ଏମ୍‌ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌ରେ ଅକ୍ଷୟ

ମୁମ୍ବାଇ:୨୦୧୯ ଡିସେମ୍ବରରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ସୁପରହିଟ ହେବା ପରେ ଖିଲାଡି ବୟ ଅକ୍ଷୟ କୁମାର ନିଜର ଆଗାମୀ ପ୍ରୋଜେକ୍ଟ ‘ସୂର୍ଯ୍ୟବଂଶୀ’ ପାଇଁ ଏବେ ବ୍ୟସ୍ତ ଅଛନ୍ତି। ୨୦୨୧ପର୍ଯ୍ୟନ୍ତ ଅକ୍ଷୟଙ୍କ ପାଖରେ ବହୁ ପ୍ରୋଜେକ୍ଟ ରହିଥିବା ଜଣାପଡ଼ିଛି। ଇତିମଧ୍ୟରେ ଆଉ ଏକ ଫିଲ୍ମର ନାମ ସାମ୍ନାକୁ ଆସିଛି। ଅଲ୍‌ ଇଣ୍ଡିଆ ଆଣ୍ଟି ଟେରୋରିଷ୍ଟ ଫ୍ରଣ୍ଟ (ଏଆଇଏଟିଏଫ୍‌)ର ଅଧ୍ୟକ୍ଷ ମନିନ୍ଦର ସିଂହ ବିଟ୍ଟାଙ୍କ ଜୀବନି ଉପରେ ତିଆରି ହେବାକୁ ଯାଉଥିବା ବାୟୋପିକ୍‌ରେ ଅକ୍ଷୟ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ଏନେଇ ଘୋଷଣା କରିଛି। ଏହି ଫିଲ୍ମ ପାଇଁ ପ୍ରଯୋଜକ ପ୍ରଥମେ ଅକ୍ଷୟଙ୍କୁ ଆପ୍ରୋଚ୍‌ କରିଥିବା ବେଳେ ତାଙ୍କୁ ମଧ୍ୟ ଏହି ସ୍କ୍ରିପ୍ଟ ବେଶ୍‌ ପସନ୍ଦ ଆସିଛି। ଫିଲ୍ମ ପାଇଁ ଏପର୍ଯ୍ୟନ୍ତ ଅକ୍ଷୟ ହଁ କହି ନ ଥିବା ବେଳେ ଏଥିପାଇଁ ପ୍ରକ୍ରିୟା ଜାରି ରହିଛି। ଖୁବ୍‌ଶୀଘ୍ର ଅକ୍ଷୟ ଓ ବିଟ୍ଟାଙ୍କ ମଧ୍ୟରେ ସାକ୍ଷାତକାର ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି।


All Right Reserved By Dharitri.Com

ନୂଆବର୍ଷ ଛୁଟି ମନାଇବାକୁ ବାହାରିଲେ ଆଲିଆ-ରଣବୀର, ଏୟାରପୋର୍ଟରେ ସ୍ପଟ୍‌

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ରିଲେସନଶିପ୍‌କୁ ନେଇ ବେଶ୍‌ କିଛିଦିନ ଧରି ବଲିଉଡ୍‌ରେ ଚର୍ଚ୍ଚା ହୋଇଆସୁଛି। ଆଉ ଏ କଥା ବି...

ଶାହାରୁଖଙ୍କ ଗୋଟିଏ ଝଲକ୍‌ ପାଇବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ରାଜକୁମାର

ମୁମ୍ବାଇ: ଏବେ ବଲିଉଡ୍‌ର ଆଗଧାଡିର କଳାକାର ତାଲିକାରେ ରାଜକୁମାର ରାଓଙ୍କ ନାଁ ଥିବା ବେଳେ ସେ ଦର୍ଶକଙ୍କୁ କିଛି ହିଟ୍‌ ଫିଲ୍ମ ମଧ୍ୟ ଭେଟି ଦେଇଛନ୍ତି।...

କପିଲ ଶର୍ମାଙ୍କ ଘରେ ଲାଗିଲା ନିଆଁ

ମୁମ୍ବାଇ,୧୯।୭: କମେଡି କିଙ୍ଗ କପିଲ ଶର୍ମାଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ଯାଇଥିବା ଖବର ମିଳିଛି। ଏଥିରେ କେହି ମୃତାହତ ହୋଇ...

୬୩ ବର୍ଷରେ ରତ୍ନା ପାଠକ: ଜୁସ୍‌ ଦୋକାନରୁ ନସିରୁଦ୍ଦିନ୍‌ଙ୍କ ସହିତ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରତ୍ନା ପାଠକ ଶାହ ବୁଧବାର ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୭ ମାର୍ଚ୍ଚ ୧୮ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନିଜଠାରୁ...

ଫନୀକୁ ନେଇ ‘ଆଇ ଆମ୍‌ ଓଡ଼ିଶା’

୧୯୯୯ରୁ ୨୦୧୯ର ଯାତ୍ରା। ଏହାମଧ୍ୟରେ ଓଡ଼ିଶା ଦେଖିଛି ୫ରୁ ଅଧିକ ବାତ୍ୟା। ‘ମହାବାତ୍ୟା’ରୁ ଆରମ୍ଭକରି ‘ଫନୀ’ ପର୍ଯ୍ୟନ୍ତ। ୨୦ ବର୍ଷ ମଧ୍ୟରେ ମହାବାତ୍ୟା ଓ ଏହାର...

ଆଥିୟାଙ୍କୁ ଡେଟ୍‌ କରୁଛନ୍ତି କେଏଲ୍‌ ରାହୁଲ, ସମ୍ପର୍କ ହେଉଛିି ନିବିଡ଼ !

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ପୁଣି ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି।...

ପୁଣି ଓଜନ ବଢ଼ିବାକୁ ନେଇ ଚର୍ଚ୍ଚାରେ ଅଦନାନ୍‌

ବମ୍ବେ: ବଲିଉଡ୍‌ ଗାୟକ ଅଦନାନ୍‌ ସାମୀ ନିଜର ଗାୟନଶୈଳୀକୁ ନେଇ ଯେତିକି ଚର୍ଚ୍ଚିତ ହୋଇ ନ ଥାନ୍ତି, ତାଠାରୁ ଅଧିକ ହୋଇଥାନ୍ତି ନିଜର ଓଜନକୁ ନେଇ।...

‘ନାଗିନ୍‌-୪’ ଛାଡ଼ିଲେ ଜାସ୍ମିନ

ବମ୍ବେ: ଟେଲି ଜଗତର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ୍‌-୪’ ଅନ୍ୟତମ। ଏବେ ପ୍ରସାରିତ ହେଉଛି ଏହାର ଚତୁର୍ଥ ସିଜନ୍‌। ଶୋ’ରେ ବିଭିନ୍ନ ଭୂମିକାରେ ନିୟା ଶର୍ମା,...

Leave a comment

Your email address will not be published. Required fields are marked *