ପୁରୀ ଜିଲା ଚିଠି: ବାଡ଼ ଖାଉଛି ଫସଲ

ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ମଧ୍ୟରୁ ପ୍ରସିଦ୍ଧ ହେଉଛି ରଥଯାତ୍ରା। ପବିତ୍ର ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଏହା ଅନୁଷ୍ଠିତ ହୋଇଥାଏ। ଏହା କେବଳ ପୁରୀ କି ଓଡ଼ିଶାରେ ସୀମିତ ନୁହେଁ, ଭାରତର ବିଭିନ୍ନ ରାଜ୍ୟ ଏପରି କି ବିଦେଶର ଅନେକ ସ୍ଥାନରେ ମଧ୍ୟ ରଥଯାତ୍ରା ଆୟୋଜନ ହେଉଛି। ଏହା ନିଶ୍ଚିତ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। କିନ୍ତୁ କିଛିବର୍ଷ ହେଲା ଅଦିନରେ ବିଭିନ୍ନ ଜାଗାରେ ଆୟୋଜନ ହେଉଛି ରଥଯାତ୍ରା, ଯାହାକି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି ଘୋର ଅପମାନ ଏବଂ ଶାସ୍ତ୍ର ବିରୋଧୀ। ଏହାକୁ ନେଇ ହୋହଲ୍ଲା, ବିକ୍ଷୋଭ, କୁଶପୁତ୍ତଳିକା ଦାହ ଏପରି କି ଥାନା ଯାଏ ବି କଥା ଯାଉଛି। ପ୍ରତିବାଦ ପରେ କେଉଁଠି ଆୟୋଜକ ତାଙ୍କ ନିଷ୍ପତ୍ତିରୁ ଓହରି ଯାଉଛନ୍ତି ତ ପୁଣି କେହି କେହି ଅବମାନନା କରୁଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଥିରେ ରୋକ୍‌ ଲଗାଇବା ପାଇଁ ଅନେକ ସମୟରେ ଚେଷ୍ଟା କରୁଛି। କିନ୍ତୁ ଏ ପର୍ଯ୍ୟନ୍ତ ଏଥିରେ ଶତ ପ୍ରତିଶତ ସଫଳତା ମିଳିନାହିଁ। ଗତବର୍ଷ ସେପ୍ଟେମ୍ବର ୬ତାରିଖ ପରିଚାଳନା କମିଟି ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା ଅନୁସାରେ ରଥଯାତ୍ରା କରାଯାଉଛି ଅଧିକାଂଶ ସ୍ଥାନରେ ବିଧି ମୁତାବକ ହେଉନାହିଁ। ତେଣୁ ରାଜ୍ୟ ସରକାରଙ୍କ ସହଯୋଗରେ ରଥଯାତ୍ରାର ବିଧି ବିଶ୍ୱବାସୀଙ୍କୁ ଅବଗତ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହାସତ୍ତ୍ବେ କେତେକ ଅନୁଷ୍ଠାନ ଏହାକୁ ବେଖାତିର କରିଆସୁଛନ୍ତି। ଗତ ମାସ ୩୦ ତାରିଖ ବସନ୍ତ ପଞ୍ଚମୀରେ ମୁମ୍ବାଇରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯିବାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସଙ୍ଗଠନ ପକ୍ଷରୁ ବିକ୍ଷୋଭ, କୁଶପୁତ୍ତଳିକା ଦାହ ସହ ଇସ୍କନ ଅଧିକାରୀଙ୍କ ନଁାରେ ଥାନାରେ ଏତଲା ଦିଆଯାଇଛି। ହେଲେ ମୁମ୍ବାଇରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯିବାରେ ପୁରୀର ଜଣେ ଯୁବ ଦଇତାପତିଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ସମ୍ପୃକ୍ତ ଦଇତାପତି ବ୍ୟକ୍ତିଗତ ସ୍ବାର୍ଥ ପାଇଁ ମହାପ୍ରଭୁଙ୍କ ବିଧି ପରମ୍ପରାକୁ ଆଡ଼େଇ ଆୟୋଜକଙ୍କ ସହ ହାତ ମିଶାଇ ରଥଯାତ୍ରା କରିଛନ୍ତି। ସେହିପରି ଭୁବନେଶ୍ୱରରେ ମହାପ୍ରଭୁଙ୍କ ରଘୁନାଥ ବେଶକୁ ନେଇ ବି ବିବାଦ ଉପୁଜିଥିଲା। ରତ୍ନସିଂହାସନ ବାହାରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ କରାଯାଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ପୁରାଣ ଅନୁସାରେ, ସ୍ବତନ୍ତ୍ର ତିଥିରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଏହି ବେଶ କରାଯିବାର ବିଧି ଥିବାବେଳେ ଏହା ବାହାରେ ହେବା ପଛରେ ବି ଶ୍ରୀମନ୍ଦିରର କେତେଜଣ ସେବାୟତଙ୍କ ହାତ ରହିଥିଲା। ସେହିପରି କୋଲକାତାରେ ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ଚତୁର୍ଦ୍ଧାବିଗ୍ରହଙ୍କୁ ସ୍ଥାପନ କରିଥିଲେ ଶ୍ରୀମନ୍ଦିରର କେତେଜଣ ସେବାୟତ। ଏଠି ବାଡ଼ ଫସଲ ଖାଉଛି। ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ କିପରି ସୁରକ୍ଷିତ ରଖାଯିବ ସେନେଇ ଗବେଷକ ଓ ବୁଦ୍ଧିଜୀବୀ ପ୍ରଶ୍ନ କରୁଛନ୍ତି। -ହେମନ୍ତ ନାୟକ


All Right Reserved By Dharitri.Com

ଭୋଟ ପୂର୍ବରୁ ଚାଲିଲାଣି ବାକ୍‌ଯୁଦ୍ଧ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ନେଇ ୩ ପ୍ରମୁଖ ଦଳର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଶନିବାର ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ରୀତା ସାହୁଙ୍କୁ ପ୍ରାର୍ଥୀ...

ଏବେ ସହରକୁ ବିପଦ ସାଳନ୍ଦୀ

ଭଦ୍ରକ ଅଫିସ, ୧।୭ – ସାଳନ୍ଦୀ ନଦୀକୁ ଭଦ୍ରକ ଜିଲାର ଜୀବନରେଖା ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ନଦୀର ଯାହା ଅବସ୍ଥା ବର୍ଷାଋତୁରେ କରାଳ ରୂପ...

ଖାଦାନରୁ କଳାପଥର ଲୁଟ ରୋକିବାରେ ପ୍ରଶାସନ ବିଫଳ: ପାର୍ଶ୍ୱ ରାସ୍ତାରେ ଚାଲିଛି ପରିବହନ

ଯାଜପୁର ଅଫିସ,୬।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନରେ ଥିବା ବିଭିନ୍ନ ଖାଦାନରୁ କଳାପଥର ଲୁଟ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ...

କୃଷି, ପୋଷଣ ଉପରେ ଫୋକସ୍‌

ଭୁବନେଶ୍ୱର,୧୯ା୨(ବ୍ୟୁରୋ):ରାଜ୍ୟ ସରକାର ପ୍ରଥମଥର ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ଇଲେକ୍ଟ୍ରୋନିକ ବଜେଟ ପ୍ରସ୍ତୁତ କରିଛନ୍ତି। ଏହାକୁ...

ଜଗା-କାଳିଆ ଅସ୍ତ୍ରୋପଚାର:‘ଲିମ୍‌କା ବୁକ୍‌’ରେ ସ୍ଥାନ ପାଇଲା

ଭୁବନେଶ୍ୱର,୧୩-୧୧(ବ୍ୟୁରୋ):କନ୍ଧମାଳ ଜିଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କଠାରେ ହୋଇଥିବା ଅସ୍ତ୍ରୋପଚାର ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ୍‌ସର ୨୦୨୦ ସଂସ୍କରଣ ପାଇଁ ସ୍ଥାନ ପାଇଛି। ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର...

ଦନ୍ତା ହାତୀ ଦେଖି ଲୋକେ ଭୟଭୀତ

ବାଙ୍କୀ,୭ା୩(ସ୍ବ.ପ୍ର.): କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଚକୁଳେଶ୍ୱର କାଉଚି ଆଶ୍ରମ ନିକଟ ମହାନଦୀ ପଠାରେ ଶୁକ୍ରବାର ଏକ ଜଙ୍ଗଲି ହାତୀ ଦେଖି ସ୍ଥାନୀୟ ଲୋକେ...

ଭୋଜିଖାଇ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର, ୧୨।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଦୁଧିଆନାଳି ଗାଁରେ ହାତୀ ଆକ୍ରମଣରେ ଗୁରୁବାର ରାତିରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗାଁର...

କରୋନା ଭୟ: ଫିକା ପଡ଼ିଲା ରଙ୍ଗ ବେପାର

ଦଶରଥପୁର,୯।୩(ଡିଏନ୍‌ଏ): ଭୟଙ୍କର ସଂକ୍ରମିତ କରୋନା ରୋଗ ଏବେ ପୃଥିବୀର ସମସ୍ତ ଦେଶକୁ ଧୀରେଧୀରେ କରାୟତ କରିଚାଲିଛି। ଫଳରେ ସବୁ ଦେଶର ଲୋକଙ୍କ ମନରେ ଏକ ଭୟର...

Leave a comment

Your email address will not be published. Required fields are marked *