ଚଙ୍କି ପାଣ୍ଡେ କରିପାରି ନ ଥିବା କାମ କରି ଦେଖାଇଲେ ଝିଅ ଅନନ୍ୟା

ଅଭିନୟ କ୍ୟାରିୟରରେ ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେ ଯେଉଁ କାମ କରିପାରି ନାହାନ୍ତି ତାହା ତାଙ୍କ ଝିଅ ଅନନ୍ୟା କରି ଦେଖାଇଛନ୍ତି। ଏ କଥା ନିଜେ ଚଙ୍କି କହିଛନ୍ତି। ପ୍ରକୃତ କଥାଟା ହେଲା ଏହି ନିକଟରେ ଫିଲ୍ମ ଫେୟାର ଆଓ୍ବାର୍ଡ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନେକ ବଡ଼ କଳାକାରଙ୍କ ସମେତ ବହୁ ନୂଆ କଳାକାରଙ୍କୁ ପୁରସ୍କୃତ କରାଯାଇଛି। ଏଥିରେ ୨ଟି ସିନେମାରେ ଅଭିନୟ କରିସାରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାମ ସାମିଲ ରହିଛି। ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା (ମହିଳା) ରୂପେ ପୁରସ୍କୃତ କରାଯାଇଛି। ଝିଅକୁ ଏହି ଆଓ୍ବାର୍ଡ ମିଳିବା ପରେ ବାପା ଚଙ୍କି ବହୁତ ଖୁସି ଅଛନ୍ତି। ସେ କହିଛନ୍ତି, ଅନେକ ବର୍ଷ ହେବ ମୁଁ ବଲିଉଡ୍‌ରେ କାମ କରିଛି। ଏବେ ମଧ୍ୟ ଅଭିନୟ କରୁଛି। ଲମ୍ବା କ୍ୟାରିୟରରେ ମୋତେ କେବେହେଲେ ଏହି ଆଓ୍ବାର୍ଡ ମିଳିନାହିଁ। ଆହୁରି ମଧ୍ୟ ସେ କହିଛନ୍ତି, ୩୪ ବର୍ଷର ଅଭିନୟ କ୍ୟାରିୟରରେ ତେଜାବ, ଆଖେଁ, ହାଉସଫୁଲ, ଅପ୍‌ନା ସପ୍‌ନା ମନି ମନି ଆଦି ସିନେମା ପାଇଁ ୪ ଥର ଫିଲ୍ମ ଫେୟାର ଆଓ୍ବାର୍ଡ ନିମନ୍ତେ ତାଙ୍କୁ ମନୋନୀତ କରାଯାଇଛି। ମାତ୍ର ସେ କେବେହେଲେ ଏହି ପୁରସ୍କାର ପାଇ ନାହାନ୍ତି। ଝିଅ ଏହି ପୁରସ୍କାର ପାଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି। ଏହା ତାଙ୍କୁ ବିଶ୍ୱାସ ହେଉ ନ ଥିବା ମଧ୍ୟ ସେ କୁହନ୍ତି।


All Right Reserved By Dharitri.Com

କାରଗିଲ ବିଜୟ ଦିବସ ପାଇଁ ପୁଣି ଥରେ ରିଲଜ୍‌ ହେବ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’

ମୁମ୍ବାଇ: କାରଗିଲ ବିଜୟ ଦିବସ ଅର୍ଥାତ୍‌ ୨୬ ଜୁଲାଇରେ ମହାରାଷ୍ଟ୍ରରେ ରିଲିଜ୍‌ ହେବ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’। ଏଥିରେ ମୁଖ୍ୟ ଭୂମିକାରେ ବିବେକ କୌଶଲ...

ଦେଶର ସମସ୍ତ ମହିଳାଙ୍କୁ କଙ୍ଗନା ସମର୍ପଣ କଲେ ପଦ୍ମଶ୍ରୀ

ଭାରତ ସରକାର ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଥିଲେ। ଯେଉଁଥିରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୪ ଜଣଙ୍କ ନାମ ଥିଲା। କଙ୍ଗନା ରାଣାଓ୍ବତ୍‌, କରନ୍‌...

ଦିବ୍ୟାଙ୍କା କହିଲେ ମୋ’ ଭାଇ କରୋନା ସଂକ୍ରମିତ ନୁହନ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ଭୋପାଳସ୍ଥିତ ଘର ବାହାରେ ‘କୋଭିଡ୍‌-୧୯ ଡୁ ନଟ୍‌ ଭିଜିଟ୍‌’ ନୋଟିସ୍‌ ଲଗାଯାଇଛି। କାରଣ ତାଙ୍କ ଭାଇ ଐଶ୍ୱର୍ଯ୍ୟ ତ୍ରିପାଠୀ...

ଶାହାରୁଖ୍‌ଙ୍କୁ ସାନିଟାଇଜର ଦେଇ କରୋନା ସଚେତନତା ବାର୍ତ୍ତା ଦେଲେ କାଜଲ

କରୋନା ଭାଇରସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷିତ କରାଯାଇଛି। ଏହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ଖେଳିଯାଇଛି। ଏ ନେଇ ସରକାର ଲୋକଙ୍କୁ...

ବାପିଙ୍କ ନୂଆ ଅବତାର

ବାପି ପଣ୍ଡା। ଜଲିଉଡ୍‌ର ଏହି ଅନ୍ୟତମ ଲୋକପ୍ରିୟ ଅଭିନେତାଙ୍କୁ ଆସନ୍ତା ଯାତ୍ରା ସିଜନରେ ଏକ ନୂଆ ଗେଟଅପରେ ଦେଖିବାକୁ ମିଳିବ। ଏପରି ଭୂମିକାକୁ କିପରି ଶତ...

ଅର୍‌ମାନଙ୍କ ରିସେପ୍‌ସନ ପାର୍ଟିରେ ମଲାଇକା, ଅର୍ଜୁନ

କରିନା- କରିସ୍ମାଙ୍କ ସମ୍ପର୍କୀୟ ଭାଇ ଅରମାନ ଜୈନଙ୍କ ରିସେପ୍‌ସନ ପାର୍ଟିରେ ବହୁ ନାମୀଦାମୀ ଅତିଥି ଯୋଗ ଦେଇଥିଲେ। ମାତ୍ର ପାର୍ଟିରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ...

ପ୍ରଥମ ଜନ୍ମଦିନରେ କେମିତି ଦେଖାଯାଉଥିଲେ ବଲିଉଡ୍‌ର ଏହି ଅଭିନେତ୍ରୀ

ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍‌ ଆକ୍ଟ୍ରେସ୍‌ ୟାମି ଗୌତମଙ୍କର ଏକ ଫଟୋ ଏବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହେବାରେ ଲାଗିଛି।...

ସଫଳତା ପରେ ଏତେ ବଦଳିଗଲେଣି ହିମେଶ

ମୁମ୍ବାଇ: ‘ଆଶିକ୍‌ ବନାୟା’, ‘ଆପ୍‌କା ସୁରୁର’, ‘ଅକ୍ସର’ ପରି ହିଟ୍‌ ଗୀତ ଦେଇ ରାତାରାତି ସିଙ୍ଗିଙ୍ଗ୍‌ ସେନ୍‌ସେଶନ ପାଲଟିଥିଲେ ହିମେଶ ରେଶମିୟା। ସେ ସର୍ବଦା ନୂତନ...

Leave a comment

Your email address will not be published. Required fields are marked *