ମ୍ୟାଗି ପକୋଡା

ଆବଶ୍ୟକ ସାମଗ୍ରୀ: ନୁଡଲ୍ସ-୧୫୦ଗ୍ରାମ୍‌, ଲୁଣ ଅଧାଚାମଚ, ଲଙ୍କା ପାଉଡର ଦୁଇ ଚାମଚ, କର୍ନଫ୍ଲୋର-ଦୁଇ ଚାମଚ, ଚିଜ୍‌ କ୍ୟୁବ୍‌-ଅଧା କପ, ଶିମ୍‌ଲା ମିର୍ଚ୍ଚି-ଅଧାଚାମଚ, ରିଫାଇନ୍‌ଡ ଅଏଲ ଦୁଇ କପ, ପାଣି।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଶିମ୍‌ଲା ମିର୍ଚ୍ଚିକୁ ଭଲଭାବେ ଧୋଇ କାଟନ୍ତୁ। ଏହାପରେ ଏକ ପ୍ୟାନ୍‌ରେ ମ୍ୟାଗିକୁ ପାଣିରେ ପକାଇ ଫୁଟାନ୍ତୁ। ଯେତେବେଳେ ମ୍ୟାଗି ହୋଇଯିବ ସେତେବେଳେ ତାକୁ ପାଣିରୁ ଛାଣିଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଶିମ୍‌ଲା ମିର୍ଚ୍ଚି, ଚିଜ୍‌ କ୍ୟବ୍‌, ଲୁଣ, ଲଙ୍କା ପାଉଡର ଓ କର୍ନଫ୍ଲୋର ପକାଇ ଭଲଭାବେ ମିକ୍ସ କରନ୍ତୁ। ପୁଣି ସେଥିରେ ସିଝା ମ୍ୟାଗିକୁ ମିଶାଇ ଦିଅନ୍ତୁ। ପୁଣି ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ମ୍ୟାଗି ମିଶ୍ରଣକୁ ଏବେ ପକୋଡା ଶେପ୍‌ କରି ଗୋଲଡେନ୍‌ ବ୍ରାଉନ୍‌ କଲର ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ପକୋଡା ହୋଇଗଲା ପରେ ତାକୁ ଟିସୁ ପେପରକୁ କାଢ଼ିଦିଅନ୍ତୁ। ଫଳରେ ଏହାଦ୍ୱାରା ଏକ୍ସଟ୍ରା ତେଲ ବାହାରିଯିବ। ଏବେ ଆପଣଙ୍କ ପକୋଡା ପ୍ରସ୍ତୁତ ହୋଇଗଲା। ଏହାକୁ ଆପଣ ଚା’ କିମ୍ବା ସସ୍‌ ସହିତ ଗରମ ଗରମ ସର୍ଭ କରିପାରିବେ।


All Right Reserved By Dharitri.Com

ଏପରି ବ୍ୟବହାର କରନ୍ତୁ ଅଦା ତେଲ: ରୁପି, କେଶ ଝଡିବା ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଅଧିକାଂଶ ଲୋକଙ୍କଠାରେ କେଶ ଝଡିବା ସହ ରୁପି ସମସ୍ୟା ଦେଖା ଯାଇଥାଏ। ଏହି ସମସ୍ୟାକୁ ନେଇ ସେମାନେ ଚିନ୍ତାରେ ପଡ଼ିଯାନ୍ତି। ଏପରିକି ସେମାନେ ମୁକ୍ତି...

ଶୀତଦିନେ ଦହି ଖାଉଥିଲେ…

ଦହି ସ୍ବାସ୍ଥ୍ୟପ୍ରତି ହିତକର ବୋଲି ଜାଣିଛେ। ମାତ୍ର ଶୀତଦିନେ ଦହି ଖାଇଲେ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ , ଦହି ଖାଇବା...

ବିଭିନ୍ନ ରୋଗରୁ ଦୂରେଇ ରହିବା ପାଇଁ ଚାହୁଁଛନ୍ତି,ସକାଳେ ଏଥିରୁ ପିଅନ୍ତୁ ଚାମୁଚେ…

ପିଆଜ ରସ ପିଇଲେ ବହୁ ରୋଗରୁ ମିଳିଥାଏ ମୁକ୍ତି। ଆୟୁର୍ବେଦରେ ପିଆଜକୁ ମହୌଷଧୀ ଭାବେ ଉଲ୍ଲେଖ କରାଯାଇଛି। ପିଆଜ ରସ କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏହା...

ଉଲେନ୍‌ କପଡ଼ାର ଯତ୍ନ

ଶୀତଦିନେ ଭଳିକି ଭଳି ଉଲେନ୍‌ କପଡ଼ାର ବ୍ୟବହାର ନା କେବଳ ଆରାମଦାୟକ ବରଂ ଏହା ବେଶ୍‌ ଆକର୍ଷଣୀୟ ଏବଂ ଷ୍ଟାଇଲିସ୍‌ ଲୁକ୍‌ ବି ଦେଇଥାଏ। ତେବେ...

ଭାରତ: ବିଶ୍ୱର ସାପକାମୁଡ଼ା ରାଜଧାନୀ

”ଭାରତକୁ ବିଶ୍ୱର ସାପ କାମୁଡା ରାଜଧାନୀ ବୋଲି କୁହାଯାଉଛି। କାରଣ ଅନ୍ୟ ଦେଶଗୁଡିକ ତୁଳନାରେ ପ୍ରତିବର୍ଷ ଏଠାରେ ମୃତ୍ୟୁବରଣ କରିଥାନ୍ତି ସର୍ବାଧିକ ବ୍ୟକ୍ତି। ଏକ ସମୀକ୍ଷା...

ସ୍ବାସ୍ଥ୍ୟପୋକାରୀ ତ୍ରିଫଳା: ବଢ଼ାଇଥାଏ ରୋଗ ପ୍ରତିରୋଧକ କ୍ଷମତା

ତ୍ରିଫଳା, ୩ଟି ଫଳର ସମାହାର। ହରିଡ଼ା, ଅଁଳା ଏବଂ ବାହାଡ଼ା। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପକାରୀ। ବିଭିନ୍ନ ରୋଗରୁ ଉପସମ ପାଇଁ ଏହାର ବ୍ୟବହାର...

ଏହିସବୁ ଲକ୍ଷଣରୁ ଜଣାପଡ଼େ ଚର୍ମ କର୍କଟ

ଲୋକଙ୍କୁ ବିଭିନ୍ନ ପ୍ରକାରର କ୍ୟାନସର ବା କର୍କଟ ରୋଗ ହୋଇଥାଏ। ସେଥିମଧ୍ୟରୁ ସ୍କିନ୍‌ କ୍ୟାନସର ବା ଚର୍ମ କର୍କଟ ଅନ୍ୟତମ। ଯେତେବେଳେ ଚର୍ମର କୋଷିକା ଅସାମାନ୍ୟ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଏହି ପରିବା…

ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। କାରଣ ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ।...

Leave a comment

Your email address will not be published. Required fields are marked *