ଯୁଦ୍ଧ ବିମାନ ଉଡାଇବେ କଙ୍ଗନା!

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରନାଓ୍ବତ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନମୋହିଥାନ୍ତି। ଏବେ ପୁଣି ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। କଙ୍ଗନାଙ୍କ ଅପ୍‌ କମିଂ ଫିଲ୍ମ ‘ତେଜସ୍‌’ରେ ସେ ଏୟାରଫୋର୍ସ ପାଇଲଟ୍‌ ଚରିତ୍ରରେ ନଜର ଆସିବେ। ସୋମବାର ଫିଲ୍ମର ପୋଷ୍ଟର ସହ କଙ୍ଗନାଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। କଙ୍ଗନା ସୋସିଆଲ ମିଡିଆରେ ଏନେଇ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ କଙ୍ଗନା ସେନା ପୋଷାକରେ ତେଜସ୍‌ ପାଖରେ ଠିଆହୋଇଥିବା ଦେଖିବାକୁ ମିଳିଛି। ଏଥିରେ ପାଇଲଟ୍‌ ଗେଟ୍‌ଅପ୍‌ରେ କଙ୍ଗନା ବେଶ୍‌ ସୁନ୍ଦର ଦେଖାଯାଉଥିବା ବେଳେ ତାଙ୍କର ଏହି ଅବତାରକୁ ପ୍ରଂଶସକ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ସର୍ବେଶ ମଓ୍ବୋଡା ତୁଲାଇଥିବା ବେଳେ ପ୍ରଯୋଜନା କରିଛନ୍ତି ରୋନି ସ୍କ୍ରୁଓ୍ବାଲା। ଏହାର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ଚରିତ୍ର ତାଙ୍କ ପାଇଁ ବହୁ ଚ୍ୟାଲେଞ୍ଜିଂ ରହିବ। ଏଥିପାଇଁ ସେ ପ୍ରୋଫେସନାଲ୍‌ ଟ୍ରେନରଠାରୁ ଟ୍ରେନିଂ ନେଉଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ‘ପଙ୍ଗା’ ଫିଲ୍ମରେ ମଧ୍ୟ ଏକ ଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଅପରପକ୍ଷେ ଜୁନ୍‌ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ଥଲାଇବି’ରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିବ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମରେ ସେ ମୁଖ୍ୟମନ୍ତ୍ରୀ ଚରିତ୍ରରେ ନଜର ଆସିବେ।


All Right Reserved By Dharitri.Com

ପ୍ରିନ୍‌ସେସ୍‌ ଲୁକ୍‌ରେ ନୀଳନୟନା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଇଟାଲୀର ରୋମ ସହରରେ। ତାଙ୍କ ସହିତ ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟା ମଧ୍ୟ ଅଛନ୍ତି। ଦୁଇଦିନ...

ଅଭିନେତ୍ରୀଙ୍କୁ ୬ ମାସ ଜେଲଦଣ୍ଡ

ମୁମ୍ବାଇ,୨୩ା୭(ପି.ଟି.): ଏକ ଚେକ୍‌ ବାଉନ୍ସ ମାମଲାରେ ଅଭିନେତ୍ରୀ କୋଏନା ମିତ୍ରଙ୍କୁ ମୁମ୍ବାଇର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ଜେଲ୍‌ ଦଣ୍ଡାଦେଶ...

ଭାରତର ବିଜୟକୁ ନେଇ କ’ଣ ବୁଝିଲେ ତୈମୁର

ଲଣ୍ଡନ,୧୭।୬: ସୈଫ ଅଲ୍ଲି ଖାଁ ଓ କରୀନା କପୁର ଖାଁଙ୍କ ଲାଡ୍‌ଲା ତୈମୁର ଅଲ୍ଲି ଖାଁ ଇଣ୍ଟରନେଟରେ ଏବେ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋସିଆଲ ମିଡିଆରେ...

କୃତିଙ୍କ ତୁଳନା ନାହିଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କୃତି ଖରବନ୍ଦା ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ଗତ କିଛିଦିନ ତଳେ ସେ ତାଙ୍କ ବୟଫ୍ରେଣ୍ଡ ପୁଲକିତ ସମ୍ରାଟଙ୍କ...

‘ମିଶନ ମଙ୍ଗଲ’ ତୃତୀୟ ଦିନରେ ଆୟକଲା ୫୦ କୋଟି

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ଏଥର ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଥିଲା। ସ୍ବାଧୀନତା ଦିବସରେ ରିଲିଜ୍‌ ହୋଇଥିବା...

ଗୁଆହାଟୀ ଫିଲ୍ମ ଫେଷ୍ଟିଭାଲରେ ‘ଅନ୍ତର୍ଧ୍ୱନୀ’

ଶାନ୍ତନୁ ଏବଂ ଶାଲିନୀ ଦୁଇ ଜଣ ସାଙ୍ଗ। ଦିନେ ହଠାତ୍‌ ଶାଲିନୀ ଅନ୍ତର୍ଦ୍ଧାନ ହୋଇଯାଉଛି। ତାକୁ କିପରି ଠାବ କରିବ ସେଥିପାଇଁ ଶାନ୍ତନୁ ନିଜ ଜୀବନକୁ...

ବ୍ରହ୍ମାସ୍ତ୍ରର ଶୁଟିଂ ପାଇଁ ମନାଲି ପହଞ୍ଚିଲେ ଆଲିଆ-ରଣବୀର

ମୁମ୍ବାଇ: ବି-ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି।...

‘ପାନିପଥ୍‌’ର ବିବାଦୀୟ ସିନ୍‌ ହଟିଲା

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଥିବା ଐତିହାସିକ ଫିଲ୍ମ ‘ପାନିପଥ’କୁ ନେଇ ଉଠିଛି ବିବାଦ। ବିବାଦକୁ ଦୃଷ୍ଟିରେ ରଖି ଫିଲ୍ମର ବିବାଦୀତ ସିନ୍‌କୁ ଡିଲିଟ୍‌ କରିଦିଆଯାଇଛି। ଚଳଚ୍ଚିତ୍ରରେ...

Leave a comment

Your email address will not be published. Required fields are marked *