କରିନାଙ୍କୁ ଡେଟ୍‌ କରିବା ସମୟରେ ରାଣୀ ଦେଇଥିଲେ କିଛି ଉପଦେଶ: ଶୈଫ

ମୁମ୍ବାଇ: ବଲିଉଡ୍‌ର ଆଇଡିଆଲ୍‌ କପୁଲ ଭାବେ ବେଶ୍‌ ଜଣାଶୁଣା କରିନା କପୁର ଖାଁ ଓ ଶୈଫ ଅଲ୍ଲି ଖାଁ। ଏମାନଙ୍କ ଯୋଡିକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ। ନିକଟରେ ନିଜର ରିଲେଶନକୁ ନେଇ ଖୋଲା ଖୋଲି କଥା ହୋଇଛନ୍ତି ଶୈଫ। କରିନାଙ୍କ ରେଡିଓ ଶୋ’ ସିଜନ -୨ରେ ଶୈଫ କରିନାଙ୍କ ସହ କରିଥିବା ଡେଟିଂକୁ ନେଇ କଥା ହୋଇଛନ୍ତି। ଶୈଫ କହିଛନ୍ତି ଯେତେବେଳେ ସେ କରିନାଙ୍କୁ ଡେଟିଂ କରୁଥିଲେ ସେତେବେଳେ ବଲିଉଡ୍‌ର ନାୟିକା ରାଣୀ ମୁଖାର୍ଜୀ ତାଙ୍କୁ କହିଥିଲେ କେବେବି ତୁମେ ଦୁହେଁ କେହି କାହାଠାରୁ କମ୍‌ ବୋଲି ଭାବିବ ନାହିଁ। ଏହାପରେ ଶୈଫ ତାଙ୍କ ମାତାପିତାଙ୍କ ସମ୍ପର୍କକୁ ନେଇ କଥା ହୋଇଥିଲେ। ସେ କହିଥିଲେ ତାଙ୍କ ମା’ ଶର୍ମିଳା ଟାଗୋର ଓ ପିତା ମନସୁର ଅଲ୍ଲି ଖାଁ ପଟୌଦିଙ୍କ ସମ୍ପର୍କ ପରେ ଏବେ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଯୋଡି ତାଙ୍କୁ ବେଶ୍‌ ପସନ୍ଦ ଆସେ। ଏମାନେ ତାଙ୍କ ମାତାପିତାଙ୍କ ଭଳି ଜଣେ କ୍ରିକେଟର ହୋଇଥିବା ବେଳେ ଅନ୍ୟଜଣେ କଳାକାର ଆଉ ଏମାନଙ୍କ ଯୋଡି ମଧ୍ୟ ଖୁବ୍‌ ଭଲ। ଶୈଫ କୁହନ୍ତି ତାଙ୍କ ମାତାପିତା ଅଲଗା ଅଲଗା ପ୍ରଫେଶନର ହୋଇ ମଧ୍ୟ ଜଣଙ୍କ ପାଇଁ କେତେବେଳେ ଅନ୍ୟ ଜଣଙ୍କ କାମରେ ବାଧା ସୃଷ୍ଟି ହେବା ସେ କେବେ ଦେଖି ନାହାନ୍ତି।


All Right Reserved By Dharitri.Com

ଶେଷରେ ବୁଝିଲେ

ସିନେମାଟିଏ ସାଇନ୍‌ କରିବା ପୂର୍ବରୁ ଶାହରୁଖ ଜୋକ୍‌ କରିବାକୁ ପସନ୍ଦ କରିଥାଆନ୍ତି। ଭାରତୀୟ ହକି ଟିମ୍‌ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଚକ୍‌ ଦେ ଇଣ୍ଡିଆ’ର କୋଚ୍‌...

ଶେହନାଜଙ୍କ ସ୍ବୟଂମ୍ବର ଦେଖି ରାକ୍ଷୀଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବିଗ୍‌ ବସ ୧୩ ପରେ ଶେହନାଜ ଗିଲ୍‌ଙ୍କ ସ୍ବୟଂମ୍ବର ‘ମୁଝ୍‌ସେ ଶାଦୀ କରୋଗୀ’ ଆରମ୍ଭ ହୋଇଯାଇଛି। ଯେଉଁଥିରେ ପାରସ୍‌ ଛାବ୍‌ଡ଼ା ଏବଂ ଶେହନାଜଙ୍କୁ ବରକନ୍ୟା...

ନିଜ ବିବାହକୁ ନେଇ ରାଜ୍‌ ଖୋଲିଲେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ଗତ ବର୍ଷ ଡିସେମ୍ବରରେ ପ୍ରେମିକା ଗିନ୍ନୀ ଚତରଥଙ୍କୁ ବିବାହ କରିଥିଲେ। ଏହି ବିବାହକୁ ନେଇ ସେହି ସମୟରେ ଖୁବ୍‌ ଧମାଲ...

ଫର୍‌ହାନଙ୍କ ଠେଲାରୁ ଗୁପ୍‌ଚୁପ୍‌ ଖାଇଲେ ପ୍ରିୟଙ୍କା !

ମୁମ୍ବାଇ: ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ନିଜର ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରମୋଶନରେ ବ୍ୟସ୍ତ। ଚଳିତ...

ଆଙ୍କରିଂ ଯାହାର ନିଶା

ସତେ ଯେମିତି ଆଙ୍କରିଂ ତାଙ୍କ ନିଶା ପାଲଟି ଯାଇଛି। ଜଣେ ଓଡ଼ିଆ ଝିଅ ଭାବରେ ସେ କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିବାରେ...

କରୋନା ପାଇଁ ୭୩ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ସ୍ଥଗିତ

ମୁମ୍ବାଇ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍‌ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି ସୃଷ୍ଟି କରିଦେଇଛି। କରୋନା ଯୋଗୁ ସାଧାରଣ ଜୀବନଠାରୁ...

ଖୁବ୍‌ଶୀଘ୍ର ବଡ଼ ପରଦାକୁ ଫେରିବେ ବଲିଉଡ୍‌ ବାଦଶାହ

ମୁମ୍ବାଇ:ଗତ କିଛି ଦିନରୁ ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିପାରିନାହିଁ। ୨୦୧୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜିରୋ’ ମଧ୍ୟ...

ପ୍ରେମ ବିବାହ ପରେ ବି ସଚିନ୍‌ଙ୍କୁ ଭଲ ପାଉ ନ ଥିଲେ ଜୁହି ପରମାର

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍‌ ଶ୍ରଫ୍‌ଙ୍କ ୪୦ ତମ ଜନ୍ମଦିନ ମଙ୍ଗଳବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଲଭ୍‌...

Leave a comment

Your email address will not be published. Required fields are marked *