Posted inଜାତୀୟ

ସାରା ଦେଶ ହେଉ ମଦମୁକ୍ତ: ନୀତୀଶ

ପାଟନା,୧୭।୨: ବିହାର ପରେ ଏବେ ସାରା ଦେଶକୁ ମଦ ମୁକ୍ତ କରିବାକୁ ଚାହୁଁଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଗୋଟିଏ ପଟେ ମଦମୁକ୍ତକୁ ବିରୋଧୀ ଅସଫଳ କହିବା ସହ ଜନମତ ସଂଗ୍ରହ କରୁଥିବା ବେଳେ ଅନ୍ୟପଟେ ନୀତୀଶ କିନ୍ତୁ ଏହାକୁ ବିହାରର ରୋଲ ମଡେଲ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରବିବାର ନୂଆଦିଲ୍ଲୀରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଦ୍ୱାରା ଆୟୋଜିତ ହୋଇଥିବା ‘ମଦ ମୁକ୍ତ ଭାରତ’ ରାଷ୍ଟ୍ରୀୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନୀତୀଶ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ରାଜ୍ୟର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ। ସେଠାରେ ସେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, କେବଳ ଆଖପାଖ ରାଜ୍ୟରେ ନୁହେଁ ବରଂ ସାରା ଦେଶ ମଦମୁକ୍ତ ହେବା ଦରକାର। ଆଉ ଏହା ମହାତ୍ମା ଗାନ୍ଧୀଙ୍କର ମଧ୍ୟ ଇଛା ରହିଥିଲା। କାରଣ ମଦ ଜୀବନକୁ ନଷ୍ଟ କରିଥାଏ। ତେବେ ସମ୍ପୂର୍ଣ୍ଣ ମଦମୁକ୍ତ ଦ୍ୱାରା ସମାଜକୁ ଅଧିକ ସଶକ୍ତ, ସୁସ୍ଥ ଓ ସଂଯମ କରାଯାଇପାରିବ। ଯାହାର ପ୍ରଭାବ ବିହାରର ପ୍ରଗତିରେ ଦେଖିବାକୁ ମିଳିଛି ବୋଲି ନୀତିଶ କହିଛନ୍ତି।


All Right Reserved By Dharitri.Com

କମଲନାଥଙ୍କ ୬ମନ୍ତ୍ରୀଙ୍କୁ ବହିଷ୍କାର କଲେ ରାଜ୍ୟପାଳ

ଭୋପାଳ,୧୩।୩: ମଧ୍ୟପ୍ରଦେଶରେ ପୁଣି ଥରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ ଶୁକ୍ରବାର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସୁପାରିସରେ ମନ୍ତ୍ରିମଣ୍ଡଳର ୬ଜଣ ସଦସ୍ୟଙ୍କୁ...

ଲକ୍‌ ଡାଉନ୍‌ରେ ଘରୁ ବାହାରୁଥିବା ଲୋକଙ୍କ ଗୋଡ଼କୁ ପୋଲିସ ଗୁଳି କରିବା ଆବଶ୍ୟକ: ଭାଜପା ବିଧାୟକ

ଗାଜିଆବାଦ୍‌,୨୬।୩: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ଭାଜପା ସଦସ୍ୟ ନନ୍ଦକିଶୋର ଗୁର୍ଜର...

ବିଧାୟକଙ୍କ ନାଁରେ ହତ୍ୟା ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୧ା୮(ପି.ଟି.): ଉନ୍ନାଓ ବଳାତ୍କାର ପୀଡିତାଙ୍କ ଗାଡ଼ି ଦୁର୍ଘଟଣାକୁ ନେଇ ସିବିଆଇ ଭାଜପା ବିଧାୟକ କୁଲ୍‌ଦୀପ ସିଂ ସେନ୍‌ଗାର ଓ ଜଣେ ମନ୍ତ୍ରୀଙ୍କ ସମ୍ପର୍କୀୟ ସମେତ ୧୦...

ବ୍ୟାଙ୍କ ବୁଡିଗଲେ ବି ମିଳିବ ୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧।୨: ଚଳିତ ବଜେଟରେ ବ୍ୟାଙ୍କ ଜମାକୁ ନେଇ ସରକାର ବଡ ଘୋଷଣା କରିଛନ୍ତି। ବ୍ୟାଙ୍କ ବୁଡିଗଲେ ବି ଗ୍ରାହକଙ୍କର ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସୁରକ୍ଷିତ...

ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ଯୋଗୀ

ଲକ୍ଷ୍ନୌ,୨୦।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କର ସୋମବାର ୮୯ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦିଲ୍ଲୀର ଅଲ୍‌ ଇଣ୍ଡିଆ...

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୭ା୫ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର କାରଣ ସାଜିଥିବା ଚାଇନାକୁ ଅନ୍ତର୍ଜାତୀୟ ସମୁଦାୟ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ନିଜ ପାପରୁ ଧ୍ୟାନ ହଟାଇବା...

ଭେଣ୍ଟିଲେଟରର ବିକଳ୍ପ ତିଆରି କଲେ ଭାରତୀୟ ଡାକ୍ତର: କରୋନା ସଂକ୍ରମିତଙ୍କ ଲାଗି ହେବ ଉପଯୋଗୀ

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ କେତେକ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥାଏ। ଗୁରୁତର କରୋନା ସଂକ୍ରମିତଙ୍କ ଲାଗି ଭେଣ୍ଟିଲେଟର ଗୁରୁତ୍ୱପୂର୍ଣ୍ଣ। ଏପରିସ୍ଥଳେ ଦେଶରେ ମାତ୍ର...

ଜୟପୁର ଗଲେ କଂଗ୍ରେସ ବିଧାୟକ

ଜୟପୁର,୧୨ା୩(ପି.ଟି.): ପୂର୍ବତନ ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ିବା ପରେ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଘୋଡ଼ାବେପାର ଏଡାଇବା ପାଇଁ ପାଖାପାଖି ୯୦ କଂଗ୍ରେସ ବିଧାୟକଙ୍କୁ...

Leave a comment

Your email address will not be published. Required fields are marked *