କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ଛୁଇଁଲା ୧,୮୬୮

ବେଜିଂ,୧୮।୨: କରୋନା ଭାଇରସ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ଏଠାରେ ଶହ ଶହ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି। ଏବେସୁଦ୍ଧା ସେଠାରେ କରୋନା ଭାଇରସରେ ସଂକ୍ରମିତ ହୋଇ ୧,୮୬୮ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ସଂକ୍ରମିତଙ୍କ ସଂଖ୍ୟା ୭୨,୪୩୬ରେ ପହଞ୍ଚିଛି। ଏହାସହ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୧୨,୫୫୨ଜଣ ସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରୁ ଘରୁକ ଯିବାକୁ ଅନୁମତି ମିଳିସାରିଛି। ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବର ଶେଷ ବେଳକୁ କରୋନା ଭାଇରସ ଚାଇନାରେ ଦେଖା ଦେଇଥିବା ବେଳେ ଏହା ଦ୍ରୁତ ଗତିରେ ମାଡି ଚାଲିଥିଲା। ବିଶେଷ କରି ଏହାର ଚିକିତ୍ସା ପାଇଁ ସେମିତି କୌଣସି ଔଷଧ ନ ଥିବାରୁ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିଲା। ଏବେ ଏହି କରୋନା ଭାଇରସ ଚାଇନା ସମେତ ପ୍ରାୟ ୨୦ଟି ଦେଶକୁ ବ୍ୟାପି ଯାଇଥିବା କୁହାଯାଉଛି।


All Right Reserved By Dharitri.Com

ପାକିସ୍ତାନରେ ଶିଖ୍‌ ଯୁବକଙ୍କୁ ହତ୍ୟା

ଇସ୍‌ଲାମାବାଦ,୫।୧: ପାକିସ୍ତାନର ପେଶାୱାରଠାରେ ଜଣେ ଶିଖ୍‌ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ର ସିଂହ। ଚାମକାନି ପୋଲିସ ଷ୍ଟେସନ ଅଞ୍ଚଳରୁ ରବୀନ୍ଦ୍ରଙ୍କ ମୃତଦେହ ମିଳିଛି।...

କରୋନା ସଂକ୍ରମିତଙ୍କର ଅପରେଶନ ହେଲେ ବଢ଼ିଥାଏ ମୃତ୍ୟୁ ଆଶଙ୍କା

ବର୍ମିଂହାମ୍‌,୩୦।୫: କରୋନା ମହାମାରୀ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନା ସଂକ୍ରମିତଙ୍କର ଯଦି କୌଣସି ଅପରେଶନ କରାଯାଏ ତେବେ ମୃତ୍ୟୁ ଆଶଙ୍କା ବଢ଼ିଥାଏ ବୋଲି ଏକ...

ସୌଦି ମହିଳାଙ୍କୁ ମିଳିଲା ସ୍ବାଧୀନତା

ରିୟାଦ,୨।୮: ସାଧାରଣତଃ ସୌଦି ମହିଳାଙ୍କ ପାଇଁ ନାନା କଟକଣା ରଖାଯାଇଛି। ପୁରୁଷ କୈନ୍ଦ୍ରୀକ ସମାଜରେ ଏବେ କିନ୍ତୁ ଏହି ମହିଳାମାନେ ପୁରୁଷଙ୍କ ବିନା ପରାମର୍ଶରେ ବିଦେଶ...

ବଢୁଛି ବିଶ୍ୱ ତାପନ: କମୁଛି ପେଙ୍ଗୁଇନ୍‌ ସଂଖ୍ୟା

ବୋଷ୍ଟନ୍‌,୧୦।୧୧: ବିଶ୍ୱ ତାପମାନ ଧୀରେଧୀରେ ବଢିବାରେ ଲାଗିଛି। ଏହାର ପ୍ରଭାବରେ ଆଣ୍ଟାର୍କଟିକାରେ ଥିବା ହିମ ପାହାଡ଼ ତରଳିବାରେ ଲାଗିଛି। ଏହା ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ...

କର୍କଟ ହସ୍ପିଟାଲରେ ବିସ୍ଫୋରଣ: ୧୯ ମୃତ

କାଏରୋ,୫।୮: ଇଜିପ୍ଟର କାଏରୋଠାରେ ଏକ କର୍କଟ ହସ୍ପିଟାଲରେ ବିସ୍ଫୋରଣ ଘଟି ୧୯ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ...

ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଲେ କମଲା ହାରିସ୍‌

ଓ୍ବାଶିଂଟନ,୫ା୧୨: ଭାରତୀୟ ବଂଶୋଦ୍ଭବ ଆମେରିକା ସିନେଟର କମଲା ହାରିସ୍‌ ଡେମୋକ୍ରାଟ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରୁ ଓହରିଯାଇଛନ୍ତି। ସେ ଜୋର୍‌ଦାର ପ୍ରଚାର ଆରମ୍ଭ କରିଥିଲେ ହେଁ...

କ୍ୱାରାଣ୍ଟାଇନ୍‌ରେ ସହଯୋଗ ନ କଲେ ଗୁଳି କରିବାକୁ ନିର୍ଦ୍ଦେଶ ଦେଲେ ଫିଲିପାଇନ୍ସ୍‌ ସରକାର !

ମାନିଲା,୨।୪: କରୋନା ସଂକ୍ରମଣ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିିଦିନ ବୃଦ୍ଧି ପାଉଛି।...

ମହାତ୍ମା ଗାନ୍ଧୀଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ

ଲଣ୍ଡନ,୧୧।୧୦:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ସମ୍ମାନର୍ଥେ ମୁଦ୍ରା ଜାରି କରିବାର ନିଷ୍ପତ୍ତି ନେଇଛି ବ୍ରିଟେନ। ବ୍ରିଟିଶ୍‌ ଏସିଆନ ସକସେକ୍ସ ଉପରେ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *