Posted inUncategorized

ଥମୁନି ଭାଷା ବିବାଦ

ଲକ୍ଷ୍ନୌ,୬ା୬(ପି.ଟି.): କେନ୍ଦ୍ର ସରକାରଙ୍କ ତ୍ରିଭାଷୀ ସୂତ୍ରକୁ ଜୋରଦାର ବିରୋଧ ପରେ ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟରେ ତାମିଲକୁ ସରକାରୀ ଭାଷା ଭାବେ ବ୍ୟବହାର କରିବା ଲାଗି ଡିଏମ୍‌କେ ମୁଖ୍ୟ ଏମ୍‌.କେ. ଷ୍ଟାଲିନ ବୁଧବାର ଦାବି କରିଛନ୍ତି। ଅନ୍ୟପକ୍ଷରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପ୍ପାଡି କେ. ପାଲାନିସ୍ବାମୀ ତାମିଲ ଭାଷାକୁ ଅନ୍ୟ ରାଜ୍ୟଗୁଡିକରେ ଇଚ୍ଛାଧୀନ ଭାଷା ଭାବେ ଶିକ୍ଷାଦାନ କରାଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍‌ କରି ଅନୁରୋଧ କରିଛନ୍ତି। ତାମିଲକୁ କେନ୍ଦ୍ର ସ୍ତରରେ ସରକାରୀ ଭାଷା କରିବା ଲାଗି ଆମେ ଶପଥ ନେବା ଉଚିତ ଏବଂ ଏଥିପାଇଁ ଡିଏମ୍‌କେ ସମର୍ଥନ ଜାରି ରଖିବ ବୋଲି ଷ୍ଟାଲିନ୍‌ ଖବରଦାତାମାନଙ୍କୁ କହିଛନ୍ତି।
ତ୍ରିଭାଷୀ ସୂତ୍ର ନାମରେ କେନ୍ଦ୍ର ସରକାର ହିନ୍ଦୀଶିକ୍ଷାକୁ ଜବରଦସ୍ତ ଲାଗୁ କରିବାକୁ ଉଦ୍ୟମ କରୁଥିଲେ। ତାମିଲନାଡୁରେ ବିରୋଧ ପରେ ଉକ୍ତ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ଅଣହିନ୍ଦୀ ଭାଷୀ ରାଜ୍ୟରେ ହିନ୍ଦୀକୁ ଜବରଦସ୍ତ ଲଦିଦେବା ଘଟଣାରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ତାମିଲନାଡୁରେ ଉତ୍ତେଜନା ଲାଗି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀ ତାମିଲକୁ ଇଚ୍ଛାଧୀନ ଭାଷା ଭାବେ ଅନ୍ୟ ରାଜ୍ୟରେ ପ୍ରଚଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଅନୁରାଧ କରିଥିଲେ। ଏହାକୁ ନେଇ ବିବାଦ ଦେଖାଦେବା ପରେ ସେ ଉକ୍ତ ଟୁଇଟ୍‌କୁ ଲିଭାଇଦେଇଛନ୍ତି।


All Right Reserved By Dharitri.Com

Posted inUncategorized View All

ଏଫଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି: ଦୀପ୍‌ଗ୍ରେସ୍‌, ଲିଲିମା ଓ ନମିତାଙ୍କୁ ସୁଯୋଗ; କଳିଙ୍ଗରେ ଭାରତୀୟ ମହିଳା ହକି କ୍ୟାମ୍ପ

ଭୁବନେଶ୍ୱର, ୧୩।୧୦(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୧ ଓ ୨ ତାରିଖରେ ଏଫଆଇଏଚ୍‌ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ଖେଳାଯିବ। ଉଭୟ...

ରେପୋ ରେଟ ୦.୩୫% ହ୍ରାସ

ମୁମ୍ବାଇ,୮-୮: ଅର୍ଥନୀତିକୁ ପ୍ରୋତ୍ସାହିତ କରିବାକୁ ଯାଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ରେପୋ ରେଟ୍‌ ୦.୩୫% ହ୍ରାସ କରିଛି। ମୁଦ୍ରାନୀତି କମିଟି(ଏମ୍‌ପିସି)ର ତିନିଦିନିଆ ବୈଠକ ଶେଷରେ...

ବିହାର କୋର୍ଟରେ ଇମ୍ରାନ୍‌ଙ୍କ ବିରୋଧରେ ମାମଲା

ପାଟନା,୨୯ା୯ (ଆଇଏଏନ୍‌ଏସ୍‌): ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାତିସଂଘରେ ଇମ୍ରାନ ଭାରତକୁ...

ଜମିଜମାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣା: ୫ ଗିରଫ

ଧାମନଗର, ୯।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଖପରପଦା ଗ୍ରାମରେ ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣାରେ ପୋଲିସ...

ପାନୀୟ ଜଳସଙ୍କଟ: ୧୫୦ ଛାତ୍ରୀଙ୍କ କେଶ କଟାଇଲେ ପ୍ରିନ୍ସିପଲ୍‌

ମେଡକ, ୧୪।୮: ପାନୀୟ ଜଳସଙ୍କଟ ଯୋଗୁ ତେଲେଙ୍ଗାନାର ଏକ ସରକାରୀ ସ୍କୁଲରେ ୧୫୦ ଛାତ୍ରୀଙ୍କ କେଶ କଟା ଯାଇଛି। ଛାତ୍ରୀମାନେ ରହୁଥିବା ହଷ୍ଟେଲରେ ପିଇବା ପାଣିର...

ଅନୁଚ୍ଛେଦ ୩୭୦ ଉପରେ ମୁହଁ ଖୋଲି ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ହେଲେ ରାହୁଲ

ନୂଆଦିଲ୍ଲୀ,୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ଉପରେ ମୁହଁ ଖୋଲି ରାହୁଲ ଗାନ୍ଧୀ ସମାଲୋଚନାର ଶିକାର ହୋଇଛନ୍ତି। ଏହି ପ୍ରସଙ୍ଗରେ ରାହୁଲ ଗୋଟିଏ ଦିନ ପରେ ମଙ୍ଗଳବାର...

ମଧ୍ୟାହ୍ନଭୋଜନ ଯାଞ୍ଚ କଲେ ବିଧାୟକ

ଛେଣ୍ଡିପଦା,୩।୧୨(ସ୍ବ.ପ୍ର)-ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମଙ୍ଗଳବାର ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ ଯାଇଥିଲେ। ଏହି ଅବସରରେ ଏକ ନୂତନ ଶ୍ରେଣୀ...

ନାରୀ ସୁରକ୍ଷା ଉପରେ ଫୋକସ: ଆଜି ଦାୟିତ୍ୱ ନେବେ ୩୦୦ ମହିଳା ଏସ୍‌ପିଓ

ଭୁବନେଶ୍ୱର,୨ା୧(ବ୍ୟୁରୋ): ଏଣିକି ରାଜଧାନୀରେ ମହିଳାଙ୍କୁ ସୁରକ୍ଷା ଦେବେ ମହିଳା। ଦିନକୁ ଦିନ ବଢୁଥିବା ନାରୀ ନିର୍ଯାତନା, ଅତ୍ୟାଚାର, ବଳାତ୍କାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ...

Leave a comment

Your email address will not be published. Required fields are marked *