ଅନ୍‌ଲାଇନ୍‌ ଠକେଇ: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଆକାଉଣ୍ଟରୁ ୧୫ ହଜାର ଗାଏବ

କଟକ ଅଫିସ,୧୬।୨: ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଏସ୍‌ଟି ବିଭାଗ ସ୍ନାତକ ତୃତୀୟ ବର୍ଷର ଛାତ୍ର କୈଳାସ ବେହେରା। ତାଙ୍କ ଆକାଉଣ୍ଟରୁ କେହି ଦୁର୍ବୃତ୍ତ ୧୫ ହଜାର ଟଙ୍କା ଠକି ନେଇଥିବା ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, କୈଳାସଙ୍କ ବାପା ଗାଡ଼ି ଭଡାରେ ପଠାନ୍ତି। ସେ ମଧ୍ୟ ବାପାଙ୍କୁ ବ୍ୟବସାୟରେ ସହଯୋଗ କରନ୍ତି। ୩ ଦିନ ପୂର୍ବେ ତାଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ କଟକରୁ କିଛି ଜିନିଷ ଟ୍ରକ୍‌ରେ ପୁଣେ ପଠାଯିବ ବୋଲି କହିଥିଲେ। କୈଳାସଙ୍କ ସହ ପରିବହନ ଭଡା ବାବଦରେ କଥା ହୋଇଥିଲେ। ଭଡା ଦର ସ୍ଥିର ହୋଇଥିବାବେଳେ କିଛି ଟଙ୍କା ଆଗୁଆ ପଠାଇବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୈଳାସ କହିଥିଲେ। ବ୍ୟକ୍ତି ଜଣକ ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଇଥିଲେ। ସେ ଅନ୍‌ଲାଇନ୍‌ରେ ଭଡ଼ା ଟଙ୍କା ଦେବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କ ଆକାଉଣ୍ଟରୁ ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାନ୍ସଫର୍‌ ହେବାକୁ ହେଲେ ଟଙ୍କା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ବାଲାନ୍ସ ସର୍ବନିମ୍ନ ୧୫ ହଜାର ଟଙ୍କା ରହିବା ଆବଶ୍ୟକ। ଏଣୁ କୈଳାସ ନିଜ ଆକାଉଣ୍ଟରେ ୧୫ ହଜାର ଟଙ୍କା ଜମା କରିଥିଲେ। ଏହାପରେ ତାଙ୍କୁ ଭଡ଼ା ଟଙ୍କା ଗୁଗୁଲ୍‌ ପେ’ ଆପ୍‌ରୁ ପଠାଇବାକୁ କହିଥିଲେ। କିଛି ସମୟ ପରେ କୈଳାସଙ୍କ ଫୋନ୍‌କୁ ଏକ କ୍ୟୁ-ଆର୍‌ କୋଡ୍‌ ଆସିଥିଲା। ସେ କୋଡ୍‌କୁ ସ୍କାନ୍‌ କରିବା ପରେ ତାଙ୍କ ଆକାଉଣ୍ଟରୁ ୧୫ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ପରେ ଉକ୍ତ ବ୍ୟକ୍ତିଙ୍କୁ କୈଳାସ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ତେବେ ଏ ନେଇ ପୋଲିସରେ ଅଭିଯୋଗ କଲେ ମଧ୍ୟ ଟଙ୍କା ଫେରିବାର ଆଶା ନ ଥିବାରୁ ସେ ଅଭିଯୋଗ କରି ନ ଥିବା କହିଛନ୍ତି।


All Right Reserved By Dharitri.Com

କନ୍ୟାକୁମାରୀରୁ କଟକ: ଏକତାର ମନ୍ତ୍ର ନେଇ ଥଙ୍ଗାରାଜାଙ୍କ ଦେଶ ପରିକ୍ରମା

କଟକ ଅଫିସ, ୩୦ା୧୧: ପଙ୍ଗୁ ଲଙ୍ଘୟତେ ଗିରି। ସଂସ୍କୃତରେ ଥିବା ଏହି ଶ୍ଳୋକକୁ ପ୍ରମାଣିତ କରିଛନ୍ତି କନ୍ୟାକୁମାରୀର ଆର୍‌. ଥଙ୍ଗାରାଜା(୪୦)। ଦୁଇଟି ଗୋଡ଼ ଅକର୍ମଣ୍ୟ ହୋଇଥିଲେ...

ସ୍ବେଚ୍ଛାସେବୀ, ଗଁ। ର ଲୋକ୍‌ ମିଶି ତିଆର କଲେ ରାସ୍‌ତା: ଅଭିଶାପ ପାଲଟିଛେ ଗଁବାସୀକର ଜୀବନ୍‌

ରେଙ୍ଗାଲି, ୨୭।୮ (ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଁଚେତ୍‌ ଅଧୀନ ବୁଧିଆପାଲି ଗଁାର ସ୍କୁଲକେ ସଂଯୋଗ କରୁଥିବାର ରାସ୍‌ତାକେ ମାତୃଭୂମୀ ସ୍ବେଚ୍ଛାସେବୀ ସଂଗଠନ...

ଅନିୟମିତତା: କୂଅ ଖୋଳା ନାଁରେ ଲକ୍ଷାଧିକ ଟଙ୍କା ଚଳୁ

କୋଟପାଡ଼,୯ା୧(ଡି.ଏନ୍‌.ଏ.) କୋରାପୁଟ ଜିଲା କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତ ମକାପୁଟ ଗ୍ରାମରେ ଗଭୀର କୂପ ଖୋଳା ନ ଯାଇ ହିତାଧିକାରୀଙ୍କ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଜିଲାପାଳଙ୍କ ନିକଟରେ...

୩ଥର ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ଗିରଫ

ଭାପୁର,୧୪।୮(ଡି.ଏନ.ଏ): ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ଯୁବକ ୩ ମାସ ମଧ୍ୟରେ ୩ ଥର ଚମ୍ପଟ ମାରିଥିଲେ। ଏହା ଜେଲ କର୍ମଚାରୀ...

ଟ୍ରକକୁ ପଛରୁ ପିଟିଲା ଟ୍ରକ, ଚାଳକ ମୃତ

କେନ୍ଦୁଝର, ୯ା୩(ସ୍ବ.ପ୍ର.)-କେନ୍ଦୁଝର ସହର ଦେଇ ଯାଇଥିବା ପୁରୁଣା ବଜାର ନିକଟ ୨୦ ନଂ. ଜାତୀୟ ରାଜପଥରେ ଏକ ଟ୍ରକ ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତାକଡରେ...

ଲୋକ ସଭାରେ ‘ଫନୀ’ ଚର୍ଚ୍ଚା

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ସାମୁଦ୍ରିକ ଝଡ ‘ଫନୀ’ ଦ୍ୱାରା ଉପକୂଳ ଓଡ଼ିଶାର ବହୁତ କ୍ଷତି ହୋଇଛି। ଓଡ଼ିଶାର ଭୌଗୋଳିକ ଅବସ୍ଥିତି ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରୁଛି। ‘ଫନୀ’ ପୁନରୁଦ୍ଧାର...

ଗଞ୍ଜାମ ବ୍ଲକରେ ୪ କେରଳ ଫେରନ୍ତା, ଘରୁ ନ ବାହାରିବାକୁ ବିଡିଓଙ୍କ ପରାମର୍ଶ

ଗଞ୍ଜାମ,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଗୋଖରକୁଦା ଗ୍ରାମର କେତେଜଣ ବ୍ୟକ୍ତି ରୋଜଗାର ପାଇଁ କେରଳ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ନିଜ ଗ୍ରାମକୁ ଫେରିଛନ୍ତି। ଏ ନେଇ...

ବିଜୟା ଦଶମୀରେ ଶ୍ରୀରଘୁନାଥଜୀଉଙ୍କ ସୁନାବେଶ

ଓଡ଼ଗାଁ,୧୦ା୧୦(ସ୍ବ.ପ୍ର.): ଓଡ଼ଗାଁରେ ବିଜେ ଶ୍ରୀରଘୁନାଥଜୀଉଙ୍କ ମନ୍ଦିରରେ ସୋମବାର ବିଜୟା ଦଶମୀ ପାଳିତ ହୋଇଯାଇଛି। ଏହି ତିଥିରେ ପ୍ରଭୁ, ମା’ ସୀତା ଓ ଅନୁଜ ଲକ୍ଷ୍ମଣ ସୁନା...

Leave a comment

Your email address will not be published. Required fields are marked *