Posted inଜାତୀୟ

ଅତ୍ୟଧିକ ଖୁସି ନୁହେଁ ଆଶା ଦେବୀ

ନୂଆଦିଲ୍ଲୀ,୧୭।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହାକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ସେ ଖୁସି ଅଛନ୍ତି ସତ ହେଲେ ଏହାକୁ ନେଇ ଅତ୍ୟନ୍ତ ଖୁସି ନୁହେଁ। କାରଣ ନ୍ୟାୟ ପାଇଁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡିଲାଣି। ଅବଶ୍ୟ ଶେଷକୁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି କିନ୍ତୁ ଏହା ତୃତୀୟ ଥର ହୋଇଥିବାରୁ ତାଙ୍କୁ ଏତେଟା ଖୁସି ଲାଗୁନାହିଁ ବୋଲି ସେ କହିଛନ୍ତି। ଯେଉଁଦିନ ନିର୍ଭୟା ମାମଲାର ଦୋଷୀମାନେ ଫାଶୀ ଖୁଣ୍ଟରେ ଝୁଲିବେ ସେଦିନ ସେ ଖୁସି ହେବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ୨ଥର ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଏହାକୁ ପୁଣି ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ସୋମବାର ତୃତୀୟଥର ଲାଗି ଏମାନଙ୍କୁ ଫାଶୀ ଦେବାକୁ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହି ଡେଥ୍‌ ଓ୍ବାରେଣ୍ଟ ଅନୁଯାୟୀ ସମସ୍ତ ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦିଆଯିବ।


All Right Reserved By Dharitri.Com

ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ଅନୁଭବ କରନ୍ତି ୭୧% ଭାରତୀୟ

ନୂଆଦିଲ୍ଲୀ,୧୭ା୭(ପି.ଟି.): ଭାରତରେ ପ୍ରେସ୍‌ ସ୍ବାଧୀନତା ପ୍ରତି ବିପଦ ରହୁଥିବା ୭୧ ପ୍ରତିଶତ ଲୋକ ଅନୁଭବ କରନ୍ତି। ଟେକ୍ନୋଲୋଜି ପ୍ଲାଟଫର୍ମ ‘ନେଟା ଆପ୍‌’ ଦ୍ୱାରା ଦେଶର ପ୍ରେସ୍‌...

ଗ୍ରାମାଞ୍ଚଳରେ କାମ କରିବାକୁ ରାଜି ନ ହେଲେ ଡାକ୍ତରଙ୍କୁ ଭୋଗିବାକୁ ପଡିବ ୫ ବର୍ଷ ଜେଲ୍‌

ମୁମ୍ବାଇ,୧୦।୯: ମହାରାଷ୍ଟ୍ର ସରକାର ଏବେ ଡାକ୍ତରମାନଙ୍କ ପାଇଁ କଡାକଡି ନିୟମ କରିଛନ୍ତି। ଗ୍ରାମାଞ୍ଚଳରେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ବଢିଯାଉଥିବା ଦୂରତାକୁ କମ୍‌ କରିବାକୁ ଏଭଳି...

ସୁପ୍ରିମକୋର୍ଟରେ ରାମଲାଲା ଓକିଲଙ୍କ ଯୁକ୍ତି: ଆସ୍ଥା ହିଁ ଜନ୍ମସ୍ଥାନର ପ୍ରମାଣ

ନୂଆଦିଲ୍ଲୀ,୮ା୮(ପି.ଟି.): ବିବାଦୀୟ ଅଯୋଧ୍ୟା ଜମି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ। ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଅତୁଟ ବିଶ୍ୱାସ ହିଁ ଏହାର ପ୍ରମାଣ ବୋଲି ସୁପ୍ରିମକୋର୍ଟରେ ମାମଲାର ଅନ୍ୟତମ ପକ୍ଷ...

ଏସିଡିଟିରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧା ଗ୍ଲାସେ…

ସକାଳେ ଜିରା ମିଶା ଗୁଡ଼ପାଣି ପିଇଲେ ବହୁ ଉପକାର ହୋଇଥାଏ। ଏହା ଦ୍ୱାରା ପାଚନକ୍ରିୟା ସ୍ବାଭାବିକ ହେବା ସହିତ ରକ୍ତହୀନତାରୁ ମୁକ୍ତି ମିଳେ। ଏହା କୋଲେଷ୍ଟରଲସ୍ତର...

ମୁଖ୍ୟସ୍ରୋତକୁ ଫେରିଲେ ୫ ଆତଙ୍କବାଦୀ

ଶ୍ରୀନଗର୨ା୬(ପି.ଟି.): ଆତଙ୍କବାଦରେ ଜର୍ଜରିତ ଜମ୍ମୁ-କଶ୍ମୀରରୁ ଶନିବାର ଏକ ଭଲ ଖବର ଆସିଛି। କୁଲଗାମ ଜିଲାର ୫ ଆତଙ୍କବାଦୀ ଅସ୍ତ୍ରତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି। ବିଭିନ୍ନ...

ମାର୍ଚ୍ଚ ୫ରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ: ବ୍ୟବହାର ହେବ ବାଲଟ ପେପର

ଶ୍ରୀନଗର,୧୩।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ କରାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୋଜନା କରିଛନ୍ତି। ଗୁରୁବାର ଜମ୍ମୁ-କଶ୍ମୀର ପ୍ରଶାସନ...

ହୋମ୍‌ ଆଇସୋଲେଶନରେ ଥିବା ବ୍ୟକ୍ତିଙ୍କ ଆତ୍ମହତ୍ୟା

ଦମତାରି,୩୧।୩: କରୋନା ଭାଇରସ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି। ତେବେ ଛତିଶଗଡ଼ ଦମତାରି ତାଗାପାଣି ଅଞ୍ଚଳର ଜରେ ୩୫ ବର୍ଷୀୟ ଯୁବକ ହୋମ୍‌...

ଟ୍ରମ୍ପ୍‌ଙ୍କ ଗସ୍ତ ପାଇଁ ସରକାର କେତେ କରୁଛନ୍ତି ଖର୍ଚ୍ଚ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କେତେ ଖର୍ଚ୍ଚ କରୁଛନ୍ତି ସେ ନେଇ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ...

Leave a comment

Your email address will not be published. Required fields are marked *