ବସ୍‌ ଓଲଟି ୩ ମୃତ ଘଟଣା: କ୍ଷତିପୂରଣ ଲାଗି ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକୋ

ନବରଙ୍ଗପୁର,୧୬ା୨(ବି.ପ୍ର.): ନବରଙ୍ଗପୁର-ପାପଡ଼ାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥ ତଥା ଡିୟରପାର୍କଠାରୁ କିଛି ଦୂରରେ ଏକ ଘରୋଇ ବସ୍‌ ଶନିବାର ଓଲଟି ପଡିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ନବରଙ୍ଗପୁର ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୧୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ମାତ୍ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଆଶିଷ ମିଶ୍ରଙ୍କ ପରିବାର ପକ୍ଷରୁ ଅଧିକ କ୍ଷତିପୂରଣ ଲାଗି ରାସ୍ତାରୋକୋ କରାଯାଇଥିଲା। ଦୀର୍ଘ ୨ ଘଣ୍ଟା ଧରି ୨୬ ନଂ. ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ୍‌ ହୋଇଥିଲା। ବସ୍‌ ମାଲିକ ଘଟଣାସ୍ଥଳରେ ପହଞ୍ଚି ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ଲାଗି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ହଟିଛି।


All Right Reserved By Dharitri.Com

ଆହତ ସମ୍ବରକୁ ଚିକିତ୍ସା କରାଇଲା ବନ ବିଭାଗ

ଧମା, ୭।୪ (ଡି.ଏନ.ଏ.) ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ୍‌ ଖିଣ୍ଡା ଗ୍ରାମର ଖଲିଆବନ୍ଧ ନିକଟରୁ ଧମା ବନ ବିଭାଗ ମଙ୍ଗଳବାର ସକାଳେ ଏକ ଆହତ ସମ୍ବରକୁ...

କରୋନା ଡର: ବ୍ରାହ୍ମଣୀପାଳ ବଜାରରେ ବିଦେଶୀଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ, ପୋଲିସର ତଦନ୍ତ ଜାରି

କେନ୍ଦୁଝର,୭।୩(ସ୍ବ.ପ୍ର.): ଦୈତାରୀ ଥାନା ଅନ୍ତର୍ଗତ ଓ ହରିଚନ୍ଦନପୁର ବ୍ଲକ ବ୍ରାହ୍ମଣୀପାଳ ବଜାରରେ ଶନିବାର ସକାଳେ ଜଣେ ବିଦେଶୀ ଚା’ ପିଉଥିବାର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ।...

୨୦ବର୍ଷ ପରେ ଫେରିଲେ ବିଷ୍ଣୁ

ଢେଙ୍କାନାଳ ଅଫିସ, ୯।୧୧ – ନିଖୋଜର ୨୦ ବର୍ଷ ପରେ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ଥାନା ଗୁଣ୍ଡୁରାପଶି ଗ୍ରାମର ବିଷ୍ଣୁ...

ଅନୁପଙ୍କ ରିମାଣ୍ଡ ଅବଧି ଶେଷ: ସହଯୋଗ ନ କରି ପୋଲିସକୁ ଭୁଆଁ ବୁଲାଇଲେ

ଝାରସୁଗୁଡ଼ା ଅଫିସ,୨୩ା୨: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ଛତିଶଗଡ଼ ପୋଲିସ ଏବେ ଚିନ୍ତାରେ ପଡିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା...

ଡାକ୍ତର, କର୍ମଚାରୀଙ୍କ ନାଁରେ ମାମଲା

ବ୍ରହ୍ମପୁର ଅଫିସ,୨୭ା୪- ବ୍ରହ୍ମପୁର  ନୂଆ ବସଷ୍ଟାଣ୍ଡ ରୋଡରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ରୋଗୀଙ୍କୁ ମାଡ଼ ମରାଯିବା ସହ ତାଙ୍କ ସୁନାଚେନ ଛଡ଼ାଇ ନିଆଯାଇଥିବା...

ମଠରୁ ପୁଅବେଶଧାରୀ ନାବାଳିକା ଉଦ୍ଧାର

ପୁରୀ ଅଫିସ, ୨୩ା୧: ଘରୁ ବିମୁଖ ହୋଇ ଭୁବନେଶ୍ୱରର ଉଚ୍ଚଶିକ୍ଷିତ ଯୁବକ ଗିରିଜା ଶଙ୍କର ମିଶ୍ର ଗତ କିଛି ବର୍ଷ ଧରି ଶ୍ରୀକ୍ଷେତ୍ରକୁ ଚାଲିଆସି ଭିକ୍ଷାବୃତ୍ତି...

ପୁରୀ ରେଳ ଷ୍ଟେଶନରୁ ଆମେରିକା

କଣାସ,୫ା୧୧(ସ୍ବ.ପ୍ର.): ସେଦିନର କୁଅଁା କୁଅଁା ଶବ୍ଦ ଆଜି ସମସ୍ତଙ୍କ ମୁହଁରେ ହସ ଫୁଟାଇଦେଇଛି। ଅଲୋଡା ଶିଖା ଏବେ ଆମେରିକୀୟ ଦମ୍ପତିଙ୍କ ଅଲିଅଳି କନ୍ୟା। ପୁରୀ ରେଳ...

ନୟାଗଡ଼ ସହରରେ ବିଶୋଧନ

ନୟାଗଡ ଅଫିସ,୪|୪:କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ନୟାଗଡ ସହରରେ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ବିଶୋଧନ କରାଯାଇଛି। ସହରର ଟ୍ରାଫିକ ଛକଠାରୁ ଜିଲା ମୁଖ୍ୟ...

Leave a comment

Your email address will not be published. Required fields are marked *