନ୍ତେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥିର କରିଥିଲେ। ମାତ୍ର ଏହା ଛାତ୍ର ଅଶାନ୍ତି ରୋକିବା ଦିଗରେ ସହାୟକ ହୋଇନାହିଁ। ସମସ୍ତ ଛାତ୍ରୀଛାତ୍ର ମୁଖ୍ୟଫାଟକରେ ତାଲା ପକାଇ ଧାରଣା ଜାରି ରଖିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ରାଜେଶ ବେହେରା, ଭବାନୀ ଶଙ୍କର ଦତ୍ତ, ପଦ୍ମଲୋଚନ ଜେନା, କମଳ ଲୋଚନ ନାୟକ ପ୍ରମୁଖ ଛାତ୍ର ଜଣାଇଛନ୍ତି।

ତେବେ ଏ ସମ୍ପର୍କରେ ମହାବିଦ୍ୟାଳୟ ପରୀକ୍ଷା ବିଭାଗ ମୁଖ୍ୟ ବଳଭଦ୍ର ନାଏକ ଓ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅଧ୍ୟାପକ ଗୌରାଙ୍ଗ ଚରଣ ପାତ୍ର ପ୍ରତିକ୍ରୟାରେ କହିଛନ୍ତି, ପୂର୍ବରୁ ଫର୍ମ ପୂରଣ ପାଇଁ ୯୬୦ ଟଙ୍କା ନିଆ ଯାଉଥିଲା। ମାତ୍ର ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚଳିତ ୧୪ ତାରିଖରେ ଚିଠି ନଂ. ୪୫୯ ମାଧ୍ୟମରେ ବର୍ଦ୍ଧିତ ଫି’ ବାବଦରେ ଜଣାଇଛନ୍ତି। ତେଣୁ କଲେଜ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ନେବା ସମ୍ଭବ ନୁହେଁ ବୋଲି କହିଛନ୍ତି


All Right Reserved By Dharitri.Com

ଜଷ୍ଟିସ ଡ. ଅରିଜିତ ପଶାୟତଙ୍କୁ ଭୂମିଗୌରବ ସମ୍ମାନ

କଟକ ଅଫିସ,୧୮।୮: କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ବତ ପୀଠ ସାରଳା ଭବନଠାରେ ଶନିବାର ସାରଳା ସାହିତ୍ୟ ସଂସଦ ଓ ଚେଳିତୋଳ କଲଚରାଲ ଏକାଡେମୀର ମିଳିତ...

ଧରମ୍‌ପାଲ୍‌ ଗୁଲାଟିଙ୍କୁ ‘କିସ୍‌ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ସମ୍ମାନ’

ଭୁବନେଶ୍ୱର, ୨୯।୯(ବ୍ୟୁରୋ): କିସ୍‌ ପକ୍ଷରୁ ‘କିସ୍‌: ଗାନ୍ଧୀ ଦର୍ଶନର ବାସ୍ତବ ପ୍ରତିଫଳନ’ ଶୀର୍ଷକ ଦିନିକିଆ ଆଲୋଚନାଚକ୍ର, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶନିବାର ରବୀନ୍ଦ୍ର ମଣ୍ଡପଠାରେ...

ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ଖଡିଆଳ,୧୭।୯(ଡି.ଏନ.ଏ.) ନୂଆପଡା ଜିଲା ଖଡିଆଳ ଲାଞ୍ଜି ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମର ଝାଙ୍କର ତଥା ସରପଞ୍ଚ ହିରାଧର...

ପାଟକୁରା: ବୁଝାମଣାରୁ ଲଢ଼େଇ ଦୁର୍ବଳ; ଆସିବେନି ମୋଦି-ଶାହ, ଭାଜପାକୁ କେବଳ ରାଜ୍ୟ ନେତୃତ୍ୱ ଭରସା

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟ ରାଜନୀତି ବର୍ତ୍ତମାନ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ କେନ୍ଦ୍ରିତ। ୨୦୧୯ ସାଧାରଣ ନିର୍ବାଚନରେ ୧୪୬ ଆସନ ପାଇଁ ଭୋଟ ହୋଇଥିବାବେଳେ କେବଳ ପାଟକୁରା...

ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ଏତଲା ଦେଲେ ତହସିଲଦାର

ଚନ୍ଦ୍ରଗିରି,୨୨ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କ ଠାରୁ ଜରିମାନା ଆଦାୟ ଯୋଜନା କରିବା ଜଣେ ଦୈନିକ ଖବରକାଗଜର ଏଜେଣ୍ଟ/ଖବରଦାତାଙ୍କ ପାଇଁ ମହଙ୍ଗା...

ଆସନ୍ତା ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହରେ ଜନସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କିଛିଦିନ ହେବ ବନ୍ଦ ରହିଥିଲା। ଏହାସହ ଜିଲାପାଳମାନଙ୍କ ଅଭିଯୋଗ ପ୍ରକୋଷ୍ଠ...

ଛାତ୍ରୀଛାତ୍ରଙ୍କ ସ୍ବପ୍ନ ପୂରଣ କରୁଛି ଗ୍ଲୋବାଲ୍‌ ଫୋକସ୍‌

ବ୍ରହ୍ମପୁର ଅଫିସ,୧୮ା୬-ଡାକ୍ତର ହେବା ନେଇ ଅନେକେ ଛୋଟ ବେଳୁ ସ୍ବପ୍ନ ଦେଖିଥାନ୍ତି ା ରାଜ୍ୟର ସରକାରୀ କଲେଜରେ କମ୍‌ ସଂଖ୍ୟକ ସିଟ ଏବଂ ରାଜ୍ୟ ତଥା...

ସେବାଶ୍ରମ ସ୍କୁଲରେ ପାଠ ପଢାଇଲେ ବିଧାୟକ

ଲୋଇସିଂହା,୧୯।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ମୁକେଶ ମହାଲିଙ୍ଗ ଆଗଲପୁର ବ୍ଲକ ରାମପୁରସ୍ଥିତ ଆଦିବାସୀ ସେବାଶ୍ରମ ସ୍କୁଲ ବୁଧବାର ପରିଦର୍ଶନ କରିଥିଲେ। ପରିଦର୍ଶନ...

Leave a comment

Your email address will not be published. Required fields are marked *