ପୂଜାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଦର୍ଶକଙ୍କୁ ପୁଣି ଏକ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ନିଜ ଆଗାମୀ ସିନେମା ‘କଭୀ ଇଦ କଭୀ ଦିୱାଲି’ର ଶୁଟିଂ ଆରମ୍ଭ କରିଛନ୍ତି ସଲ୍ଲୁ। ଏହି ଫିଲ୍ମକୁ ନେଇ ସଲମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି। ଏହି ସିନେମାରେ ଫିମେଲ ଲିଡ୍‌ରେ କିଏ ଅଭିନୟ କରିବେ ତାକୁ ନେଇ ପ୍ରଶ୍ନ ଥିଲା। ଏହି ସିନେମାର ପ୍ରଯୋଜନା ଦାୟିତ୍ୱ ସହ ସ୍କ୍ରିପ୍ଟ ଲେଖୁଥିବା ସାଜିଦ ନାଡିଆୱାଲା ଏହା ଉପରୁ ପରଦା ଉଠାଇଛନ୍ତି। ‘ମହୋଞ୍ଜୋଦାର’ ସିନେମାରେ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ପୂଜା ହେଗଡେ ପ୍ରଥମ ଥର ଲାଗି ସଲମାନଙ୍କ ସହ ନଜର ଆସିବାକୁ ଯାଉଛନ୍ତି। ସାଜିଦ କହିଛନ୍ତି ଯେ ‘ହାଉସଫୁଲ ୪’ରେ ପୂଜାଙ୍କ ସହିତ କାମ କରିବା ପରେ ‘କଭୀ ଇଦ କଭୀ ଦିୱାଲି’ ସିନେମା ପାଇଁ ସେ ପୂରାପୂରି ପରଫେକ୍ଟ ବୋଲି ସେ କହିଛନ୍ତି। ଏହା ଏକ ଫ୍ୟାମିଲ ଡ୍ରାମା ସିନେମା ହେବ ବୋଲି କୁହାଯାଉଛି। ୨୦୨୧, ଇଦ୍‌ ଅବସରରେ ଏହି ‘କଭୀ ଇଦ କଭୀ ଦିୱାଲି’ ସିନେମା ରିଲିଜ ହେବ।


All Right Reserved By Dharitri.Com

ବାହାହେବାକୁ ପ୍ରସ୍ତୁତ ହେଲେଣି ଅରବାଜ !

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅରବାଜ ଖାଁ ପତ୍ନୀ ମଲାଇକାଙ୍କଠାରୁ ଅଲଗା ହେବା ପରେ ଯେତିକି ଚର୍ଚ୍ଚାକୁ ଆସି ନ ଥିଲେ ତା’ଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲେ...

ସୋନାକ୍ଷୀଙ୍କୁ ପସନ୍ଦ ନୁହେଁ ବଲିଉଡ୍‌ ନାୟକ!

ମୁମ୍ବାଇ: ବଲିଉଡ୍‌ ନାୟକ ନାୟିକାଙ୍କ ପ୍ରେମ ସମ୍ପର୍କକୁ ନେଇ ସାଧାରଣ ଲୋକଙ୍କ ମନରେ ଯେଉଁ ଧାରଣା ରହିଛି ତା’ଠାରୁ ନାୟିକା ସୋନକ୍ଷୀ ସିହ୍ନା ଟିକେ ଭିନ୍ନ।...

ନେଗେଟିଭ୍‌ କ୍ୟାରେକ୍ଟର ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବେ କି ଛୋଟେ ନବାବ!

ମୁମ୍ବାଇ: ବଲିଉଡ୍‌ ନାୟକ ଶୈଫ ଅଲି ଖାଁ ବେଶ୍‌ କିଛିଦିନ ହେବ ବଡ଼ ପରଦାରେ ସେମିତି କିଛି ଚରିତ୍ରରେ ଦେଖାଦେଇ ନାହାଁନ୍ତି। ଯାହା ଦର୍ଶକଙ୍କୁ ଛୁଇଁ...

ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’: ପ୍ରଦୀପଙ୍କ ନାୟିକା ସାଜିଛନ୍ତି ଦିବ୍ୟା

ବାବା ବାଣେଶ୍ୱର ଫିଲ୍ମସ ବ୍ୟାନରରେ ନୂଆ ଓଡ଼ିଆ ସିନେମା ‘ପ୍ରେମ ଏଟିଏମ୍‌’ର ଶୁଟିଂ ଚାଲୁରହିଛି। କାହାଣୀ ଅନୁସାରେ ପ୍ରେମା ଜଣେ ସାଧାରଣ ଯୁବକ। ପୂଜା ନାମ୍ନୀ...

ହିରୋରୁ ବାପା ଭୂମିକା ଯାଏ

ଦୁର୍ଗା ଭୂୟାଁ! ଓଡ଼ିଆ ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ କଳାକାର। ଯାତ୍ରାର ଅନେକ ପରିବର୍ତ୍ତନ ସେ ଦେଖିଛନ୍ତି। ପୁଣି ଅନେକ କଥା ସେ ଅଙ୍ଗେ ନିଭେଇଛନ୍ତି।...

ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ...

ମାସ୍କ ପିନ୍ଧି ଫଟୋ ଶେୟାର କଲେ ପ୍ରିୟଙ୍କା: ୟୁଜର୍ସ କହିଲେ ଶାଶୁ ଘରକୁ ପଳାଅ

ନୂଆଦିଲ୍ଲୀ,୪।୧୧: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଦିଲ୍ଲୀରେ ନେଟଫ୍ଲିକ୍ସ ପ୍ରୋଜେକ୍ଟର ‘ଦ ହ୍ବାଇଟ୍‌ ଟାଇଗର’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ସେଠାରେ ପ୍ରଦୂଷଣର...

ଫେରୁଛି ‘ରୋଜା’

ମୁମ୍ବାଇ: ମଣିରତ୍ନମଙ୍କ ନିର୍ଦ୍ଦେଶିତ ଫିଲ୍ମ ୧୯୯୨ରେ ପରଦାରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଏବେବି ଏହା ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି। ଏଥିରେ ଅରବିନ୍ଦ...

Leave a comment

Your email address will not be published. Required fields are marked *