ବଣାଇଁରେ ଚାଞ୍ଚଲ୍ୟ: ବଡଭାଇ ସପରିବାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲା ସାନଭାଇ

ବଣାଇଁ,୧୬।୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଧାର ଉଧାରକୁ କେନ୍ଦ୍ରକରି ସାନଭାଇ ବଡ଼ଭାଇ ସମେତ ତାଙ୍କ ସପରିବାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହତ୍ୟା ପରେ ସାନଭାଇ କାଲି ମୁଣ୍ଡା (୨୨)ରବିବାର ଥାନାରେ ଆତ୍ମସମର୍ପଣ କରିଛନ୍ତି। ମୃତକମାନେ ହେଲେ କାଲିଙ୍କ ବଡ଼ଭାଇ କାଣ୍ଡେ (୩୦), ଭାଉଜ ସୁମି (୨୫ ), ଝିଆରୀ ମାଲିନି (୭) ଏବଂ ପୁତୁରା ମାରା (୫)।
ସୂଚନାଯୋଗ୍ୟ, କାଣ୍ଡେ ଗରିବ ହୋଇଥିବା ବେଳେ ଡ୍ରାଇଭର ଥିବା ସାନଭାଇ କାଲିଙ୍କଠୁ କିଛି ଟଙ୍କା ଉଧାର ନେଇଥିଲେ। ମାତ୍ର ସେ ଏହି ଉଧାର ଟଙ୍କା ଫେରାଇ ନ ଥିଲେ। ବିଳମ୍ବିତ ରାତିରେ ସାନଭାଇ ନିଶାରେ ଥାଇ ବଡଭାଇଙ୍କୁ ଟଙ୍କା ମାଗିଥିଲେ। ମାତ୍ର ବଡଭାଇ କାଣ୍ଡେ ବର୍ତ୍ତମାନ ଟଙ୍କା ଦେଇପାରିବି ନାହିଁ ବୋଲି କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସାନଭାଇ କାଲି ଏକ ଟାଙ୍ଗିଆରେ କାଣ୍ଡେ, ସୁମି, ମାଲିନି ଏବଂ ମାରାଙ୍କୁ ହତ୍ୟା କରିଥିଲେ। ତେବେ ଆତ୍ମସମର୍ପଣ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଯାଇଛି।


All Right Reserved By Dharitri.Com

ଶନି ମନ୍ଦିରରୁ ଚୋରି ଘଟଣା: ହୁଣ୍ଡି ସହ ୧ ହଜାର ଟଙ୍କା ଜବତ୨ ନାବାଳକ ଗଲେ ସୁଧାର ଗୃହ

ବଡବିଲ, ୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ନିକଟ ଶନି ମନ୍ଦିର ମୁଖ୍ୟ ଫାଟକ ତାଲା ଭାଙ୍ଗି ହୁଣ୍ଡି ଚୋରି ଘଟଣାରେ ଶୁକ୍ରବାର ପୋଲିସ ଦୁଇ...

ବ୍ୟବସାୟୀଙ୍କୁ ଅପହରଣ ମାମଲା: ୪ ଗିରଫ: ୩ କାର୍‌,୨ ବାଇକ୍‌, ବନ୍ଧୁକ ଜବତ

ଭୁୁବନେଶ୍ୱର,୨ା୮(ବ୍ୟୁରୋ): ଭୁୁବନେଶ୍ୱର,୨ା୭(ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ଲେନ୍‌ ଏନ୍‌-୧ରେ ରହୁଥିବା ବ୍ୟବସାୟୀ ଶିବସୁନ୍ଦର ଦାଶଙ୍କୁ ଗତ ୭ ତାରିଖ ରାତିରେ କେତେଜଣ ଦୁର୍ବୃତ୍ତ କାର୍‌ ସହ...

ମାଲକାନଗିରି: ତୃତୀୟ ରାଉଣ୍ଡରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତୃତୀୟ ରାଉଣ୍ଡ ଗଣତିରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ତୃତୀୟ ରାଉଣ୍ଡ ସୁଦ୍ଧା ଆଦିତ୍ୟ ମାଢ଼ି...

କମୁଛି ସାମୁଦ୍ରିକ ମାଛ ଉତ୍ପାଦନ

ବାସୁଦେବପୁର,୨୮।୨(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର ୨ଟି ୱାର୍ଡ...

ଫୁଟପାତ ଉପରେ ଚଢ଼ିଗଲା ଟ୍ରକ: ୪ ମୃତ, ୩ ଆହତ

ସମ୍ବଲପୁର, ୨୧।୧(ବ୍ୟୁରୋ)- ସମ୍ବଲପୁର ଜିଲା ଶାସନ ଥାନା ପରମାଣପୁରରେ ମଙ୍ଗଳବାର ଭୋରୁ ଏକ ଅଭାବନୀୟ ଘଟଣା ଘଟିଛି। ଧନୁଯାତ୍ରା ପାଇଁ ଖୋଲିଥିବା ଫୁଟପାତରେ ଏକ କୋଇଲା...

ଖୁଣ୍ଟା ବ୍ଲକରେ ବର୍ଷାଭାବ : ଚାଷ କାମ ବିଳମ୍ବ, ଚିନ୍ତାରେ ଚାଷୀ

ଖୁଣ୍ଟା ,୫ା୮(ଡି.ଏନ୍‌.ଏ.): କେବଳ ବର୍ଷା ପାଣି ଉପରେ ନିର୍ଭର କରି ଖରିଫ ଋତୁରେ ଧାନ ଚାଷ କରି ଆସୁଥିବା ଖୁଣ୍ଟା ବ୍ଲକର ଚାଷୀ ଏବେ ଚିନ୍ତାରେ...

ଖଇରପୁଟ ବିଡିଓଙ୍କ ବଦଳି ନେଇ ତାତିଲେ ଲୋକ ପ୍ରତିନିଧି: ବ୍ଲକ କାର୍ଯ୍ୟାଳୟରେ ପକାଇଲେ ତାଲା

ମାଲକାନଗିର/ଖଇରପୁଟ, ୧୮ା୧୨(ଡି.,ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ କାର୍ଯ୍ୟାାଳୟକୁ ବୁଧବାର ବହୁ ସଂଖ୍ୟାରେ ଆଦିବାସୀ ମହିଳାପୁରୁଷ ଘେରାଉ କରି ବିଡିଓ ବିଶ୍ୱଜିତ ବର୍ମନଙ୍କ ବଦଳି ଦାବି...

୧୫ ସୁଦ୍ଧା ପାଇଖାନା ନିର୍ମାଣ ବକେୟା ପ୍ରଦାନ ନିର୍ଦ୍ଦେଶ: ଘରକୁ ଯାଇ କାର୍ଯ୍ୟାଦେଶ ଦେଲେ ବିଡିଓ

ଛତ୍ରପୁର,୯ା୧(ଡି.ଏନ.ଏ)-ଗଞ୍ଜାମ ଜିଲାରେ ବାହ୍ୟ ମଳମୁକ୍ତ ଘୋଷଣା ହୋଇଥିଲେ ମଧ୍ୟ ଏବେ ଲୋକେ ଖୋଲାରେ ଶୌଚ ହେଉଛନ୍ତି। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବିଭିନ୍ନ ପଦକ୍ଷେପ...

Leave a comment

Your email address will not be published. Required fields are marked *