କମ୍ପାନୀ ସୋମବାର ପୈଠ କରିପାରନ୍ତି ଏଜିଆର ଦେୟ

ନୂଆଦିଲ୍ଲୀ, ୧୭ା୨: ଭାରତୀ ଏୟାରଟେଲ, ଭୋଡାଫୋନ-ଆଇଡିଆ, ଟାଟା ଟେଲିସିର୍ଭିସେସ ଭଳି ଟେଲିକମ୍‌ କମ୍ପାନୀଗୁଡିକ ଆଡ୍‌ଜଷ୍ଟେଡ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌) ବାବଦ ବକେୟା ଅର୍ଥ ସୋମବାର ପ୍ରଦାନ କରିପାରନ୍ତି। ଦେୟ ପ୍ରଦାନ ନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା ଥିବାରୁ କମ୍ପାନୀଗୁଡିକ ଶୀଘ୍ର ଅର୍ଥ ପ୍ରଦାନ କରିପାରନ୍ତି ବୋଲି ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏହି ୩ କମ୍ପାନୀଙ୍କ ଉପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ହେଲେ କମ୍ପାନୀଗୁଡିକ ସମୁଦାୟ ଅର୍ଥ ଏକାଥରକେ ପ୍ରଦାନ କରିପାରିବେ ନାହିଁ। ଆଂଶିକ ଭାବେ ଅର୍ଥ ପ୍ରଦାନ କରିବାକୁ ସେମାନେ ଟେଲିକମ ବିଭାଗ(ଡିଓଟି)କୁ ସୂଚନା ଦେଇଥିବା ଅଧିକାରୀ ଜଣକ କହିଛନ୍ତି। କେଉଁ କମ୍ପାନୀ କେତେ ଅର୍ଥ ପଇଠ କରୁଛନ୍ତି ତାହା ଦେଖିବା ପରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଡିଓଟିର ଏହି ଅଧିକାରୀ ଜଣକ ମତବ୍ୟକ୍ତ କରିଛନ୍ତି।
ଆସନ୍ତା ୨୦ ତାରିଖ ସୁଦ୍ଧା ୧୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଭାରତୀ ଏୟାରଟେଲ ଗତ ଶୁକ୍ରବାର ଦିନ ପ୍ରସ୍ତାବ ଦେଇଛି। କିନ୍ତୁ ଟେଲିକମ ବିଭାଗ କମ୍ପାନୀ ଗୁଡିକୁ ଅଧିକ ଦିନ ମହଲତ ଦେବା ସପକ୍ଷରେ ଆଉ ନାହିଁ। ଏଭଳି ସ୍ଥିତିରେ କେତେ ପରିମାଣର ଏଜିଆର୍‌ ବକେୟା ପ୍ରଦାନ କରାଯିବ ସେ ସମ୍ପର୍କରେ ବିଚାର କରାଯାଉଥିବା ଭୋଡାଫୋନ ଶନିବାର କହିଛି। ଏହାବାଦ ଭାରତ ବଜାରରେ ନିଜ ବ୍ୟବସାୟର ଆଗାମୀ ସ୍ଥିତି କ’ଣ ରହିବ ସେ ନେଇ କମ୍ପାନୀ ଆଶଙ୍କାରେ ରହିଛି। ଟେଲିକମ କମ୍ପାନୀଙ୍କ ଉପରେ ଏବେ ମୋଟ ୧.୪୭ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ଜାନୁୟାରୀ ମାସ ୨୩ ସୁଦ୍ଧା ବକେୟା ରାଶି ପଇଠ କରିବାକୁ କମ୍ପାନୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ରିଲାଏନ୍ସ ଜିଓ ବାବ କୌଣସି କମ୍ପାନୀ ଏହା ପାଳନ କରିନାହାନ୍ତି। ଯାହାକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ସବୁ ଟେଲିକମ କମ୍ପାନୀ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କୁ ମାର୍ଚ୍ଚ ୧୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ନିଜ କମ୍ପାନୀ ବିଏସ୍‌ଏନଏଲ୍‌ ଏବଂ ଏମ୍‌ଟିଏନଏଲ୍‌ ମଧ୍ୟ ବକେୟା ରାଶି ପ୍ରଦାନ କରିପାରିନାହିଁ।
ଏୟାରଟେଲ ଉପରେ ଏବେ ପ୍ରାୟ ୩୫,୫୮୬ କୋଟି, ଭୋଡାଫୋନ ଉପରେ ୫୩ ହଜାର କୋଟି ପଡି ରହିଛି। ଏହା ମଧ୍ୟରୁ ପ୍ରାୟ ୧.୧୩ ଲକ୍ଷ କୋଟି ଆଦାୟ ହେବାର ସମ୍ଭାବନା ରହିଛି। ବଳକା ଅର୍ଥ ଦେବାକୁ ଥିବା କମ୍ପାନୀଗୁଡିକ ଏବେ କାରବାର ବନ୍ଦ କରି ଦେଇଛନ୍ତି। ଟେଲିକମ ବିଭାଗକୁ ସୁପ୍ରିମକୋର୍ଟ ତାଗିଦ କରିବା ପରେ ଶୁକ୍ରବାର ମଧ୍ୟରାତ୍ରି ସୁଦ୍ଧା ଦେୟ ପଇଠକରିବାକୁ ଏହା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲା। କିଛି କମ୍ପାନୀ ଦେୟର ଆକଳନ ଲାଗି ସମୟ ମାଗିଥିବାବେଳେ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ମିଳିଥିବା ଅଧିକାରୀ ଜଣକ କହିଛନ୍ତି। ସେହିଭଳି ଟେଲିକମ ସେବାରେ ନ ଥିବା କିଛି ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ଉପରେ ମଧ୍ୟ ୨.୬୫ ଲକ୍ଷ କୋଟି ଟଙ୍କାର ବକେୟା ରହିଛି। ଏହି ଅର୍ଥ ମଧ୍ୟରେ ଗେଲ୍‌ର ବକେୟା ପ୍ରାୟ ୬୫% ହେବ। ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଏ ନେଇ ଆଇନର ଧାରା ଆପଣାଇବା ସହ କୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି।


All Right Reserved By Dharitri.Com

ଆଜି ଧର୍ମଘଟ: ପ୍ରଭାବିତ ହେବ ବ୍ୟାଙ୍କିଙ୍ଗ ସେବା

ନୂଆଦିଲ୍ଲୀ,୮-୧: ବୁଧବାର ୧୦ ଶ୍ରମିକ ସଙ୍ଗଠନ ପକ୍ଷରୁ ଦେଶବ୍ୟାପୀ ଦିଆଯାଇଥିବା ଧର୍ମଘଟ ଡାକରା ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି।...

କୋଭିଡ୍‌-୧୯ ଯୋଦ୍ଧାଙ୍କ ପିଲାଙ୍କୁ ଏଲ୍‌ପିୟୁର ଛାତ୍ରବୃତ୍ତି

ଜଳନ୍ଧର,୧୧।୫: କୋଭିଡ୍‌-୧୯ ମହାମାରୀ ବିରୋଧରେ ବର୍ତ୍ତମାନ ସାରା ଦେଶ ଲଢ଼େଇ ଜାରି ରଖିଛି। ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌, ପୋଲିସ ପର୍ସୋନେଲଙ୍କ ସମେତ ଅନ୍ୟ କିଛି...

ଜାନୁୟାରୀରୁ ମହଙ୍ଗା ହେବ ଏସି, ଫ୍ରିଜ୍‌

ନୂଆଦିଲ୍ଲୀ,୨୪-୧୧: ଆଗାମୀ ଦିନରେ ୫ ଷ୍ଟାର ବିଶିଷ୍ଟ ରେଫ୍ରିଜରେଟର ମୂଲ୍ୟ ବୃଦ୍ଧି ହେବାର ବିଶେଷ ସମ୍ଭାବନା ରହିଛି। ନୂଆ ଏନର୍ଜି ଲେବଲିଂ ନିୟମ ଜାନୁୟାରୀ ପହିଲାରୁ...

୬୦% ଟ୍ରେନ ଟିକେଟ ବାତିଲ

ନୂଆଦିଲ୍ଲୀ,୧୯-୩: କରୋନା ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ୬୦% ଟିକେଟ ବାତିଲ କରାଯାଇଥିବା ରେଲଓ୍ବେର ଜଣେ ବରିଷ୍ଠ ଅଧିକାରୀ ବୁଧବାର ସଂସଦୀୟ କମିଟିକୁ ସୂଚନା...

ମାଲେସିଆରୁ ପାମ୍‌ ତେଲ ଆମଦାନୀ ବୃଦ୍ଧିର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୧୭ -୮: ମାଲେସିଆର ସ୍ବତନ୍ତ୍ର ଧରଣର ପାମ୍‌ ତେଲର ଆମଦାନୀ ଅହେତୁକ ବୃଦ୍ଧି ପାଇଛି। ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆର ଅଭିଯୋଗ କ୍ରମେ କେନ୍ଦ୍ର...

ବାଣିଜ୍ୟ ବିବାଦର ସମାଧାନ ଲାଗି ଆସନ୍ତା ମାସରେ ଆମେରିକା ଯିବେ ଗୋୟଲ

ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଆସନ୍ତା ମାସରେ ଆମେରିକା ଯିବେ। ଓ୍ବାଶିଂଟନରେ ପହଞ୍ଚତ୍ବା ପରେ ଆମେରିକା ବାଣିଜ୍ୟ ପ୍ରତିନିଧି(ୟୁଏସ୍‌ଟିଆର୍‌) ମୁଖ୍ୟ...

ସର୍ବଶ୍ରେଷ୍ଠ ସିଇଓ ତାଲିକାରେ ମିତ୍ତଲ,ମୁକେଶ

ନୂଆଦିଲ୍ଲୀ,୩୦-୭: ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ତାଲିକାରେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନୀ, ଇଣ୍ଡିଆନ ଅଏଲ...

ସରକାରୀ ସହାୟତା ଆଶାରେ ବ୍ୟବସାୟୀ

ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଜୀବନଯାତ୍ରା ସ୍ବାଭାବିକ ହେଉଛି। ବିଭିନ୍ନ ବର୍ଗରେ ଶୋ’ରୁମ୍‌ ଏବେ ଖୋଲିବା ଆରମ୍ଭ ହୋଇଛି। ଶୋ’ରୁମ୍‌ଗୁଡ଼ିକରେ ସରକାରଙ୍କ...

Leave a comment

Your email address will not be published. Required fields are marked *