Posted inଜାତୀୟ

କାର୍ଯ୍ୟଭାର ସମ୍ଭାଳିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ରାମଲୀଲା ମଇଦାନରେ ରବିବାର ଶପଥ ଗ୍ରହଣ କରିବା ପରେ ଆମ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କେଜରିଓ୍ବାଲ ଲଗାତର ତୃତୀୟଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। କେଜରିଓ୍ବାଲଙ୍କ ଭଳି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ନିଜ କାର୍ଯ୍ୟଭାର ସମ୍ଭାଳିଛନ୍ତି। ସେହିପରି କେଜରିଓ୍ବାଲ ସରକାରରେ ମନ୍ତ୍ରୀ ଥିବା ସତ୍ରେନ୍ଦ୍ର ଜୈନ, ରାଜେନ୍ଦ୍ର ପାଲ ଗୌତମ ଓ ଇମ୍ରାନ ହୁସୈନ ମଧ୍ୟ ସୋମବାର କାର୍ଯ୍ୟଭାର ସମ୍ଭାଳିଥିବା ଜଣାପଡ଼ିଛି। ଆଉ କିଛି ସମୟ ପରେ ଦିଲ୍ଲୀରେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ମିଟିଂ ଆରମ୍ଭ ହେବ।


All Right Reserved By Dharitri.Com

ଗୁଗଲ ଦେଖାଉଛି ଆଶ୍ରୟସ୍ଥଳ

ନୂଆଦିଲ୍ଲୀ, ୭ା୪: କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ବହୁଗୁଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁଗଲ ସେମାନଙ୍କୁ...

ବାଜପେୟୀଙ୍କ କବିତା ମାଧ୍ୟମରେ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ମୋଦି

ନୂଆଦିଲ୍ଲୀ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି।ରବିବାର ରାତି ୯ଟା ୯ ମିନିଟରେ ସମସ୍ତେ ବିଜୁଳି ବତୀ ଲିଭାଇ ଦୀପ...

ଦିଲ୍ଲୀର ୩୧ ସରକାରୀ ସ୍କୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ହେବ ନାମିତ

ନୂଆଦିଲ୍ଲୀ, ୧୫।୭: ଦିଲ୍ଲୀ ମ୍ୟୁନିସପାଲିଟି ଦ୍ୱାରା ପରିଚାଳିତ ୩୧ଟି ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏହି...

ଏକ୍‌ଜିଟ୍‌ ପୋଲ୍‌ଠାରୁ ସମ୍ପୂର୍ଣ୍ଣ ଅଲଗା ହେବ ଫଳାଫଳ: କଂଗ୍ରେସ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇ ଗଲାଣି। ଏକ୍‌ଜିଟ୍‌ ପୋଲ୍‌ କହୁଛି ଏଥର ପୁଣିଥରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ...

ଶାହଙ୍କ ବିଧାନସଭା ମିଶନ: ହରିୟାଣା, ମହାରାଷ୍ଟ୍ର ଓ ଝାଡଖଣ୍ଡ ନେତାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ, ୯।୬: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧାନସଭା ମିଶନ ଯୋଜନା ପ୍ରସ୍ତୁତ କରିଛନ୍ତି। ଚଳିତ...

ସେନଗାର ମୋତେ ମାରିଦେବାକୁ ଚାହୁଁଥିଲେ:ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ, ୬।୯:ଉନ୍ନାଓ ବଳାତ୍କାର ପୀଡ଼ିତା ସଡ଼କ ଦୁର୍ଘଟଣା ପାଇଁ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ଦାୟୀ କରିଛନ୍ତି। ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ...

ଏନ୍‌ଡ଼ିଏ ଫାଟର ପ୍ରଭାବ ମହାରାଷ୍ଟ୍ରରୁ ଝାଡ଼ଖଣ୍ଡରେ ପହଞ୍ଚିଲା: ଏଲ୍‌ଜେପି ଏକା ନିର୍ବାଚନ ଲଢ଼ିବାକୁ ଘୋଷଣା କଲା

ରାଞ୍ଚି,୧୨।୧୧: ମହାରାଷ୍ଟ୍ରରେ ଏନ୍‌ଡ଼ିଏ ସହଯୋଗୀ ଶିବସେନା ଓ ଭାଜପା ମଧ୍ୟରେ ହୋଇଥିବା ଫାଟର ପ୍ରଭାବ ଏବେ ଝାଡ଼ଖଣ୍ଡରେ ପହଞ୍ଚିଛି। ଏଠାରେ ଏଲ୍‌ଜେପି ଏକା ନିର୍ବାଚନ ଲଢ଼ିବାକୁ...

ଏସିରେ କରୋନା ବ୍ୟାପିବାର ନାହିଁ ଆଶଙ୍କା: ସେଣ୍ଟ୍ରାଲ୍‌ ଏସିକୁ ସାବଧାନ !

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏବେ ଖରା ଦିନ ବି...

Leave a comment

Your email address will not be published. Required fields are marked *