ଚାଇନା ଡେଥ୍‌ ଚ୍ୟାମ୍ବରରେ ୬ କୋଟି ଲୋକ: ମୃତ୍ୟୁକୁ ଅପେକ୍ଷା !

ବେଜିଂ,୧୭।୨: କରୋନା ଭୁତାଣୁ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ହୁବେଇ ପ୍ରଦେଶରେ କରୋନା ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ପ୍ରଦେଶର ଅଧିକ ଲୋକଙ୍କ ସଂକ୍ରମଣରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୯୭ ପ୍ରତିଶତ ଲୋକ ହୁବେଇ ପ୍ରଦେଶର ରହିଛନ୍ତି। ଏହି ପ୍ରଦେଶର ବାସିନ୍ଦାଙ୍କ ଅନ୍ୟ ପ୍ରଦେଶକୁ ଯିବା ଆସିବା ଉପରେ କଡ଼ା କଟକଣା ଜାରି ହୋଇଛି। ଫଳରେ ଏହି ପ୍ରଦେଶ ଏବେ ଚାଇନାର ଡେଥ୍‌ ଚ୍ୟାମ୍ବର ପାଲଟିଛି। ପ୍ରଦେଶର ୬ କୋଟି ଲୋକ ଏବେ କରୋନା ସଂକ୍ରମଣ ଭୟରେ ଘରୁ ବାହାରିବା ବନ୍ଦ କରି ଦେଇଛନ୍ତି। ଏହି ପ୍ରଦେଶର ଉହାନ ସହରରେ କରୋନା ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ସରକାରଙ୍କ ପକ୍ଷରୁ କରୋନ ସଂକ୍ରମଣ ଉପରେ ନିୟନ୍ତ୍ରଣ ପାଇଁ ପ୍ରୟାସ କରାଯାଉଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନାହିଁ। ଫଳରେ ହୁବେଇର ଡେଥ୍‌ ଚ୍ୟାମ୍ବରରେ ଲୋକେ କେବଳ ମୃତ୍ୟୁକୁ ହିଁ ଅପେକ୍ଷା କରି ରହିଥିବା କୁହାଯାଉଛି।


All Right Reserved By Dharitri.Com

ସଫାରି ପାର୍କରେ ଡାଇନୋସରସ୍‌ ମେଳରେ ବୁଲିବେ ଲୋକେ !

ଇଡେନବର୍ଗ,୮।୩: ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଥିବା ଡାନୋସରସ୍‌ଙ୍କ ମେଳରେ ବୁଲିବା ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିବା ଏବେ ସମ୍ଭବ ହୋଇପାରିବ।...

ବିଶ୍ୱ ଆଣବିକ ପରୀକ୍ଷଣ ନିରୋଧୀ ଦିବସ

ଆଣବିକ ପରୀକ୍ଷଣ କରି ଏବେ ସବୁ ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହା ପୃଥିବୀ ପ୍ରତି କେତେ ଯେ ବିପଦପୂର୍ଣ୍ଣ ତାହା କେହି...

ଫଲ୍‌ ଅଫ୍‌ ବର୍ଲିନ ଓ୍ବାଲ: ୩୦ ବର୍ଷ ପୂର୍ବେ କାହିଁକି ଭଙ୍ଗା ଯାଇଥିଲା ବର୍ଲିନ ପ୍ରାଚୀର

ନୂଆଦିଲ୍ଲୀ,୯।୧୧: ଆଜିକୁ ଠିକ୍‌ ୩୦ ବର୍ଷ ପୂର୍ବେ ବର୍ଲିନ ପ୍ରାଚୀରକୁ ଭାଙ୍ଗି ଦିଆଯାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ଏହି ଆନ୍ଦୋଳନକୁ ୩୦ ବର୍ଷ ପୂରଣ...

ବିନା ଲକ୍‌ଡାଉନ୍‌ରେ ବି କରୋନାକୁ ପରାସ୍ତ କରିଛି ଭିଏତ୍‌ନାମ୍‌: କୌଣସି ସଂକ୍ରମିତଙ୍କ ହୋଇନି ମୃତ୍ୟୁ

ହନୋଇ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଆମେରିକାରେ...

ସାଇକେଲରେ ଅଫିସ ଗଲେ ମିଳେ ଅଧିକ ଟଙ୍କା

ନେଦରଲାଣ୍ଡସ୍‌ରେ ସାଇକେଲରେ ଯାତାୟାତକୁ ଦିଆଯାଉଛି ଗୁରୁତ୍ୱ। ପୁଣି ସେଠାରେ ଅଫିସକୁ ଯାଉଥିବା ବ୍ୟକ୍ତିଙ୍କୁ ମିଳେ ଅଲଗା ପ୍ରୋତ୍ସାହନ ରାଶି। ସେଥିପାଇଁ ଏଠାରେ ଅଧିକାଂଶ ଲୋକେ ସାଇକେଲରେ...

୧୨ କୋଟିରେ ବିକ୍ରି ହେବ ୬୬୦ ଏକର ପରିମିତ ଅଞ୍ଚଳରେ ଥିବା ନିର୍ଜନ ଦ୍ୱୀପ

ଏଡ଼ିନବରା, ୩୧।୭: ସ୍କଟ୍‌ଲାଣ୍ଡରେ ଥିବା ଏକ ନିର୍ଜନ ଦ୍ୱୀପ ୧୨ କୋଟି ଟଙ୍କାରେ ବିକ୍ରି ହେବ। ଏନେଇ ଘୋଷଣା ପ୍ରକାଶ ପାଇଛି। ଦ୍ୱୀପଟି ୬୬୦ ଏକର...

ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି...

କାତାରରେ ଏଫ୍‌-୨୨ ଯୁଦ୍ଧବିମାନ

ଓ୍ବାଶିଂଟନ,୩୦ା୬(ଏଏଫ୍‌ପି): ଇରାନ-ଆମେରିକା ବିବାଦ ବଢ଼ିବାରେ ଲାଗିଛି। ପ୍ରଥମ ଥର ଲାଗି ଆମେରିକା କାତାରରେ ଏହାର ଏଫ୍‌-୨୨ ଲଢ଼ୁଆ ବିମାନ ମୁତୟନ କରିଛି। ଆମେରିକା ସ୍ବାର୍ଥର ସୁରକ୍ଷା...

Leave a comment

Your email address will not be published. Required fields are marked *