‘ଲୁପ୍‌ ଲପେଟା’ରେ ଆସିବେ ତାପସୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଥାପ୍ପଡ’ର ଟ୍ରେଲର୍‌ ରିଲିଜ ହୋଇଥିଲା। ଦର୍ଶକଙ୍କୁ ଫିଲ୍ମର କନ୍ସେପ୍ଟ ବେଶ ଦମଦାର୍‌ ଲାଗୁଛି। ସୋସିଆଲ ମିଡିଆରେ ଏବେ ଦର୍ଶକ ତାପସୀଙ୍କୁ ପ୍ରଶଂସାରେ ପୋତି ପକାଇଲେଣି। ତାପସୀଙ୍କ ସହ ଫିଲ୍ମର କାହାଣୀକୁ ମଧ୍ୟ ସମସ୍ତେ ପସନ୍ଦ କରୁଛନ୍ତି। ଏହି ଫିଲ୍ମ ପରେ ଏକ ଥ୍ରୀଲର୍‌-କମେଡି ଫିଲ୍ମ ‘ଲୁପ୍‌ ଲପେଟା’ ରେ ନଜର ଆସିବେ ତାପସୀ। ଆକାଶ ଭାଟ୍ଟିଆଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜାନୁୟାରୀ ୨୯, ୨୦୨୧ରେ ରିଲିଜ୍‌ ହେବ। ଖୁବ୍‌ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି। ତାପସୀ ଏବେ ‘ଥପ୍ପଡ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅନୁଭବ ସିହ୍ନା ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ କୃଷ୍ଣ କୁମାର ଓ ଭୂଷଣ କୁମାରଙ୍କ ସହ ମିଶି ଏହାର ପ୍ରଯୋଜନା ମଧ୍ୟ କରିଛନ୍ତି। ଫିଲ୍ମଟି ଫେବୃଆରୀ ୨୮ରେ ପରଦାକୁ ଆସିବ। ଏହି ଫିଲ୍ମ ରିଲିଜ୍‌ ପରେ ତାପସୀ ‘ଲୁପ୍‌ ଲପେଟା’ ର ଶୁଟିଂ ଆରମ୍ଭ କରିବେ।


All Right Reserved By Dharitri.Com

ପୁଣି ଜମିବ ଯୋଡି: କପିଲଙ୍କ ଶୋ’କୁ ଫେରିବେ ସୁନୀଲ ଗ୍ରୋଭର

ଦୀର୍ଘ ଦିନର ଶତ୍ରୁତା ପରେ ଏବେ ପୁଣି ଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର। ଏହି...

କେଆଇଏଫ୍‌ଏଫ୍‌ରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ(କେଆଇଏଫ୍‌ଏଫ୍‌)ରେ ଆଉ ପ୍ରଦର୍ଶିତ ହେବନି ବହୁଭାଷୀ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’। ଶେଷ ମୁହୂର୍ତ୍ତରେ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ଫିଲ୍ମ ଫେଷ୍ଟିଭାଲରୁ...

ଅସୁସ୍ଥ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ

ମୁମ୍ବାଇ,୨୬।୧: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ର ନିର୍ଦ୍ଦେଶକ ଅସୁସ୍ଥ ଥିବା ସୂଚନା ମିଳିଛି। ନିର୍ଦ୍ଦେଶକ ଜଗନ ଶକ୍ତି ମୁମ୍ବାଇରେ ତାଙ୍କ...

ଅଟୋଗ୍ରାଫ-ଏ ସାଇନ୍‌ ଅଫ ଲଭ୍‌

ଜଗା କଲେଜରେ ପଢ଼େ। ନିଜେ ଅସୁବିଧାରେ ପଡିଲେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ପଛାଏ ନାହିଁ। ହେଲେ କଲେଜରେ ପଢ଼ିବା ସମୟରେ ତାକୁ ନିଜର...

ମଲାଇକା ନୁହନ୍ତି, ଏହି ଅଭିନେତ୍ରୀଙ୍କ ସହ ‘ବ୍ଲାଇଣ୍ଡ୍‌ ଡେଟ୍‌’ରେ ଗଲେ ଅର୍ଜୁନ

ମୁମ୍ବାଇ: ଅଭିନେତା ଅର୍ଜୁନ କପୁର ଏବଂ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କ କାହାକୁ ଅଚ୍ଛପା ନାହିଁ। ମଲାଇକାଙ୍କ ସହ ଅର୍ଜୁନ ହସଖୁସିର ସମୟ କାଟୁଥିବା ବେଳେ...

କେବେ ଶାହରୁଖ ପଛରେ ଛିଡ଼ା ହୋଇଥିବା ଆସିମ ଏବେ ଷ୍ଟାର, ଭାଇରାଲ ହେଉଛି ପୂର୍ବର ଭିଡିଓ

ବମ୍ବେ: ‘ବିଗ୍‌ ବସ୍‌’ରୁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି ଜମ୍ମୁ-କଶ୍ମୀରର ମଡେଲ୍‌ ଆସିମ ରିଆଜ। ଆଜି ବିଶ୍ୱର କୋଣ ଅନୁକୋଣରେ ତାଙ୍କ ଫ୍ୟାନ୍‌। ତାଙ୍କର ଟିକିଏ ଝଲକ...

ରାସ୍ତାରେ ଜୋତା ପଲିଶ୍‌ କରୁଥିବା ସନି ଏବେ ଇଣ୍ଡିଆନ ଆଇଡଲ୍‌-୧୧ର ବିଜେତା

ମୁମ୍ବାଇ: ଦିନ ଥିଲା ରାସ୍ତାକଡ଼ରେ ବସି ଏହି ଯୁବକ ଜୋତା ପଲିଶ୍‌ କରୁଥିଲେ। ହେଲେ ଆଜି ସେ ଇଣ୍ଡିଆନ ଆଇଡଲ ସିଜିନ-୧୧ର ବିଜେତା। ସେ ଆଉ...

ରିଲିଜ ହେବ ‘କ୍ରେଜି-୪ : ଆମେ ଓଡିଆ ଟୋକା’: ଆଶାରେ ଅଭିଷେକ

ଅଭିଷେକ ରଥ ଏବେ ଠାରୁ ଦିନ ଗଣିବା ଆରମ୍ଭ କଲେଣି। କାରଣ ତାଙ୍କ ଅଭିନୀତ ‘କ୍ରେଜି-୪ : ଆମେ ଓଡିଆ ଟୋକା’ ଖୁବ୍‌ ଶୀଘ୍ର ରିଲିଜ...

Leave a comment

Your email address will not be published. Required fields are marked *