୨ ସମ୍ପ୍ରଦାୟର ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା: ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ

କେନ୍ଦ୍ରାପଡା ଅଫିସ, ୬ା୬: ସାମାଜିକ ଗଣମାଧ୍ୟମରେ ଉତ୍ତେଜନାମୂଳକ ଖବର ପ୍ରସାରଣ ରୋକିବା ପାଇଁ କେନ୍ଦ୍ରାପଡ଼ା ସହର ଓ ଏହାର ଆଖାପାଖ ଅଞ୍ଚଳରେ ୪୮ ଘଣ୍ଟା ଅର୍ଥାତ୍‌ ୨ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଗୃହ ବିଭାଗ ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କ ନିର୍ଦ୍ଦେଶନାମା (୧୪୦୩/ସି) ଅନୁଯାୟୀ ବୁଧବାର ପୂର୍ବାହ୍ନ ୧୧ଟା ୩୦ରୁ ଏହି କଟକଣା ଲାଗୁ ହୋଇଛି। ଦୁଇଦିନ ପୂର୍ବେ ଦୁଇ ଭିନ୍ନ ସମ୍ପ୍ରଦାୟର ଯୁବକଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ଚାଲିଥିବା ଉତ୍ତେଜନା ନେଇ ଟୁଇଟର, ହ୍ବାଟସଆପ୍‌, ଫେସ୍‌ବୁକ୍‌ ଆଦିରେ କେତେକ ଆପତ୍ତିଜନକ ଖବର ପରିବେଷଣ ହେଉଛି। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି ବୋଲି ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସେପଟେ ଘଟଣାର ସମାଧାନ ପାଇଁ ସନ୍ଧ୍ୟାରେ ଏସ୍‌ପି ନୀତିଶେଖର ଉଭୟ ସମ୍ପ୍ରଦାୟର ମୁରବିମାନଙ୍କୁ ଶାନ୍ତିକମିଟି ବୈଠକକୁ ଡାକିଥିଲେ। ମାତ୍ର ଅପରାହ୍ନରୁ ଝଡ଼ବର୍ଷା ଆରମ୍ଭ ହୋଇଯିବାରୁ ଅନେକେ ବୈଠକରେ ଯୋଗଦେଇପାରି ନ ଥିଲେ। ଫଳରେ ଏହାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ସହରର ବଡ଼ହାଟଠାରେ ଦୁଇ ସମ୍ପ୍ରଦାୟର ଯୁବକ ହାତାହାତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଗୁରୁତର ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ବାପା କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ଆହତ ଯୁବକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ମାତ୍ର ପୋଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିବାରୁ ଆହତ ଯୁବକଙ୍କ ୫୦ରୁ ଊର୍ଦ୍ଧ୍ୱ ସମର୍ଥକ ମଙ୍ଗଳବାର ସନ୍ଧ୍ୟାରେ ଟାଉନ ଥାନା ଘେରାଉ କରିଥିଲେ। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜିଲା ଓ ପୋଲିସ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ସେମାନେ ସହର ମଧ୍ୟରେ ଶୋଭାଯାତ୍ରା କରି ଫେରିଥିଲେ। ତେବେ ସହର ମଧ୍ୟରେ ଶୋଭାଯାତ୍ରା କରିବା କାରଣରୁ ଅପର ଗୋଷ୍ଠୀର ଲୋକମାନେ ଏହାର ବିରୋଧ କରିଥିଲେ। ଯାହାକୁ ନେଇ ସହର ମଧ୍ୟରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଥିଲା। ବୁଧବାର ଇଦ୍‌ ପର୍ବ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ବେଳେ ପୂର୍ବ ଘଟଣାକୁ ନେଇ ସହରରେ ଚାପା ଉତ୍ତେଜନା ଲାଗିରହିଛି। ଏଥିପାଇଁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାଥାଉ କି, ଗତ ଜାନୁୟାରୀ ୨୩ ତାରିଖରେ ସୁଭାଷ ବୋଷ ଜୟନ୍ତୀ ପାଳନକୁ ନେଇ ଦୁଇ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯାହାଫଳରେ ୨୪ ତାରିଖରୁ ସହର ମଧ୍ୟରେ କର୍ଫ୍ୟୁ ଜାରି କରାଯିବା ସହ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଥିଲା।


All Right Reserved By

ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷାଫଳ ପ୍ରକାଶ:କଳା ପାସ୍‌ ହାର ୭୧%, ବିଜ୍ଞାନ ୯୨%, ବାଣିଜ୍ୟ ୮୩%

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। କଳାରେ ମୋଟ ୨୨,୭୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧,୬୨୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳାରେ...

ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ: ଦୁର୍ବୃତ୍ତମାନଙ୍କ ଇଟା ମାଡ଼ରେ ଜଣେ ଆହତ, ସିସିଟିଭି ଯାଞ୍ଚ କରୁଛି ପୋଲିସ

ପୁରୀ ଅଫିସ,୧୫।୭: ଦାଦାବଟିକୁ କେନ୍ଦ୍ର କରି ଟାଉନ୍‌ ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣସ୍ଥିତ ଏକ ଶୋ’ରୁମ୍‌ରେ ଦୁର୍ବୃତ୍ତମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ମାରଣାସ୍ତ୍ରରେ ଶୋ’ରୁମ୍‌ର ଝରକା କାଚ...

ଯୁକ୍ତ ୩ ନାମଲେଖା: ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ଯୁକ୍ତ ୩ ପ୍ରଥମ ବର୍ଷରେ ନାମଲେଖା ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ କଟ୍‌ ମାର୍କ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ...

ପୁଣି ଲେଉଟିଲା ତାତି : ୪୦ ଡିଗ୍ରୀ ଟପିଲା ୯ ସହର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : ପୁଣି ତାତି ଲେଉଟିଛି। ଶନିବାର ଅପେକ୍ଷା ରବିବାର ତାପମାତ୍ରା ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା।...

ବର୍ଷାରେ ଭୁଶୁଡିଲା ପୋଲ, ଯାତାୟାତ ବାଧାପ୍ରାପ୍ତ: ଯୋଗାଯୋଗରୁ ବିଚ୍ଛିନ୍ନ କଛାରପଡାବାସୀ

ଜୁନାଗଡ,୩୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକରେ ଗତ ରବିବାର, ସୋମବାର ୨ ଦିନ ଧରି ଲଗାଣ ବର୍ଷାରେ ଚାରିଆଡେ ଜଳମଗ୍ନ ହୋଇଥିଲା। ଏଥିଯୋଗୁ ନାଳ(ଯୋର), ନଦୀରେ...

ହଟିଲା ସାମୁଦ୍ରିକ ମାଛଧରା କଟକଣା : ସମୁଦ୍ର ଅଭିମୁଖେ ବାହାରିଲେ ମତ୍ସ୍ୟଜୀବୀ

ପାରାଦୀପ,୧୫ା୬(ସ୍ବ.ପ୍ର.): ଦୀର୍ଘ ୨ ମାସର ନିରବତା ପରେ ରାଜ୍ୟର ଅନ୍ୟତମ ବୃହତ ମତ୍ସ୍ୟଶିଳ୍ପ ପାରାଦୀପ ମାଛଧରା ବନ୍ଦର ଚଳଚଞ୍ଚଳ ହୋଇପଡିଛି। ଶୁକ୍ରବାର ମଧ୍ୟରାତ୍ରୀରୁ ପ୍ରାୟ ୭୦୦...

ସମବାୟ ସମିତିରୁ ୫ ଲକ୍ଷ ହଡ଼ପ ଅଭିଯୋଗ: ପୂର୍ବତନ ସମ୍ପାଦକ ଗିରଫ

ତିହିଡ଼ି, ୧୨।୭ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗୁଆମାଳ ସେବା ସମବାୟ ସମିତିରୁ ୫ ଲକ୍ଷ ଟଙ୍କା ହଡ଼ପ ହୋଇଛି। ସମିତିର ଉପସଭାନେତ୍ରୀ...

ଭାଜପାର ରାଜ୍ୟସ୍ତରୀୟ କର୍ମଶାଳା: ଭୋଟ ଗଣତି, ଫଳାଫଳ ନେଇ ଆଲୋଚନା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟର ସମସ୍ତ ଲୋକ ସଭା ଏବଂ ବିଧାନସଭା ଭାଜପା ପ୍ରାର୍ଥୀମାନଙ୍କୁ ନେଇ ସ୍ଥାନୀୟ ଏକ ହୋଟେଲ୍‌ରେ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି ା ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *