ପରଦାରେ ରଣବୀର, ଶ୍ରଦ୍ଧାଙ୍କ ଜମିବ ଯୋଡ଼ି

‘ପ୍ୟାର୍‌ କା ପଞ୍ଚନାମା’ ଓ ‘ସୋନୁ କେ ଟିଟୁ କୀ ସ୍ବିଟି’ ଭଳି ଫିଲ୍ମ ନିର୍ମାଣ କରିଥିବା ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଆଗାମୀ ସିନେମାରେ ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଯୋଡ଼ି ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ‘ସାହୋ’ ଓ ‘ଛିଛୋରେ’ ଦମଦାର୍‌ ଅଭିନୟ ପରେ ସେମାନେ ଆଗାମୀ ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ସେହିପରି ରଣବୀର ଏବେ ଆଲିଆ ଭଟ୍ଟ ଓ ଅମିତାଭ ବଚ୍ଚନଙ୍କ ସହିତ ‘ବ୍ରହ୍ମାସ୍ତ୍ର’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହାପରେ ସେ ଶ୍ରଦ୍ଧାଙ୍କ ସହ ଶୁଟିଂରେ ଯୋଗଦେବେ। ଖୁବ୍‌ଶୀଘ୍ର ବରୁଣ ଧାୱନଙ୍କ ସହିତ ଶ୍ରଦ୍ଧାଙ୍କ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ ଡି’ ରିଲିଜ୍‌ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ଶ୍ରଦ୍ଧା କପୁର ପାକିସ୍ତାନୀ ଡ୍ୟାନ୍ସର ଓ ବରୁଣ ଧାୱନ ଭାରତୀୟ ଡ୍ୟାନ୍ସର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଫିଲ୍ମର ଟ୍ରେଲରରେ ଭାରତ-ପାକିସ୍ତାନର ଡ୍ୟାନ୍ସ ମୁକାବିଲା ଦେଖାଯାଇଛି। ବରୁଣ ଓ ଶ୍ରଦ୍ଧାଙ୍କ ଟକ୍କର ଟ୍ରେଲରରେ ଦେଖାଯାଇଛି। ଏହି ଫିଲ୍ମରେ ନୋରା ଫତେହୀ ମଧ୍ୟ ନଜରକୁ ଆସିବେ। ଏଥିରେ ପ୍ରଭୁଦେବାଙ୍କ ଅଭିନୟ ମଧ୍ୟ ଖୁବ୍‌ ଭଲ ଲାଗୁଛି। ସେହିପରି ଅପାରଶକ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜରକୁ ଆସିବାକୁ ଯାଉଛନ୍ତି। ଏହି ଫିଲ୍ମଟି ୨୪ ଜାନୁୟାରୀରେ ରିଲିଜ୍‌ ହେବ।


All Right Reserved By Dharitri.Com

ସତ ହେଲା ଟ୍ବିଙ୍କିଲଙ୍କ ଭବିଷ୍ୟବାଣୀ!

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଭୟଭୀତ ଅବସ୍ଥାରେ ଥିବା ବେଳେ ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଘରେ...

ରାତିତମାମ୍‌ ଭିଜିଥିଲୁ

ମଡେଲ-କମ୍‌-ଆକ୍ଟର ଆରିଏନ ଧୀର କୁମାରଙ୍କୁ ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ‘ଯୋଗୀ’ରେ ବ୍ରେକ୍‌ ମିଳିଥିଲା। ଏଥିରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ ପ୍ରଥମ ଥର ପାଇଁ...

୨ ମାସ ପରେ ଖୋଲିଲା ଫିଲ୍ମ ହଲ: ଦୁବାଇରେ ରିଲିଜ୍‌ ହେବ ଇରଫାନ୍‌ଙ୍କ ‘ଅଂଗ୍ରେଜୀ ମିଡିୟମ’

ସ୍ବର୍ଗୀୟ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ’ କରୋନା ସଂକ୍ରମଣ ପାଇଁ ଭାରତୀୟ ସିନେମା ହଲ୍‌ରେ ରିଲିଜ୍‌ ହୋଇପାରି ନାହିଁ। ଏହା ଡିଜିଟାଲ...

ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ କାହିଁକି ଯୋଗଦେଇ ନ ଥିଲେ ସଲମାନ

ମେ ୩୦ରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଫିଲ୍ମ ଜଗତର ବହୁ...

କିଛି ବର୍ଷ ପରେ ସଲମାନ୍‌ଙ୍କ ଇଦ୍‌ ରିଲିଜରେ ଲାଗିଲା ବ୍ରେକ୍‌

ମୁମ୍ବାଇ: ଲଗାତାର କିଛି ବର୍ଷ ହେବ ଇଦ୍‌ରେ ରିଲିଜ୍‌ ହୋଇ ଆସୁଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଫିଲ୍ମ। ଏହା ବକ୍ସ ଅଫିସରେ ହିଟ୍‌ ବି...

କେଉଁଠି ବିବାହ କରିବେ ବରୁଣ-ନତାଶା

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧଓ୍ବନ ଓ ତାଙ୍କ ଗର୍ଲ ଫ୍ରେଣ୍ଡ ନତାଶା ଦଲାଲ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଶୁଣିବାକୁ ମିଳୁଛି।...

ବାଜି ମାରିନେଲା ହାଉସ୍‌ଫୁଲ୍‌-୪

ଦୀପାବଳିରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାରଙ୍କ ହାଉସ୍‌ଫୁଲ୍‌-୪ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜର ୪ ଦିନ ଭିତରେ ଫିଲ୍ମଟି ୮୩ କୋଟି ଟଙ୍କା...

ସଲ୍‌ମାନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଜ୍ୟାକ୍‌ଲିନ, କହିଲେ ବିଶ୍ରାମ ନେବାକୁ ସମୟ ବାହାର କରନ୍ତୁ

ବମ୍ବେ: ବଲିଉଡ୍‌ର ବ୍ୟସ୍ତ ତାରକାମାନଙ୍କ ମଧ୍ୟରୁ ଅଭିନେତା ସଲ୍‌ମାନ ଖାଁ ଅନ୍ୟତମ। ଗୋଟିଏ ସମୟରେ ଏକାଧିକ କାମ କରୁଥିବା ଅବସ୍ଥାରେ ତାଙ୍କୁ ଦେଖିବାକୁ ମିଳେ। ସେ...

Leave a comment

Your email address will not be published. Required fields are marked *