କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ ସିରିଜ୍‌ ଫାଇନାଲ: ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ପୋଲିସ କମିଶନର

ଭୁବନେଶ୍ୱର,୬ା୬(ବ୍ୟୁରୋ): ବାତ୍ୟାରେ ଭାଙ୍ଗି ପଡିଥିବା କଳିଙ୍ଗ ଷ୍ଟାଡିୟମ ଇତିମଧ୍ୟରେ ପୁଣିଥରେ ନୂଆରୂପରେ ଛିଡା ହୋଇଯାଇଛି। ଷ୍ଟାଡିୟମରେ ଏବେ ଏଫ୍‌ଆଇଏଚ ସିରିଜ୍‌ ଫାଇନାଲ ପୁରୁଷ ପ୍ରତିଯୋଗିତା ଥିବାରୁ ରାଜଧାନୀ ଭୁବନେଶ୍ୱର ହକିର ମାହୋଲ ଦେଖିବାକୁ ମିଳିଛି। ଗୁରୁବାରରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ଫାଇନାଲ ମ୍ୟାଚ ପାଇଁ ପହଞ୍ଚତ୍ଗଲେଣି ଭାରତ ସମେତ ଆଠଟି ଦଳ। ସେମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ତପତ୍ର ହୋଇଛି କମିଶନରେଟ୍‌ ପୋଲିସ। କଳିଙ୍ଗ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବୁଧବାର ଯାଞ୍ଚ କରିଛନ୍ତି ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି। ଆଠଟି ଟିମ୍‌ ମ୍ୟାନେଜରଙ୍କ ସହ ପୋଲିସ କମିଶନର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି। ଏହାସହ ହୋଟେଲରୁ ଷ୍ଟାଡିୟମକୁ ଖେଳାଳିମାନେ ଯେଉଁ ରାସ୍ତା ଦେଇ ଯିବେ ଉକ୍ତ ରାସ୍ତାରେ ବୁଧବାର ପୋଲିସ ସୁରକ୍ଷା ବଳ ରିହସଲ୍‌ କରିଛି।
ପୋଲିସ ନଜରରେ କଳିଙ୍ଗ ଷ୍ଟାଡିୟମ ରହିଛି। ଖେଳାଳିଙ୍କ ସୁରକ୍ଷା, ହୋଟେଲ ସୁରକ୍ଷା, ଟ୍ରାଫିକ୍‌, ପାର୍କିଂ ବ୍ୟବସ୍ଥା ଏବଂ ଦେଶ ବାହାରୁ ଆସିଥିବା ଦର୍ଶକଙ୍କ ସ୍ବତନ୍ତ୍ର ସୁରକ୍ଷା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ୧୬ ପ୍ଲ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଏହାସହ ସୁରକ୍ଷା ଦାୟିତ୍ୱରେ ୭୫ଜଣ ଅଫିସରଙ୍କୁ ନିୟୋଜିତ କରାଯିବା ସହ ସମ୍ପୂର୍ଣ୍ଣ ଷ୍ଟାଡିୟମ ଉପରେ ନଜର ରଖିବା ପାଇଁ ୭୦ଟି ସିସିଟିଭି ଲଗାଯାଇଛି ବୋଲି କମିଶନର ସତ୍ୟଜିତ୍‌ ମହାନ୍ତି ପ୍ରକାଶ କରିଛନ୍ତି। ବୁଧବାର ଷ୍ଟାଡିୟମ ପରିସରରେ କମିଶନର ଖେଳିବାକୁ ଥିବା ରୁଷିଆ, ଉଜବେକିସ୍ଥାନ, ଜାପାନ, ମେକ୍ସିକୋ, ୟୁଏସଏ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଭାରତ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କିଭଳି କରାଯାଇଛି ସେ ବିଷୟରେ ସେମାନଙ୍କୁ ଅବଗତ କରାଇବା ସହ ଆଉ କି ପ୍ରକାର ସୁରକ୍ଷା ଆବଶ୍ୟକ ରହିଛି ସେନେଇ ମଧ୍ୟ ମତାମତ ନେଇଛନ୍ତି। ଯଦି ଖେଳାଳିଙ୍କ କୌଣସି ଅସୁବିଧା ହୁଏ ସେମାନେ କେଉଁ ପୋଲିସ ଅଧିକାରୀଙ୍କୁ ଜଣାଇବେ ତାହା ସେମାନଙ୍କୁ କୁହାଯାଇଛି।
କଳିଙ୍ଗ ଷ୍ଟାଡିୟମକୁ ଖେଳାଳିମାନେ ଅଭ୍ୟାସ ମ୍ୟାଚ ଖେଳିବାକୁ ଯାଉଥିବାରୁ ସେମାନଙ୍କୁ ପିଏସ୍‌ଓ ଏବଂ ଏସକଟ୍‌ ଯୋଗାଇ ଦିଆଯାଇଛି। ଗୁରୁବାରରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ବିଶ୍ୱ ହକି ଆୟୋଜନ ସମୟରେ ପୋଲିସର ଅଭିଜ୍ଞତାକୁ ଭିିତ୍ତିକରି ଏଫଆଇଏଚ୍‌ ସିରିଜ୍‌ ଫାଇନାଲକୁ ସୁରୁଖୁରୁରେ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ବୁଧବାରଠାରୁ ଷ୍ଟାଡିୟମ ପରିସରରେ ଏକ ଅସ୍ଥାୟୀ କଣ୍ଟ୍ରୋଲ ରୁମ୍‌ ସ୍ଥାପନ କରାଯାଇଛି।


All Right Reserved By

ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୧ା୮(ଡି.ଏନ.ଏ.): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ.ଗୋପାଳପୁର କାଳୀମନ୍ଦିର ସାହିରେ ମଙ୍ଗଳବାର ରାତିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ଏସ.ଗୋପାଳପୁର...

ଯୁକ୍ତ ଦୁଇ ଜିଲା ଟପ୍ପରଙ୍କୁ ଜିଲାପାଳଙ୍କ ଆର୍ଥତ୍କ ସହାୟତା: ପଢ଼ାଖର୍ଚ୍ଚ ବହନ କରିବାକୁ କୃତାର୍ଥଙ୍କ ପ୍ରତିଶ୍ରୁତି

ଅନୁଗୋଳ ଅଫିସ/ବନ୍ତଳା, ୨୬।୬- ଯୁକ୍ତ ଦୁଇ କଳାରେ ଅନୁଗୋଳ ଜିଲା ଟପ୍ପର ହୋଇଥିବା ମଧୁସ୍ମିତା ବେହେରାଙ୍କୁ ଜିଲାପାଳ ମନୋଜ କୁମାର ମହାନ୍ତି ମଙ୍ଗଳବାର ୫ ହଜାର...

୨୦୩୫ ପର୍ଯ୍ୟନ୍ତ ଦେଶରେ ଖାଦ୍ୟାଭାବ ଭୟ ନାହିଁ

କଟକ ଅଫିସ, ୨୯।୫: ସମ୍ପ୍ରତି ଚାଇନା ବିଶ୍ୱରେ ସର୍ବାଧିକ ଧାନ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଚାଇନାରେ ହେକ୍ଟର ପିଛା ହାରାହାରି ୬୦ କୁଇଣ୍ଟାଲ...

ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ଏବଂ ଉତ୍ତର...

ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ: ଧ୍ୱସ୍ତବିଧ୍ୱସ୍ତ ସଂଗ୍ରହାଳୟ ସୌନ୍ଦର୍ଯ୍ୟ

ଭୁବନେଶ୍ୱର,୧୮।୫(ସସ୍ମିତା ପାଇକରାୟ): କିଛି ଘଣ୍ଟାର ତାଣ୍ଡବ ମଧ୍ୟରେ ସବୁକିଛି ଉଜାଡ଼ିଦେଇ ଚାଲିଗଲା ଫନୀ। ଏହାର ପ୍ରକୋପରୁ ବାଦ୍‌ ପଡ଼ିଲାନି ଇତିହାସକୁ ସାଇତି ରଖୁଥିବା ସଂଗ୍ରହାଳୟ। ପୁରାତନ...

ଜେଟ୍‌ଲୀଙ୍କ ଶ୍ରଦ୍ଧାଞ୍ଜଳି ସଭା:ଦକ୍ଷତା କଥା ବଖାଣିଲେ ନେତୃବୃନ୍ଦ

ଭୁବନେଶ୍ୱର,୬-୯(ବ୍ୟୁରୋ):ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ଅରୁଣ ଜେଟ୍‌ଲୀଙ୍କ ସ୍ମରଣରେ ଗୁରୁବାର ସ୍ଥାନୀୟ ଏକ ଘରୋଇ ହୋଟେଲରେ ସାର୍ବଜନୀନ ଏବଂ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା...

ଶ୍ରୀଲିଙ୍ଗରାଜଙ୍କ ନାମଫଳକ ଫିଙ୍ଗି ନିର୍ମାଣ କଲେ ଘର

ପୁରୁଣା ଭୁବନେଶ୍ୱର,୨୬ା୮(ଡି.ଏନ.ଏ.) : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଲିକାନା ଲିଖିତ ଫଳକ ଫିଙ୍ଗି ଦେଇ ସେହି ସ୍ଥାନରେ ବେଆଇନ ଭାବେ ଗୃହ ନିର୍ମାଣ କାମ ଜୋରସୋର ଚାଲିଛି।...

ବଦଳି ପରେ ତଦନ୍ତ ଚେପା

ଭୁବନେଶ୍ୱର,୧୦।୯: ଥାନାକୁ ଯାଉଥିବା ଅଭିଯୋଗକୁ କେଉଁ ଅଫିସର ବୁଝିବେ ତାହା ସ୍ଥିର କରିଥାନ୍ତି ଆଇଆଇସି। ଏପରିକି ଚୋରି ଓ ଦୁର୍ଘଟଣା ଭଳି ଛୋଟଛୋଟ ମାମଲା ଏଏସ୍‌ଆଇଙ୍କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *