ମାଟି ତଳୁ ମିଳିଲା ୬୦୩୩ ମଣିଷ କଙ୍କାଳ ଓ ହଜାର ହଜାର ଗୁଳି

ଗିଟେଗା,୧୬।୨: ପୂର୍ବ ଆଫ୍ରିକାରେ ଥିବା ବୁରୁଣ୍ଡିରୁ ଖନନ ସମୟରେ ମାଟି ତଳୁ ୬୦୩୩ ମଣିଷ କଙ୍କାଳ ମିଳିଛି। ଏହା ସହିତ ହଜାର ହଜାର ଗୁଳି ମଧ୍ୟ ଉଦ୍ଧାର ହୋଇଛି। ଏତେ ସଂଖ୍ୟକ ଲୋକଙ୍କ ମାରି ଏଠାରେ ପୋତି ଦିଆଯାଇଥିବା କୁହାଯାଉଛି। କରୁସି ପ୍ରଦେଶର ୬ଟି ସ୍ଥାନରେ ଖନନ କରାଯାଇ ଏହି କଙ୍କାଳ ଉଦ୍ଧାର ହୋଇଛି। ଏହା ସହିତ ଚଷମା, ପର୍ସ ସହିତ ଅନ୍ୟ କେତେକ ସାମଗ୍ରୀ ମିଳିଛି। ମିଳିଥିବା ସାମଗ୍ରୀରୁ କଙ୍କାଳ କାହାର ତାହା ଚିହ୍ନଟ ହୋଇପାରିବ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛି। କିଛିଦିନ ତଳେ ସରକାର ଦେଶର ୪୦୦୦ ସାମୁହିକ କବର ଖୋଳିବା ପାଇଁ ନିଷ୍ପତ୍ତି ନେଇଥିଲେ। ବୁରୁଣ୍ଡିରେ ୧୯୯୩ରୁ ୨୦୦୫ ପର୍ଯ୍ୟନ୍ତ ହୋଇଥିବା ଗୃହଯୁଦ୍ଧରେ ବହୁ ସଂଖ୍ୟକ ଲୋକଙ୍କୁ ହତ୍ୟା କରାଯାଇ ସାମୁହିକ ଭାବେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଗୃହଯୁଦ୍ଧ ସମୟରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଏଠାରେ ୧୯୬୫, ୧୯୬୯, ୧୯୭୨, ୧୯୮୮ ଏବଂ ୧୯୯୩ରେ ନର ସଂହାର କରାଯାଇଥିଲା।


All Right Reserved By Dharitri.Com

ନ୍ୟୁୟର୍କ ବ୍ରୋନକ୍ସ୍‌ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍‌

ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର...

କରୋନାର କରୁଣ ଦୃଶ୍ୟ: ମୃତ ଲୋକଙ୍କ ପାଇଁ ମିଳୁନି କଫିନ!

ସାଓ ପୋଲୋ,୨।୫: ବ୍ରାଜିଲର ମାନୁସ ସହରରେ କରୋନାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ଖବର ଅନୁଯାୟୀ, ଏଠାରେ ପ୍ରତିଦିନ କରୋନା ସଂକ୍ରମଣରେ ଶହ ଶହ...

କାଜାଖସ୍ତାନରେ ନୂଆ ନେତାଙ୍କୁ ବିରୋଧ: ୫୦୦ ଗିରଫ

ଅଲମାଟି,୧୦ା୬(ଏଏଫ୍‌ପି): କାଜାଖସ୍ତାନ ରାଷ୍ଟ୍ରପତି ନୁର୍‌ସୁଲତାନ୍‌ ନଜାର୍ବାୟେବ୍‌ଙ୍କ ୩୦ ବର୍ଷ ଶାସନର ଅନ୍ତ ଘଟିବା ପରେ ଦେଶବାସୀ କାସିମ୍‌ ଜୋମ୍‌ରାଟ-ଟୋକାୟଭ୍‌ଙ୍କୁ ନୂଆ ନେତା ଭାବେ ନିର୍ବାଚିତ କରିଥିବାବେଳେ...

ସାମ୍ନାକୁ ଆସିଲା କରୋନା ଭାଇରସ୍‌ ସଂକ୍ରମଣର ୬ଟି ନୂଆ ଲକ୍ଷଣ

ଓ୍ବାଶିଂଟନ୍‌,୨୭।୪: କରୋନା ଭାଇରସ୍‌ ସଂକ୍ରମଣ ପ୍ରାରମ୍ଭରୁ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ସୁଖା କାଶ, ଭୀଷଣ ଜ୍ୱର ଓ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଲା ଭଳି ଲକ୍ଷଣ...

ଦୁବଇରେ ଏବେ ମଦ୍ୟପାନ କଲେ ମିଳିବନି ଦଣ୍ଡ

ଦୁବଇ,୧୩।୭: ଏବେ ଦୁବଇରେ ପର୍ଯ୍ୟଟକଙ୍କୁ ୩୦ ଦିନ ଲାଗି ମାଗଣା ଆଲକୋହଲ ଲାଇସେନ୍ସ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ତେବେ ମଦ୍ୟପାନ କରି ନିୟମ ଉଲ୍ଲଂଘନ...

ଭକ୍ତ-ଭଗବାନଙ୍କ ମଧ୍ୟରେ କରୋନା: ଭାରତର ୧୩ଟି ରାଜ୍ୟର ୩୩ ଧର୍ମସ୍ଥଳୀରେ କଟକଣା; ଇଟାଲିରେ ଚର୍ଚ୍ଚ-ଇରାନରେ ମସଜିଦ୍‌ ବନ୍ଦ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୩: ପୃଥିବୀରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଥିପାଇଁ ପ୍ରତି ଦେଶର ସରକାର ଭିଡ଼ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ଭାରତରେ କରୋନା ସଂକ୍ରମିତଙ୍କ...

ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ନିହତ

ବାମାକୋ,୧୯।୬: କେନ୍ଦ୍ରୀୟ ମାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଙ୍ଗାଫାନି...

ପଶୁପତିନାଥ ମନ୍ଦିରରେ ଭୟ ସୃଷ୍ଟିକଲା ଅଜଣା ବସ୍ତୁ

କାଠମାଣ୍ଡୁ,୨୦।୯:ନେପାଳର କାଠମାଣ୍ଡୁଠାରେ ଥିବା ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଶୁକ୍ରବାର କିଛି ଅଜଣା ବସ୍ତୁ ଦେଖିବାକୁ ମିଳିଛି। ଏହାପରେ ମନ୍ଦିର ପରିସରରେ କୋକୁଆ ଭୟ ସୃଷ୍ଟି ହୋଇଥିବା...

Leave a comment

Your email address will not be published. Required fields are marked *