Posted inଜାତୀୟ

ଚାଇନା ଔଷଧ କମ୍ପାନୀରେ ତାଲା: ଭାରତରେ ବଢୁଛି ପାରାସିଟାମଲ, ଏଜିଥ୍ରୋମାଇସିନ୍‌ ଦାମ

ନୂଆଦିଲ୍ଲୀ,୧୮।୨: ଚାଇନାରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ସଂକ୍ରମଣ ରୋକିବା ପାଇଁ ଚାଇନା ପକ୍ଷରୁ ନାନା ଉପାୟ କରାଯାଉଛି। କରୋନା ଆତଙ୍କରେ ବହୁ କମ୍ପାନୀରେ କାମ କରିବାକୁ କର୍ମଚାରୀ ନ ଆସିବାରୁ ତାଲା ଝୁଲୁଛି। ବହୁ ଔଷଧ କମ୍ପାନୀରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି। ଚାଇନାର ଔଷଧ କମ୍ପାନୀ ବନ୍ଦ ହେବା ଯୋଗୁ ଏହାର ପ୍ରଭାବ ଭାରତ ଉପରେ ପଡ଼ିଛି। ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତ ଚାଇନାରୁ ୮୦ ପ୍ରତିଶତ ଆକ୍ଟିଭ୍‌ ଫାର୍ମସ୍ୟୁଟିକାଲ ଇଡ଼ଗ୍ରେଡିଏଣ୍ଟ(ଏପିଆଇ) ଆମଦାନୀ କରିଥାଏ। ଏହା ବିଭିନ୍ନ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ। ଚାଇନାରୁ ଏପିଆଇ ରପ୍ତାନୀ କରାଯିବାରେ ବାଧା ସୃଷ୍ଟି ହେବାରୁ ଭାରତୀୟ ଔଷଧ କମ୍ପାନୀଗୁଡ଼ିକ ନିକଟରେ ଏହାର ଅଭାବ ଦେଖାଦେଇଛି। ଫଳରେ ପାରାସିଟାମଲ୍‌ର ଦାମରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଏଜିଥ୍ରୋମାଇସିନ୍‌ର ଦାମ ୭୦ ପ୍ରତିଶତ ବଢ଼ିଛି। ଏଭଳି ସ୍ଥିତି ଲାଗି ରହିଲେ ଭାରତୀୟ ଔଷଧ କମ୍ପାନୀଗୁଡ଼ିକର ସାଧାରଣ ଔଷଧ ପ୍ରସ୍ତୁତି ପ୍ରକ୍ରିୟା ଆସନ୍ତା କିଛି ସପ୍ତାହ ମଧ୍ୟରେ ପ୍ରଭାବିତ ହେବାର ଆଶଙ୍କ ଦେଖାଦେଇଥିବା ରିପୋର୍ଟରେ ଦର୍ଶାଯାଇଛି।


All Right Reserved By Dharitri.Com

କାର୍ତ୍ତିଙ୍କୁ ଝଟକା : ସୁପ୍ରିମକୋର୍ଟ କହିଲେ ନିଜ ନିର୍ବାଚନମଣ୍ଡଳୀ ଉପରେ ଧ୍ୟାନ ଦିଅ

ନୂଆଦିଲ୍ଲୀ, ୨୯।୫: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କୁ ପୁଣି ଥରେ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ବିଦେଶ ଗସ୍ତ ପାଇଁ କୋର୍ଟରେ ଡିପୋଜିଟ କରିଥିବା...

ସୁପ୍ରିମକୋର୍ଟରେ ରହିବ ସ୍ଥାୟୀ ସାମ୍ବିଧାନିକ ପୀଠ

ନୂଆଦିଲ୍ଲୀ,୨୨ା୯: ପାଖାପାଖି ୭୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟରେ ସ୍ଥାୟୀ ଭାବେ ୫ ଜଣିଆ ସାମ୍ବିଧାନିକ ପୀଠ ଗଠନ ହେବାକୁ ଯାଉଛି। ଜଟିଳ...

ଶିବସେନାର ନୂଆ ପୋଷ୍ଟର ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ସରକାର ଗଠନକୁ ନେଇ ଟଣା ଭିଡା ଚାଲିଥିବା ବେଳେ ଏବେ ଶିବସେନାର ନୂଆ ପୋଷ୍ଟର ଦେଖିବାକୁ ମିଳିଛି। ପ୍ରଥମେ ଭାଜପା-ଶିବସେନା ମଧ୍ୟରେ...

କରୋନା ଭାଇରସର ଗୁଜବରୁ ଦୂରେଇ ରହି ନମସ୍କାର କରିବା ଅଭ୍ୟାସ କରନ୍ତୁ: ମୋଦି

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜନଔଷଧି ଦିବସ ଅବସରରେ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜନଔଷଧି କେନ୍ଦ୍ର ସହ କଥା ହୋଇଛନ୍ତି। ଏହି କାର୍ଯ୍ୟକ୍ରମ...

ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ମନାକଲେ ହାଇକୋର୍ଟ

କୋଲକାତା,୧୫ା୬(ପି.ଟି.): ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆନ୍ଦୋଳନ ଉପରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବା ଲାଗି କାଲକାଟା ହାଇକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି।...

ନିସ୍ତବ୍ଧ ରାତିରେ ଏହି ମନ୍ଦିରରେ କଥାବାର୍ତ୍ତା ହୁଅନ୍ତି ମୂର୍ତ୍ତି…

ବିଜ୍ଞାନ ଯୁଗରେ କୌଣସି କଥା ଅସମ୍ଭବ ନୁହେଁ। ତେବେ ମନ୍ଦିରରେ ମୂର୍ତ୍ତିଗୁଡିକ ମଣିଷ ପରି କଥା କହୁଥିବା ଶୁଣିଲେ ବିଶ୍ୱାସ ହୋଇ ନ ଥାଏ। ବିହାର...

ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏକାଠି ପହଞ୍ଚିଲେ ମୋଦି, କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨।୧୦: ସାରା ଦେଶରେ ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ଏହାସହ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ...

କରୋନା ଭୟ: ବିଲେଇକୁ ଦେଶାନ୍ତର କରାଗଲା

ଚେନ୍ନାଇ,୪ା୩: ବିଶ୍ୱବ୍ୟାପୀ ଏବେ କରୋନା ଭାଇରସ୍‌ ଆତଙ୍କ। ଚାଇନାରୁ ମାଡ଼ି ଏବେ ୬୬ ଦେଶକୁ ଏହା ବ୍ୟାପିଲାଣି। ଭାରତ ବି ଏଥିରୁ ବାଦ୍‌ ପଡ଼ିନି। ଚାରିଆଡ଼େ...

Leave a comment

Your email address will not be published. Required fields are marked *