ଆତ୍ମଘାତୀ ବିସ୍ଫୋରଣରେ ୮ ନିହତ

କରାଚୀ,୧୮ା୨(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୋମବାର ଏକ ଧର୍ମୀୟ ଶୋଭାଯାତ୍ରାକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରାଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୩ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ପୋଲିସ ଅଛନ୍ତି। ଶାହରା-ଇ-ଅଦାଲତ ରୋଡ ନିକଟ କ୍ୱେଟ୍ଟା ପ୍ରେସ୍‌ କ୍ଲବଠାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ବହୁସଂଖ୍ୟାରେ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
ଇସ୍‌ଲାମାବାଦ ଗସ୍ତରେ ଆସିଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ପାକିସ୍ତାନରେ ନିରାପତ୍ତା ସ୍ଥିତିରେ ଉନ୍ନତି ଆସିଛି ବୋଲି କହିଥିବାବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଥିଲେ, ପାକିସ୍ତାନ ଆଉ ଆତଙ୍କବାଦୀଙ୍କ ନିରାପଦ ଭୂସ୍ବର୍ଗ ହୋଇ ରହିନାହିଁ। ସେମାନଙ୍କ ଏହି ମତାମତର କିଛି ଘଣ୍ଟା ପରେ ବେଲୁଚିସ୍ତାନରେ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ଅତୀତରେ ବଲୋଚ୍‌ ଓ ତାଲିବାନ ଉଗ୍ରପନ୍ଥୀ ଏଭଳି ଆକ୍ରମଣ କରିଥିବାରୁ ସୋମବାରର ଆକ୍ରମଣରେ ସେମାନେ ସାମିଲ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।


All Right Reserved By Dharitri.Com

ଭାରତ-ଆମେରିକା ପ୍ରତିରକ୍ଷା କାରବାର ୧୮ଶହ କୋଟି ଡଲାର ଛୁଇଁବ

ଓ୍ବାଶିଂଟନ,୧୯।୧୦: ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ-ଆମେରିକା ପ୍ରତିରକ୍ଷା କାରବାର ୧୮ଶହ କୋଟି ଡଲାର ଛୁଇଁବ। ଏନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୮ରେ ଦୁଇ...

ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ କହିଲେ ବଳାତ୍କାର ପରେ ଜନ୍ମ ନେଇଥିବା ଯୁବତୀ

ଓ୍ବାଶିଂଟନ,୬।୮: ବଳାତ୍କାର ପରେ ଜନ୍ମ ନେଇଥିବା ଜଣେ ସନ୍ତାନ ଏବେ ଡିଏନ୍‌ଏ ଟେଷ୍ଟ କରି ପିତାଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି। ସତରେ ଯଦି ଏକା କରାଯାଏ...

ସେଲ୍ଫ ଆଇସୋଲେଶନ୍‌ରେ ଇମ୍ରାନ

ଇସ୍‌ଲାମାବାଦ୍‌,୨୨।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନା ଭାଇରସ୍‌ ଯାଞ୍ଚ କରାଇବା ପରେ ସେଲ୍ଫ ଆଇସୋଲେଶନ୍‌ରେ ଯାଇଥିବା ଜଣାପଡ଼ିଛି। କିଛି ଦିନ ତଳେ ସେ ଜଣେ...

ମରିୟମଙ୍କୁ ମିଳିଲା ଜାମିନ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଜାମିନ ମିଳିଛି। ସୋମବାର ଲାହୋର ହାଇକୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି।...

ଭାରତୀୟଙ୍କ ପାଇଁ ଏଚ୍‌-୧ ବି ଭିଜାକୁ ୧୫ ପ୍ରତିଶତ ସୀମିତ କରିବ ଆମେରିକା: ୧୦ ଲକ୍ଷ କୋଟିର ଆଇଟି ଶିଳ୍ପ ପ୍ରଭାବିତ ହେବା ଆଶଙ୍କା

ନୂଆଦିଲ୍ଲୀ/ ଓ୍ବାଶିଂଟନ, ୨୦।୬: ଆମେରିକା ଏହାର ଭିଜା ନୀତିରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଛି। ଏହା ଅର୍ନ୍ତଗତ ଭାରତୀୟଙ୍କୁ ପାଇଁ ଏଚ୍‌-୧ ବି ଭିଜାକୁ ୧୦ରୁ...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

କରୋନା ଭୟ: ରାସ୍ତାରେ ଶୋଉଥିବା ଲୋକଙ୍କୁ ୫-ଷ୍ଟାର ହୋଟେଲରେ ରଖିବେ ସରକାର

କାନବେରା,୩୧।୩: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳିଯାଇଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ ସବୁ ଦେଶ ଭିନ୍ନ ଭିନ୍ନ ଉପାୟରେ ଉଦ୍ୟମ ଚଳାଇଛନ୍ତି।...

ଅର୍ଥନୀତିରେ ନୋବେଲ

ଷ୍ଟକହୋମ,୧୪।୧୦: ଅର୍ଥନୀତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୧୯ର ନୋବେଲ ବିଜେତାଙ୍କନାମ ଘୋଷଣା କରାଯାଇଛି। ଏହି ୩ ଜଣ ନୋବେଲ ବିଜେତାଙ୍କ ମଧ୍ୟରେ ଜଣେ ଭାରତୀୟ...

Leave a comment

Your email address will not be published. Required fields are marked *