Posted inଜାତୀୟ

ଟିଏମ୍‌ସି ନେତାଙ୍କୁ ହତ୍ୟା

କୋଲକାତା,୬ା୬: ଉତ୍ତର କୋଲକାତାର ନିମଟାଠାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ହତ୍ୟାକାଣ୍ଡ ଲାଗି ଭାଜପା ଓ ଟିଏମ୍‌ସି ପରସ୍ପରକୁ ଦୋଷ ଦେଇଛନ୍ତି।
ମଙ୍ଗଳବାର ରାତି ସାଢ଼େ ୭ଟା ବେଳେ ଟିଏମ୍‌ସି ନେତା ନିର୍ମଳ କୁଣ୍ଡୁ ଏକ ଚା’ ଦୋକାନ ନିକଟରେ ସ୍ଥାନୀୟ ଲୋକମାନଙ୍କ ସହ କଥା ହେଉଥିବାବେଳେ ଦୁଇ ଅଜଣା ଲୋକ ଏକ ବାଇକରେ ଆସି ତାଙ୍କୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। କୁଣ୍ଡୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଉତ୍ତର ଦମଦମ୍‌ ପୌରାଞ୍ଚଳର ୬ ନମ୍ବର ଓ୍ବାର୍ଡରେ ଟିଏମ୍‌ସିର ମୁଖ୍ୟ ଥିବା କୁଣ୍ଡୁଙ୍କୁ ଭାଜପା ହତ୍ୟା କରିଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ଉକ୍ତ ଅଭିଯୋଗକୁ ଖଣ୍ଡନ କରି ଟିଏମ୍‌ସିରେ ଗୋଷ୍ଠୀ ବିବାଦରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା କହିଛନ୍ତି। ଜଣେ ଅଭିଯୁକ୍ତଙ୍କ ଘରକୁ ଲୋକେ ଭଙ୍ଗାରୁଜା କରିଛନ୍ତି। ପୋଲିସ କେତେକଙ୍କୁ ଅଟକ ରଖି ପଚରାଉଚରା କରୁଛି।


All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କ ସୋସାଇଟିରେ କରୋନା ରୋଗୀ ଚିହ୍ନଟ ହେବା ପରେ ଆପାର୍ଟମେଣ୍ଟକୁ କରାଗଲା ସିଲ୍‌

ମୁମ୍ବାଇ,୫।୫: କରୋନା ଭାଇରସ୍‌ ସାରା ଦେଶରେ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାକୁ ରୋକିବା...

ଅଧାରୁ ପାଠ ଛାଡିଥିବା ଯୁବକ ଏବେ ତିଆରି କରୁଛନ୍ତି ଫାଇଟର ଜେଟ୍‌ର ପାର୍ଟସ୍‌

ହାଇଦ୍ରାବାଦ,୧୬।୨: କୁହାଯାଏ ପ୍ରତିଭା କେବେ ଲୁଚି ରହି ନ ଥାଏ। ହାଇଦ୍ରାବାଦର ରାକେଶ ଚୌପଦାରଙ୍କ ନିକଟରେ ଏବେ ଏହା ଦେଖିବାକୁ ମିଳିଛି। ହାଇସ୍କୁଲ ଅଧାରୁ ପାଠ...

ମାତା-ପିତାଙ୍କ ଆଶୀର୍ବାଦ ନେଇ ଭୋଟ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୨: ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମାତା ଗୀତା ଦେବୀ ଏବଂ ପିତା ଗୋବିନ୍ଦରାମ କେଜରିଓ୍ବାଲଙ୍କ...

ବାଣ କାରଖାନାରେ ବିସ୍ଫୋରଣ

କୋଲକାତା,୩।୧: ପଶ୍ଚିମବଙ୍ଗ ନର୍ଥ ୨୪ ପ୍ରାଙ୍ଗଣା ଜିଲାର ନୌହାଟିରେ ଶୁକ୍ରବାର ଏକ ବାଣ କାରଖାନାରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୫ଜଣଙ୍କର ମୃତ୍ୟୁ ହୋଇଥିବା...

ଦିଲ୍ଲୀ ଡାଇଲଗ୍ସ ୨୦୨୦ରେ ମତ ରଖିଲେ ୫୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୫ା୨: ଦିଲ୍ଲୀରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ‘ଦିଲ୍ଲୀ ଡାଇଲଗ୍ସ ୨୦୨୦’ ଶୀର୍ଷକ ବିତର୍କ ମଙ୍ଗଳବାର ଆୟୋଜନ କରାଯାଇଛି। ଫାଷ୍ଟ...

ହେଲ୍‌ମେଟ ନ ପିନ୍ଧି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୧।୧୦: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀ ଓ ଲେପ୍ଟନାଣ୍ଟ ଗଭର୍ନର କିରଣ ବେଦୀଙ୍କ ମଧ୍ୟରେ ପୁଣିଥରେ ତୁତୁ ମେମେ ଆରମ୍ଭ ହୋଇଯାଇଛି। କିରଣ ବେଦୀ ନୂଆ ମୋଟର...

ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି: ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ଆଲୋଚନା

ଭ୍ଲାଡିଭୋଷ୍ଟକ୍‌,୫।୯: ଭାରତରୁ ପଳାୟନ କରିଥିବା ଜାକିର୍‌ ନାଇକଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଲେସିଆ ପ୍ରତିପକ୍ଷ ମହାତିର୍‌ ବିନ୍‌ ମହମ୍ମଦଙ୍କ ସହିତ ଆଲୋଚନା...

ଆଜି ମହାରାଷ୍ଟ୍ରର ମଙ୍ଗ ଧରିବେ ଉଦ୍ଧବ

ମୁମ୍ବାଇ,୨୮ା୧୧(ପି.ଟି.) : ମହାରାଷ୍ଟ୍ରରେ ଦୁଇ ଦଶନ୍ଧି ପରେ ଶିବସେନାରୁ ଜଣେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳ ମୁଖ୍ୟ ଉଦ୍ଧବ ଠାକ୍‌ରେ ଗୁରୁବାର ସନ୍ଧ୍ୟାରେ ଏହି ଗୁରୁଦାୟିତ୍ୱ...

Leave a comment

Your email address will not be published. Required fields are marked *