ଗିର୍ଲିଗୁଡ଼ା-ମାଝିଗୁଡ଼ା ସେତୁ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ

ଡାବୁଗାଁ, ୧୬।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡ଼ାଖୁଣ୍ଟା ପଞ୍ଚାୟତ ଅଧୀନ ଗିର୍ଲିଗୁଡ଼ା-ମାଝିଗୁଡ଼ା ଗ୍ରାମ ମଧ୍ୟରେ ଥିବା ଏକ ନାଳ ଉପରେ ପୋଲ ନିର୍ମାଣ ପାଇଁ ରବିବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏ ନେଇ ଡାବୁଗାଁ ବ୍ଲକ ଅଧୀନ ଘୋଡାଖୁଣ୍ଟା ପଞ୍ଚାୟତ ସଦର ମହକୁମାସ୍ଥିତ ଖେଳପଡିଆଠାରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପଦ୍ମିନୀ ଦିଆନ ହେଲିକପ୍ଟରରେ ଆସି ଓହ୍ଲାଇଥିଲେ । ସେଠାରୁ ପ୍ରଥମେ ସେ ଗିର୍ଲିଗୁଡା ଯାଇ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପରେ ଖେଳପଡିଆଠାରେ ସାଧାରଣ ସଭାରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ । ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ଜିଲା ପରିଷଦ ଅଧ୍ୟକ୍ଷ ଭଗବତୀ ଭତ୍ରା, ଉପାଧ୍ୟକ୍ଷା ନିବେଦିତା ମହାନ୍ତିଙ୍କ ସମେତ ହଜାର ହଜାର ଜନସମାଗମ ହୋଇଥିଲା।


All Right Reserved By Dharitri.Com

ଏସ୍‌ସିବି ପୁନର୍ବିନ୍ୟାସ: ଉଚ୍ଛେଦ ପରେ ୫୫ଜଣଙ୍କୁ କ୍ଷତିପୂରଣ ପ୍ରଦାନ

କଟକ ଅଫିସ, ୪।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ(ଏସ୍‌ସିବି) ନବକଳେବର ଲାଗି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଏସ୍‌ସିବି ଚାରିପଟରୁ...

ଉପଖଣ୍ଡ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ପାଲଲହଡା,୧୮ା୧(ଡି.ଏନ.ଏ.) – ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ନ ଥିବାବେଳେ କେତେକ ମେଶିନ ଅଚଳ ଅବସ୍ଥାରେ ରହିଛି। ଫଳରେ...

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ୨୪ ପ୍ଲାଟୁନ୍‌ ଫୋର୍ସ

ଛତ୍ରପୁର,୨୨ା୫(ଡି.ଏନ.ଏ)- ଚଳିତମାସ ୨୩ରେ ଗଞ୍ଜାମ ଜିଲାରେ ହୋଇଥିବା ଭୋଟର ଗଣତି ହେବ। ଏନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ...

ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ...

ବ୍ଲକସ୍ତରୀୟ ଗୁରୁଦିବସ :‘ରାଷ୍ଟ୍ର ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବିଞ୍ଝାରପୁର,୬ା୯(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇସ୍ଥିତ ବରୁଣେଶ୍ୱର କଲ୍ୟାଣ ମଣ୍ଡପଠାରେ ଗୁରୁବାର ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ ହୋଇଯାଇଛି। ବିଞ୍ଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦ...

ପୋଲିସ ହେପାଜତରୁ କଏଦୀ ଚମ୍ପଟ

ହିନ୍ଦୋଳ, ୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ କୋର୍ଟ ପରିସରରୁ ବୁଧବାର ଜଣେ ବିଚାରାଧୀନ କଏଦୀ ପୋଲିସ ସୁରକ୍ଷା ବଳୟ ଭାଙ୍ଗି ଚମ୍ପଟ ମାରିଛନ୍ତି। ସେ ହେଲେ...

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କୁଡ଼ିଆରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବଣାଇଁ,୯।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା କୁଳିପୋଷ ଗ୍ରାମ ସଲଗ୍ନ ଶାଗୁଳିହୁଡ଼ି, ଖଡ଼ିଆମୁଣ୍ଡା ଜଙ୍ଗଲରେ ରହୁଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ରାତିରେ ନିର୍ମମ...

ବେଆଇନ ବାଣ ଭିଡ଼ିବା ବେଳେ ଅଘଟଣ: ବିସ୍ଫୋରଣରେ ୬ ଗୁରୁତର

ବିଞ୍ଝାରପୁର, ୫।୧୦(ଡି.ଏନ.ଏ)- ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ପଶ୍ଚିମ ବାଛୋଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବେଆଇନ ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟି ୬ଜଣ ଗୁରୁତର...

Leave a comment

Your email address will not be published. Required fields are marked *