ଖୋଲୁନି ଧାନମଣ୍ଡି: ତେଜିଲା ଚାଷୀ ଅସନ୍ତୋଷ

କାମାକ୍ଷାନଗର, ୬।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଦଣ୍ଡାଧର ଡ୍ୟାମ୍‌ ତଳି ଅଞ୍ଚଳରେ ରବିଧାନ ଚାଷ କରିଥିବା ଚାଷୀଙ୍କ ପାଇଁ ମଣ୍ଡି ଖୋଲୁନାହିଁ। ଏ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ତୁରନ୍ତ ମଣ୍ଡି ନ ଖୋଲିଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଦଣ୍ଡାଧର ଡ୍ୟାମ୍‌ରୁ ବାହାରିଥିବା ରାମିଆଳ କେନାଲ ସହାୟତାରେ ସମ୍ପୃକ୍ତ ଅଞ୍ଚଳର ୨୫୦ ଏକର ଜମିରେ ରବି ଧାନ ଚାଷ କରାଯାଇଥିଲା। ଇତିମଧ୍ୟରେ ଧାନ ଅମଳ ସରିଛି। ହେଲେ ବିକ୍ରି ପାଇଁ ମଣ୍ଡି ଖୋଲାଯାଉନାହିଁ। ଏହାକୁ ନେଇ ଚାଷୀ ପରିବାର ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବୁଧବାର କଙ୍କଡ଼ାହାଡ଼ ଯାତ୍ରାପଡ଼ିଆରେ ପାଣି ପଞ୍ଚାୟତ ଶୀର୍ଷ କମିଟି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପାଳଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରବି ଧାନ କ୍ରୟ ପାଇଁ ମଣ୍ଡି ଖୋଲାଯାଉ ନ ଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି। କୁଇଣ୍ଟାଲ ପିଛା ୯୦୦ରୁ ୧୦୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସମାଧାନ ନେଇ ପ୍ରଶାସନ କିମ୍ବା କୃଷି ବିଭାଗ ଆନ୍ତରିକତା ଦେଖାଉନାହଁି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ହକ୍‌ ନ ମିଳିଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଉପଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଛି। ବୈଠକରେ ସରପଞ୍ଚ ହୃଦାନନ୍ଦ ବେହେରା, ମଙ୍ଗୁଳୁ ବେହେରା, ଭଗବାନ ବେହେରା, ବିନୟ ପାଳ, ବସନ୍ତ ପାଣି, ଇନ୍ଦ୍ରମଣି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରଶିକ୍ଷଣ କମିଟି ବୈଠକ: ‘କର୍ମଠ ହୁଅ, ବିପର୍ଯ୍ୟୟ ମୁକାବିଲା କର’

ଢେଙ୍କାନାଳ ଅଫିସ, ୨୦ା୭ – ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ସଦସ୍ୟମାନେ ଉତ୍ସାହୀ, ଦକ୍ଷ, କର୍ମଠ ହେଲେ ପ୍ରାକୃତିକ ବିପତ୍ତିର ସଫଳ ମୁକାବିଲା କରାଯାଇପାରିବ। ସମସ୍ତେ...

ଜୀବନ ପାଲଟିଛି ବୋଝ:ସହାୟତା ଅପେକ୍ଷାରେ ଚମ୍ପା ହଁାସଦା

ବଅଁରପାଳ, ୧୬।୭ (ଡି.ଏନ୍‌.ଏ.)ଦେହରେ ବଳ ଥିବାବେଳେ ନାଲ୍‌କୋ ପ୍ଲାଣ୍ଟରେ ଖଟି ଗୁଜୁରାଣ ମେଣ୍ଟାଉଥିଲେ। ଏବେ ହାତ ଛାଡି ଦେଇଛି ବୟସ। ବୃଦ୍ଧାବସ୍ଥାକୁ ନିସଙ୍ଗ ଓ ରୋଗଗ୍ରସ୍ତ...

ମା’ଙ୍କ ପାଇଁ ମଣିଷ ହୋଇପାରିଛ

ଦେଢ଼ବର୍ଷର ହୋଇଥିବା ବେଳେ ବାପା ଚାଲିଗଲେ ଆରପାରିକୁ। ଗଁ। ଗଁ।ରେ ଚାଉଳ ବିକି ମା’ ହିଁ ମଣିଷ କରିଛି ଆମ ୫ ଭଉଣୀ ଭାଇଙ୍କୁ। ପିଲାବେଳେ...

ଅବହେଳାର ଶିକାର ଏନ୍‌ଟିପିସି ହଟିଂବାସୀ : ପାଣି ମୁନ୍ଦେ ପାଇଁ ଧାଡ଼ି ବିକଳ୍ପ

କଣିହାଁ, ୨୬ା୫(ଡି.ଏନ.ଏ.) – କାରଖାନାରେ ଖଟିବା ଠାରୁ ବଳିଯାଉଛି ପାଣି ସଂଗ୍ରହ ପାଇଁ ଶ୍ରମର ପରିମାଣ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବି ଧାଡ଼ିରେ ଛିଡା ହେବା...

ବିଭୂତି ପ୍ରଧାନ ୧୪୦୪ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୯ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୪୪,୮୫୩ ଭୋଟ ପାଇଛନ୍ତି। ତାଙ୍କ...

ଜନ୍ମମାଟିରେ ଶହୀଦ ଅଜିତ୍‌ଙ୍କ ମରଶରୀର: ଶେଷ ଦର୍ଶନ ପାଇଁ ଗ୍ରାମରେ ଜନସମୁଦ୍ର, ଗ୍ରାମ ଶ୍ମଶାନରେ କରାଯିବ ଶେଷକୃତ୍ୟ

କାମାକ୍ଷାନଗର,୨୦।୬(ଡି.ଏନ୍‌.ଏ.): ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବଡ଼ସୁଆଁଳ ଗ୍ରାମରେ ପହଞ୍ଚିଛି। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ବହୁ...

ତାଳଚେରରେ ବ୍ରଜକିଶୋର ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ଆଗୁଆ ଅଛନ୍ତି। ସେ ୨୫୪୪ ଖଣ୍ଡ ଭୋଟ ପାଇଛନ୍ତି।...

ମହେଶ ସାହୁ ୨୦୨୬୩ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩ା୫-ଢେଙ୍କାନାଳ ଲୋକ ସଭା ଆସନରେ ୧୬ତମ ରାଉଣ୍ଡ ଭୋଟ ଗଣତି ଫଳାଫଳ ପ୍ରକାଶ ପାଇଛି। ୭ ଲକ୍ଷ ୫୮ ହଜାର ୧୯୨ଟି ଭୋଟ...

Leave a comment

Your email address will not be published. Required fields are marked *