Posted inଜାତୀୟ

୧୪ ବର୍ଷ ପରେ ବାବୁଲାଲଙ୍କ ଘର ବାହୁଡ଼ା: ଭାଜପାରେ ଜେଭିଏମ୍‌ର ବିଲୟ

ରାଞ୍ଚି,୧୭।୨: ଝାଡ଼ଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଦୀର୍ଘ ୧୪ ବର୍ଷ ପରେ ପୁଣି ଘର ବାହୁଡ଼ିଛନ୍ତି। ୨୦୦୬ରେ ସେ ଭାଜପାଠାରୁ ଅଲଗା ହୋଇ ନୂଆ ରାଜନୈତିକ ଦଳ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା(ଜେଭିଏମ୍‌) ଗଠନ କରିଥିଲେ। ୨୮ ମାସ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଡୋରି ଧରିବାପରେ ଦଳରେ ଲାଗି ରହିଥିବା କଳହ ଯୋଗୁ ବାବୁଲାଲ ଭାଜପା ଛାଡି ଏଭଳି କରିଥିଲେ। ତେବେ ନୂଆ ଦଳ ଗଠନ ପରେ ମଧ୍ୟ କୌଣସି ସଫଳତା ନ ମିଳିବାରୁ ସେ ଭାଜପାକୁ ଫେରିଆସିଛନ୍ତି। ଏହା ଦ୍ୱାରା ଭାଜପାରେ ଜେଭିଏମ୍‌ର ବିଲୟ ଘଟିଛି। ରାଞ୍ଚିରେ ଭାଜପା ପକ୍ଷରୁ ଆୟୋଜିତ ଏକ ମେଗା ଶୋରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ଉପାଧ୍ୟକ୍ଷ ଏମ୍‌ ମାଥୁରଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି।


All Right Reserved By Dharitri.Com

ଗୁଜରାଟ କେମିକାଲ ଷ୍ଟୋରେଜ୍‌ ଟ୍ୟାଙ୍କରରେ ବିସ୍ଫୋରଣ

ଗାନ୍ଧୀନଗର, ୩୦।୧୨: ଗୁଜରାଟରେ ଏକ କେମିକାଲ ଷ୍ଟୋରେଜ୍‌ ଟ୍ୟାଙ୍କର ଗୋଦାମରେ ସୋମବାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ କାଣ୍ଡଲା ବନ୍ଦର ଓ ଇଣ୍ଡିଆନ ଅଏଲ୍‌ ରିଫାଇନେରି...

ଲାଞ୍ଚ ନ ମିଳିବାରୁ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ହେଲା ୧୦୪ ବର୍ଷ

ବରେଲୀ,୨୧।୧: ଲାଞ୍ଚ ନ ମିଳିବାରୁ ଜଣେ ୪ ବର୍ଷ ଶିଶୁଙ୍କ ବୟସ ଜନ୍ମ ପ୍ରମାଣ ପତ୍ରରେ ୧୦୪ ବର୍ଷ କରାଯାଇଛି। ଉତ୍ତରପ୍ରଦେଶ ବରେଲୀର ଏକ ଅଦାଲତ...

ବି.ଆର୍‌. ଆମ୍ବଡେକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୧୨: ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବଡେକରଙ୍କ ଶୁକ୍ରବାର ୬୩ତମ ପୁଣ୍ୟତିଥି ପାଳନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ଓ...

ଅରୁଣ ଜେଟଲୀ: ଛାତ୍ରନେତାରୁ ଅର୍ଥମନ୍ତ୍ରୀ; ୪୫ ବର୍ଷର ରାଜନୈତିକ ଜୀବନ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଶନିବାର ପରଲୋକ ହୋଇଛି। ୧୯୫୨ ଡିସେମ୍ବର ୨୮ରେ ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରତ୍ନପ୍ରଭା ଏବଂ...

ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୨:ବଲିଉଡର ପ୍ରଖ୍ୟାତ ଅଭିନେତା ଶ୍ରୀରାମ ଲାଗୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ପୁନେସ୍ଥିତ...

ସ୍କୁଲରେ ପଶିଲା ପାଣି ରାସ୍ତାକଡରେ ପାଠପଢିଲେ ପିଲା

ପାଟନା,୨୦।୯: ବିହାରର ରାଜଧାନୀ ପାଟନାର ଏକ ସରକାରୀ ସ୍କୁଲରେ ପାଣି ପଶିଯିବାରୁ ପିଲାମାନଙ୍କର ପାଠ ପଢାରେ ନାନା ଅସୁବିଧା ଦେଖାଯାଇଛି। ଏମିତିକି ପିଲାମାନେ ରାସ୍ତା କଡରେ...

ଅନନ୍ତନାଗରେ ପିଡିପି ନେତାଙ୍କ ପିଏସ୍‌ଓଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୧୯।୭: ଦକ୍ଷିଣ କଶ୍ମୀର ଅନନ୍ତନାଗ ଜିଲାର ବିଜବେହରା ଅଞ୍ଚଳରେ ଶୁକ୍ରବାର ସଜ୍ଜାଦ ମୁଫତିଙ୍କ ପିଏସ୍‌ଓଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପିପୁଲ୍ସ୍‌ ଡେମୋକ୍ରେଟିକ୍‌ ପାର୍ଟି (ପିଡିପି)ର...

ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ପ୍ରୟାଗରାଜ,୧୬।୭: ଗୁରୁପୂର୍ଣ୍ଣିମା ଅବସରରେ ମଙ୍ଗଳବାର ସକାଳୁ ଲକ୍ଷାଧିକ ଭକ୍ତ ‘ତ୍ରିବେଣୀ ସଙ୍ଗମ’ରେ ବୁଡ଼ ପକାଇ ପୂଜାର୍ଚ୍ଚନା କରିଛନ୍ତି। ଏହିଦିନ ‘ତ୍ରିବେଣୀ ସଙ୍ଗମ’ରେ ବୁଡ ପକାଇଲେ ପୂର୍ଣ୍ଣ୍ୟ...

Leave a comment

Your email address will not be published. Required fields are marked *