ଏଇ ଭାରତରେ

ଭୋକିଲା ପିଲାର ପେଟକଥା ବୁଝିପାରୁଛନ୍ତି କୋଲକାତାର ମୈତ୍ରୀ ବାନାର୍ଜୀ। ସେ ଚାକିରି ଛାଡି ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲା ଦକ୍ଷିଣେଶ୍ୱରର ମୈତ୍ରୀ ବିବାହ କରିବା ପରେ କୋଲକାତା ଆସି ଚାକିରି କରିଥିଲେ। ୪ ବର୍ଷ ତଳେ ସେ ଚାକିରି ଛାଡି ଶେଓରାଫୁଲି, ବଣ୍ଡେଲ୍‌ ଓ ରସୁଲ୍‌ପୁର ଅଞ୍ଚଳରେ ରାସ୍ତାରେ ବୁଲୁଥିବା ଅବହେଳିତ ପିଲାମାନଙ୍କ ଭବିଷ୍ୟତ ଗଢିବା ଆରମ୍ଭ କରିଥିଲେ। ପ୍ରଥମେ ସେ ଏକ ହ୍ବାଟ୍ସଆପ୍‌ ଗ୍ରୁପ ଖୋଲି ଘର ଘର ବୁଲି ପୋଷାକ, ବ୍ୟାଗ, ଜୋତା ଏବଂ କମ୍ବଳ ଯୋଗାଡ କରି ପିଲାମାନଙ୍କୁ ଦେଉଥିଲେ। ମୈତ୍ରୀଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ‘ମହାଜୀବନ’ ନାମକ ଏକ ବେସରକାରୀ ସଂସ୍ଥା ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଏହି ସଂସ୍ଥା ସହ ମିଶି ମୈତ୍ରୀ ପିଲାମାନଙ୍କ ପାଇଁ ଦୈନିକ ଭୋଜନ ବ୍ୟବସ୍ଥା କରିବା ସହ ଦିନବେଳା ଅନ୍ୟ ଜଣେ ଶିକ୍ଷକଙ୍କ ସହଯୋଗରେ ପଢାଉଛନ୍ତି। ହସ୍ତକଳା ସମ୍ପର୍କରେ ଶିକ୍ଷା ମଧ୍ୟ ଦେଉଛନ୍ତି। ଏମାନଙ୍କ ମଧ୍ୟରୁ ବହୁ ପିଲା ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି। ଏବେ ସୁଦ୍ଧା ମୈତ୍ରୀ ୧୧୦ଜଣ ପିଲାଙ୍କୁ ଉଦ୍ଧାର କରିସାରିଛନ୍ତି।


All Right Reserved By Dharitri.Com

ଭକ୍ତି ନାଁରେ ମସ୍ତି ଓ ବେପାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିବର୍ଷ ଧରି ଶ୍ରାବଣମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ...

ବାତ୍ୟା ଓ ଅସହାୟ ଆଧୁନିକତା

ବିଚିତ୍ର ବିଶ୍ୱାଳ ସାମୁଦ୍ରିକ ବାତ୍ୟା ‘ଫନୀ’ର ତାଣ୍ଡବ ପରେ ଆମ ସମ୍ମୁଖରେ ଗୋଟିଏ ବିଷୟ ଉଜାଗର ହୋଇଛି, ତାହା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖରେ ଅସହାୟ...

ମୁଆଁ ଖାଇବାକୁ ମନ

ସଂଗ୍ରାମ କେଶରୀ ପୃଷ୍ଟି ମୁଆଁ ପ୍ରସଙ୍ଗରେ ମନେ ପଡ଼ିଯାଏ, ପିଲାଦିନେ ଶୁଣିଥିବା ଗୋଟିଏ ପଦ, ଯାହାର କି ତିନି ପ୍ରକାରର ଅର୍ଥ ବାହାରିଥାଏ। ତାହା ହେଲା...

ପ୍ରେମର ଦିବ୍ୟତା ଓ ଶ୍ରୀଅରବିନ୍ଦଙ୍କ ସାବିତ୍ରୀ

ଡ. ପ୍ରଫୁଲ୍ଲ କୁମାର ସାହୁ ମୁକ୍ତିର ମାନ୍ତ୍ରିକ ମହାଯୋଗୀ ଶ୍ରୀଅରବିନ୍ଦ। ଜଣେ ମହାନ୍‌ ଦାର୍ଶନିକ, ମହାକବି ତଥା ଅଧିବିଦ୍ୟା ବିଶାରଦ। ତାଙ୍କ ମତରେ ମଣିଷ ଏକ...

ନିଜର ମରାମତି

କରୋନା ଭାଇରସ୍‌ ପୃଥିବୀବ୍ୟାପୀ ପ୍ରାୟ ୭୦ ହଜାର ଲୋକଙ୍କ ଜୀବନ ନେଲାଣି। ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ବୋଲାଉ ଥିବା ଆମେରିକା ଆଜି କରୋନା ମାଡ଼ରେ ଧରାଶାୟୀ।...

ଏଇ ଭାରତରେ

ଭାରତ ଏକ କୃଷିପ୍ରଧାନ ଦେଶ। ଦେଶର ଅଧିକାଂଶ ଅଞ୍ଚଳର ଚାଷଜମି ମୌସୁମୀବାୟୁ ଜନିତ ବର୍ଷାଜଳ ଉପରେ ନିର୍ଭର କରେ। ଏହାଦ୍ୱାରା ଭଲ ଫସଲ ହେବ ବୋଲି...

ସମ୍ପାଦକୀୟ/ ମଦ ପିଇ ମରିବା

ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଓଡ଼ିଶାରେ ୨୯ ଏପ୍ରିଲରେ ଶେଷ ହୋଇଛି। ଏହି ଚୂଡ଼ାନ୍ତ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଦେଇଥିଲା।...

ଏଇ ଭାରତରେ

ଗୁଜରାଟର ଅମରେଲି ଜିଲାନିବାସୀ ଜଣେ ମୁସଲମାନ ଓ ତାଙ୍କ ବନ୍ଧୁମାନେ ସାମ୍ପ୍ରଦାୟିକ ସଦ୍‌ଭାବନାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଜଣେ ହିନ୍ଦୁ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି...

Leave a comment

Your email address will not be published. Required fields are marked *